Advertisment

ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ସାମନ୍ଥାଙ୍କ ଇଚ୍ଛା

ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ସାଉଥ୍‌ ସୁନ୍ଦରୀଙ୍କ ଇଚ୍ଛା...

author-image
Otv Khabar Bureau
ଅଦ୍ୟତନ ହୋଇଛି
Samantha deeply desires to work with Shah Rukh Khan

Samantha deeply desires to work with Shah Rukh Khan

ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାର ସ୍ୱପ୍ନ ଦେଖୁଛନ୍ତି ସାଉଥ୍‌ ଅଭିନେତ୍ରୀ ସାମନ୍ଥା । ଏଭଳି ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ଆସିଛନ୍ତି ସାଉଥ୍ ସୁନ୍ଦରୀ ସାମ୍‌ । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ଏଭଳି କହିଥିବା ଜଣାପଡିଛି ।
ପୂର୍ବରୁ ମଧ୍ୟ ସାମ୍ 'ଦି ଫ୍ୟାମିଲି ମ୍ୟାନ୍: ସିଜନ୍ ୨' ସହିତ ବଲିଉଡରେ ଧମାକାଦାର୍‌ ଡେବ୍ୟୁ କରିସାରିଛନ୍ତି। ଯେଉଁଥିରେ ତାଙ୍କୁ ବହୁ ପ୍ରଶଂସା ମଧ୍ୟ ମିଳିଛି । କେବଳ ଏତିକି ନୁହେଁ ଲୋକପ୍ରିୟ ୱେବସିରିଜ୍‌ ‘The Family Man 2’ରେ ତାଙ୍କର ଦମ୍‌ଦାର ପ୍ରଦର୍ଶନ ପାଇଁ ସେ ଆହୁରି ଲୋକପ୍ରିୟ ହୋଇପାରିଛନ୍ତି ।

Advertisment

ବଲିଉଡ୍‌ରେ ସାମନ୍ଥାଙ୍କ ଅଧିକ ଫିଲ୍ମ ପାଇଁ ଫ୍ୟାନ୍ସ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ସାମନ୍ଥା ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବହୁ ଦିନରୁ ସାମନ୍ଥାଙ୍କୁ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ଇଚ୍ଛା ଏବେ ପୂରଣ ହୋଇପାରେ।

ନିକଟରେ ଏକ ଇଣ୍ଟରଭ୍ୟୁରେ ସାମନ୍ଥାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏଥିରେ ତାଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ୩ ଜଣ ସହ-କଳାକାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ? ଏହି ପ୍ରଶ୍ନର ଉତ୍ତରରେ ସାମନ୍ଥା ୩ ଜଣ ସୁପରଷ୍ଟାର୍‌ଙ୍କ ନାମ କହିଥିଲେ । ଯେଉଁଥିରେ ସେ ମହେଶ୍ ବାବୁ, ସୁର୍ଯ୍ୟା ଓ ଶାହରୁଖ୍‌ ଖାନ୍‌ଙ୍କ ନାଁ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ଶାହରୁଖ୍‌ ଖାନଙ୍କ ସହ କାମ କରି ନାହିଁ। ମୋତେ ଶାହରୁଖଙ୍କ ସହ କାମ କରିବାକୁ ପଡିବ । ନଚେତ୍ ମୋର ସ୍ୱପ୍ନର କିଛି ଅଂଶ ଅଧୁରା ରହିଯିବ ।’

ତେବେ ହୁଏତ ସାମନ୍ଥା ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ଗଭୀର ଇଚ୍ଛା ପ୍ରକାଶ କରିପାରିଛନ୍ତି । ହେଲେ ଏକ ସଫଳ ଚଳଚ୍ଚିତ୍ର ପାଇଁ ସାମନ୍ଥାଙ୍କୁ କୌଣସି ସହ-କଳାକାରଙ୍କ ଆବଶ୍ୟକ ନାହିଁ ।

Shah Rukh Khan Samantha Samantha Ruth Prabhu
Advertisment
Advertisment