Advertisment

କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ?

ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏକ ବଡ ଝଟକା। ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କ ବିବାହ ବନ୍ଧନରେ ଫାଟକ ଲାଗିଯାଇଛି। ଦୁହେଁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ପେଜରେ ଏନେଇ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଛାଡପତ୍ରର ଘୋଷଣା କରାଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Naga chaitanya and Ritu Samantha

Naga chaitanya and Ritu Samantha

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏକ ବଡ ଝଟକା । ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କ ବିବାହ ବନ୍ଧନରେ ଫାଟ ପଡ଼ିଛି । ଆପୋଷ ବୁଝାମଣାରେ ଉଭୟେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ପେଜରେ ଏନେଇ ସେୟାର କରିଛନ୍ତି, ଯେଉଁଥିରେ ଛାଡପତ୍ର ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Advertisment

ଦୀର୍ଘ ସମୟ ଧରି ସେମାନଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିବା ଖବର ସାମ୍ନାକୁ ଆସୁଥିଲା । ସାଉଥ୍ ସିନେମାର ପ୍ରିୟ ଦମ୍ପତି ସାମନ୍ଥା ଆକ୍କିନେନି ଏବଂ ନାଗା ଚୈତନ୍ୟଙ୍କ ପ୍ରଶଂସକମାନେ ଏହି ଖବର ଶୁଣିବା ପରଠାରୁ ମର୍ମାହତ ରହିଥିଲେ । ୨୦୧୭ ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ,  ମାତ୍ର ୪ ବର୍ଷ ମଧ୍ୟରେ ହିଁ ସେମାନଙ୍କର ବିବାହ ବନ୍ଧନ ଶେଷ ହୋଇଯାଇଛି । ଦୁହେଁ ନିଜର ଇନ୍‌ଷ୍ଟାଗ୍ରାମ ପେଜରେ ଲେଖିଛନ୍ତି , ‘ ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ ।

ଆମେ ବେଶ୍‌ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍‌ ଭିନ୍ନ ।  ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ  ତଥା ପ୍ରାଇଭେସି ଦେବା ଲାଗି  ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରିଛନ୍ତି ସାମନ୍ଥା ଓ ନାଗା ଚୈତନ୍ୟ । ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସାମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି।

Advertisment

ସାଉଥ୍‌ର ଏହି ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଦୁହେଁ ଏକାଠି ଅନେକ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ୍ ‘ମାୟା ଚେସାଭ୍’ ଦୁହୁଁଙ୍କର ଏକ ସୁପରହିଟ୍ ଫିଲ୍ମ ରହିଥିଲା । ୨୦୧୯ରେ ଦୁହେଁ ଏକାଠି ‘ମାଜିଲି’ ଫିଲ୍ମରେ ନଜର ଆସିଥିଲେ। ନିକଟରେ ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ ରେ ସାମନ୍ଥା ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ପ୍ରଭାବିତ କରିଥିଲେ। ଉତ୍ତର ଭାରତରେ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି। ନିକଟରେ ସାମନ୍ଥା ଏବଂ ନାଗା ଚୈତନ୍ୟ ନିଜ ଶିଶୁ ଯୋଜନା କରୁଥିବାର ଖବର ଶୁଣିବାକୁ ମିଳିଥିଲା।

Divorce Naga Chaitanya Ritu Samantha
Advertisment
Advertisment