Advertisment

ସାଉଥ୍ ଫିଲ୍ମ ଆମର ଏଠି ଭଲ ଚାଲୁଛି, ଆମ ଫିଲ୍ମ ସେଠାରେ କାହିଁକି ଚାଲୁନି : ସଲମାନ ଖାନ

ସାଉଥ୍ ଫିଲ୍ମକୁ ନେଇ ପ୍ରତିକ୍ରିୟା ଉଠେଇଲେ ସଲମାନ ଖାନ। ଆଜିକାଲି ସାଉଥ୍ ଫିଲ୍ମଗୁଡିକ ଆମ ଏଠି ଭଲ ଚାଲୁଛି, କିନ୍ତୁ ଆମ ଫିଲ୍ମ ସାଉଥ୍‌ରେ ଭଲ ଚାଲୁନି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଲମାନ।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan wonder why bollywood films are not doing well in the south

Salman Khan wonder why bollywood films are not doing well in the south

'ଆଇଆଇଏଫଏ ୨୦୨୨' ଉଦ୍ଘାଟନ ପାଇଁ ସଲମାନ ଖାନ ସୋମବାର ଗଣମାଧ୍ୟମକୁ ଭେଟିଥିବାର ନଜର ଆସିଥିଲେ। ଏହି ଅବସରରେ ସଲମାନ ପେନ୍ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ ଏବଂ ଖୁବ ଶୀଘ୍ର ତେଲୁଗୁ ମେଗାଷ୍ଟାର୍‌ ଚିରଞ୍ଜୀବୀଙ୍କ ସହ କାମ କରିବାକୁ ନେଇ ନିଜର ମତ ରଖିଛନ୍ତି।

Advertisment

ଏହି ସମୟ ମଧ୍ୟରେ ସଲମାନ ଖାନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିବା ଦେଖାଯାଇଥିଲା। ସେ କହିଥିଲେ ଯେ ସାଉଥ୍ ଫିଲ୍ମ ଆମର ଏଠି ଭଲ ଚାଲୁଥିଲେ ବି ଆମ ଫିଲ୍ମ ସେଠାରେ କାହିଁକି ଚାଲୁନି। ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା’ପରେ ଜୁନିଅର ଏନ୍‌ଟିଆର୍‌, ରାମ ଚରଣ ଓ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀଙ୍କ 'RRR' ମଧ୍ୟ ଆଜିକାଲି ବକ୍ସ ଅଫିସରେ କମାଲ କରୁଛି। ଏଭଳି ପରିସ୍ଥିତିରେ ବଲିଉଡ୍‌ର ଜଣେ ଆଗ ଧାଡିର କଳାକାର ସଲମାନ ଖାନ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ କଥା।

ସଲମାନ ଖାନ ଖୁବ୍ ଶୀଘ୍ର ତାଙ୍କ ଚଳଚ୍ଚିତ୍ର 'ଗଡ୍‌ଫାଦର'ରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ଏକ ବିଶେଷ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ନେଇ ସଲମାନ କହିଛନ୍ତି ଯେ “ତାଙ୍କ ସହ କାମ କରିବା ଏକ ଅଦ୍ଭୁତପୂର୍ବ ଅନୁଭୂତି ଥିଲା। ମୁଁ ତାଙ୍କୁ ବହୁତ ଦିନରୁ ଜାଣିଛି ଏବଂ ସେ ମଧ୍ୟ ମୋର ବନ୍ଧୁ। ତାଙ୍କ ପୁଅ (ରାମ ଚରଣ) ମଧ୍ୟ ବନ୍ଧୁ।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ “ରାମ ଚରଣ RRR ରେ ଜବରଦସ୍ତ କାମ କରିଛନ୍ତି। ଫିଲ୍ମର ସଫଳତା ପାଇଁ ମୁଁ ତାଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ମୁଁ ତାଙ୍କ ପାଇଁ ବହୁତ ଗର୍ବିତ। ମୁଁ ବହୁତ ଖୁସି ଯେ ସେ ଏତେ ଭଲ କାମ କରୁଛନ୍ତି, କିନ୍ତୁ ମୁଁ ଏହା ମଧ୍ୟ ଚିନ୍ତା କରୁଛି ଯେ ଯେତେବେଳେ ତାଙ୍କ ଚଳଚ୍ଚିତ୍ର ଆମର ଏଠି ବହୁତ ଭଲ ଚାଲୁଛି, ଆମର ଫିଲ୍ମ ସାଉଥ୍‌ରେ କାହିଁକି ଭଲ ଚାଲୁ ନାହିଁ।

ସାମ୍ବାଦିକ ସମ୍ମିଳନୀରେ ସଲମାନ ଖାନ ବଲିଉଡ୍‌ରେ 'ହିରୋଇଜିମ୍ ଫିଲ୍ମ' ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ 'ସେମାନେ (ସାଉଥ ଫିଲ୍ମୁ ଇଣ୍ଡଷ୍ଟ୍ରିଜ୍) ସବୁବେଳେ ହିରୋଇଜିମ୍ ଉପରେ ବିଶ୍ୱାସ କରନ୍ତି ଏବଂ ଆମର ମଧ୍ୟ ବିଶ୍ୱାସ ରହିଛି। ଯେତେବେଳେ ଆମେ ସିନେମା ହଲରୁ ବାହାରକୁ ଆସୁ ସେତେବେଳେ ହିରୋଇଜିମ୍ ହିଁ ଚାହୁଁ।

ଏଠାରେ ଆମେ କିଛି ଲୋକଙ୍କୁ ଛାଡିଦେଲେ ହିରୋଇଜିମ୍ ଫିଲ୍ମ ତିଆରି କରିପାରିବୁ ନାହିଁ। ଆମକୁ ପୁଣିଥରେ ଜୀବନ ଅପେକ୍ଷା ବଡ଼ ବଡ଼ ଚଳଚ୍ଚିତ୍ରରେ କାମ କରିବାକୁ ପଡିବ। ମୁଁ ବର୍ତ୍ତମାନ ସେହିଭଳି ଏକ ଚଳଚ୍ଚିତ୍ରରେ କାମ କରୁଛି।

Salman Khan Bollywood RRR Movie
Advertisment
Advertisment