• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡ୍ ଅଭିନେତା ସଲମାନଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ସଲମାନଙ୍କ ମୁମ୍ବାଇ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପାଖକୁ ପହଞ୍ଚି ଯାଇଥିଲେ ସାର୍ପ ସୁଟର୍ । ହେଲେ ଠିକ୍ ସମୟରେ ଏହି ପ୍ଲାନକୁ ବାତିଲ କରାଯାଇଥିଲା । ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଦିଲ୍ଲୀ ପୋଲିସ୍ ହାତରେ ଲାଗିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲରୁ ଖୋଳତାଡ଼ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ ତିହାର ଜେଲ୍ ଭିତରୁ ରହି ସଲମାନଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ସାର୍ପ ସୁଟର୍ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପାଖକୁ ଯାଇଥିଲେ । ବିନା ସୁରକ୍ଷାକର୍ମୀଙ୍କୁ ନେଇ ସଲମାନ ସାଇକେଲ୍ ଚଲାଇବାକୁ ବାହାରିବା ବେଳେ ତାଙ୍କ ଉପରକୁ ଗୁଳି ଚଲାଇବାକୁ ଯୋଜନା ହୋଇଥିଲା । ହେଲେ ସେ ଦିନ ସୁରକ୍ଷାକର୍ମୀ ଥିବା ଦେଖି ଯୋଜନାକୁ କାର୍ଯ୍ୟକାରୀ କରିପାରିନଥିଲା ସାର୍ପ ସୁଟର୍ ।

ଗତ କିଛି ଦିନ ତଳେ ସଲମାନଙ୍କ ବାପା ସଲିମଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସଲମାନଙ୍କୁ ହତ୍ୟା ପାଇଁ ଏଥିରେ ଧମକ ଦିଆଯାଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷାକୁ ବଢ଼ାଇଛି ମୁମ୍ବାଇ ପୋଲିସ୍ । ତେବେ ସେହି ଧମକପୂର୍ଣ୍ଣ ଚିଠି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ରଖିଥିବା କହିଛି ମୁମ୍ବାଇ ପୋଲିସ । ଗତ ସପ୍ତାହରେ ପୁନେ ପୋଲିସ ଦ୍ୱାରା ଗିରଫ ମହାକାଲ ଓରଫ୍ ସୌରଭ କ୍ୟାମ୍ବଲେ ପୋଲିସକୁ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜେରା ବେଳେ କାମ୍ବଲେ କହିଛି ଯେ ବିଷ୍ଣୋଇ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଏନେଇ ଦୟପୁରରୁ ମୁମ୍ବାଇ ଆସିଥିଲେ ।

ସଲମାନଙ୍କ ବାପା ସଲିମ୍ ଖାନ୍ ବାନ୍ଦ୍ରାର ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍ ସାରି ବସିଥିବା ବେଞ୍ଚରେ ଏମାନେ ଧମକପୂର୍ଣ୍ଣ ଚିଠି ରଖିଦେଇଥିଲେ । ବାପ-ପୁଅ ଜଲଦି ସିଦ୍ଧୁ ମୁସେଓ୍ୱାଲା ଦଶା ଭୋଗିବ ବୋଲି ଏଥିରେ ଚେତାବନୀ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ ସଲମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା ।