/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721813848.jpg)
Sanjay dutt raveena tandon ghudchadhi trailer release
ସଞ୍ଜୟ ଦତ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଘୁଡ୍ଚଡି’ର ଟ୍ରେଲର୍ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ: ସୂର୍ଯ୍ୟାଙ୍କ ‘କଙ୍ଗୁଭା' ଏହିଦିନ ହେବ ରିଲିଜ୍; ସାମ୍ନାକୁ ଆସିଲା ଧୂଆଁଦାର ଗୀତ 'ଫାୟାର'
ଉଭୟ କଳାକାର ଦୀର୍ଘ ଦିନ ପରେ ପରଦାରେ ସେମାନଙ୍କର ରୋମାଣ୍ଟିକ ସିନ୍ ଆଣୁଛନ୍ତି। ଏମାନଙ୍କ ବ୍ୟତୀତ ଖୁଶାଲୀ କୁମାର, ପାର୍ଥ ସମ୍ଥାନ ଏବଂ ଅରୁଣା ଇରାନୀଙ୍କ ପରି ଅଭିନେତାମାନେ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକମାନେ ମଧ୍ୟ ଫିଲ୍ମର ଟ୍ରେଲର୍କୁ ବହୁତ ପସନ୍ଦ କରୁଛନ୍ତି।
‘ଘୁଡ୍ଚଡି’ର ଟ୍ରେଲର ଖୁଶାଲୀ କୁମାର ଏବଂ ପାର୍ଥ ସମଥାନଙ୍କ ପ୍ରେମ କାହାଣୀରୁ ଆରମ୍ଭ ହୋଇଛି। ଏହି ଫିଲ୍ମରେ କିନ୍ତୁ ସେତେବେଳେ ଏକ ଆକର୍ଷଣୀୟ ମୋଡ଼ ଆସୁଛି ଯେତେବେଳେ ସେମାନଙ୍କର ବାପାମାଆ ପରସ୍ପରକୁ ଭଲ ପାଉଛନ୍ତି। ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନଙ୍କ ଚମତ୍କାର ସିନ୍ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳେ।
'ନାଚ୍ ବାଲିୟେ' ସେଟ୍ରୁ ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନଯେତେବେଳେ ପାର୍ଥ-ଖୁଶାଲୀ ଜାଣନ୍ତି ଯେ ସେମାନଙ୍କ ବାପାମାଆ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେମାନେ ମଧ୍ୟ ଏ ବୟସରେ ବିବାହ କରିବାକୁ ଚାହୁଛନ୍ତି, ସେତେବେଳେ ଦୁହିଁଙ୍କୁ ଏକ ବଡ଼ ଧକ୍କା ଲାଗେ। ଏହିଠାରେ ଦ୍ୱନ୍ଦ୍ୱ ଆରମ୍ଭ ହୁଏ ଯେ ଘୁଡ୍ଚଡି ବାପାର ହେବ ନା ପୁଅର ହେବ। ଶେଷରେ କ’ଣ ହେବ ଏବଂ କାହାକୁ କାହାର ପ୍ରେମ ମିଳିବ, ଏହା କେବଳ ଫିଲ୍ମ ଦେଖିବା ପରେ ଜଣାପଡିବ।
ଅଧିକ ପଢ଼ନ୍ତୁ: ବିବାହର ୧ ମାସ ପରେ ସୋନାକ୍ଷୀ ସିହ୍ନାଙ୍କୁ ଏମିତି କହିଲେ ଶାଶୁ-ଶଶୁର-ନଣନ୍ଦ
ସଞ୍ଜୟ ଦତ୍ତ ଫିଲ୍ମର ଟ୍ରେଲରକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଟ୍ରେଲର ଭିଡିଓ ଶେୟାର କରି ଲେଖିଛନ୍ତି - ଘୁଡ୍ଚଡି ଶେଷରେ କାହାର ହେବ ? ଦେଖନ୍ତୁ #Ghudchadi ୯ ଅଗଷ୍ଟରୁ ଜିଓ ସିନେମା ପ୍ରିମିୟମରେ। ‘ଘୁଡ୍ଚଡି’ର ଟ୍ରେଲର ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Kiski finally hogi Ghudchadi?
Watch #Ghudchadi, streaming from August 9th onwards, exclusively on JioCinema Premium.
Subscribe to JioCinema Premium at Rs.29 per month. Exclusive content. Ad-free. Any device. Up to 4K.#GhudchadiOnJioCinema#JiocinemaPremium#JioCinema… pic.twitter.com/FtdPfcSIgZ
— Sanjay Dutt (@duttsanjay) July 24, 2024
ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନଙ୍କ ପ୍ରଶଂସକମାନେ ଟ୍ରେଲର୍କୁ ବହୁତ ପସନ୍ଦ କରୁଛନ୍ତି। ତେବେ ‘ଘୁଡ୍ଚଡି’ ଥିଏଟର୍ରେ ରିଲିଜ ହେବ ନାହିଁ। ଏହା ଅଗଷ୍ଟ ୯ରୁ OTT ପ୍ଲାଟଫର୍ମ ଜିଓ ସିନେମାରେ ମୁକ୍ତିଲାଭ କରିବ। ପୂର୍ବରୁ ରବୀନା ଓ ସଞ୍ଜୟଙ୍କୁ ରୋମାଣ୍ଟିକ୍ ଯୋଡି ଭାବେ ଏକାଠି ବିଜେତା, ଜଙ୍ଗ, ଜୀନା ମର୍ନା ତେରେ ସଙ୍ଗ୍ ଏବଂ ଜମାନେ ସେ କ୍ୟା ଡର୍ନା ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।
ଫିଲ୍ମ 'ଆତିସ'ରେ ସଞ୍ଜୟ ଓ ରବୀନାଏହାପୂର୍ବରୁ ଦୁହେଁ ‘କେଜିଏଫ୍ ୨’ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଏହି ଚଳଚ୍ଚିତ୍ରରେ କିନ୍ତୁ ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ୍ ଏକାଠି ସ୍କ୍ରିନ୍ ସ୍ପେସ୍ ଶେୟାର କରି ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)