Advertisment

ସଲମାନ ଖାନ୍ କରିବେ ୧୯ ମହଲାର ହୋଟେଲ୍; ରହିବ ଏମିତି ସୁବିଧା

ହୋଟେଲ୍ ବ୍ୟବସାୟରେ ମୁଣ୍ଡ ପୂରେଇଲେ ଭାଇଜାନ୍ ସଲମାନ୍ ଖାନ୍। କୁତୁବ୍ ମିନାର ଉଚ୍ଚତାର କରିବେ ହୋଟେଲ। ଏକ ସମୁଦ୍ର କୂଳରେ ଏହି ହୋଟେଲ୍ ହେବ। ଜାଣନ୍ତୁ ପୂରା ଖବର।

author-image
Pramod Behera
Salman khan to build 19-storey sea facing hotel in mumbai

Salman khan to build 19-storey sea facing hotel in mumbai

ସଲିମ ଖାନ ହେଉଛନ୍ତି ବଲିଉଡର ସେହି ନା’, ଯିଏ ଅନେକ ଫିଲ୍ମ କାହାଣୀ ସ୍ରଷ୍ଟା। ତାଙ୍କ ପୁଅ ସଲମାନ ଖାନ ଜଣେ ବଲିଉଡ ଅଭିନେତା, ଯିଏ କି ବର୍ଷ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ସମସ୍ତେ ଜାଣନ୍ତି ସଲମାନ ବହୁତ ଗାଡି ପ୍ରିୟ।

Advertisment

ନିକଟରେ ସେ ଏକ ବୁଲେଟ୍ ପ୍ରୁଫ୍ ଗାଡି କିଣିଥିଲେ, ଯାହା ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ସେ ଏମିତି କାମ କରିଛନ୍ତି ଯାହାଫଳରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡର 'ଭାଇଜାନ' ସଲମାନ ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ଏକ୍ ହୋଟେଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହା ସମୁଦ୍ର କୂଳରେ ତିଆରି ହେବ। ସଲମାନଙ୍କ ଏହି ହୋଟେଲ କୁତୁବ୍ ମିନାରର ଉଚ୍ଚତା ପରି ହେବା।

ବଲିଉଡ ତାରକାମାନେ ପ୍ରାୟତଃ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଏବଂ ବଙ୍ଗଳା କିଣିବା ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ସଲମାନ ଖାନ ଏବଂ ତାଙ୍କ ପରିବାର ମୁମ୍ବାଇର ସମୁଦ୍ର କୂଳରେ ଏକ ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।

Advertisment

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ଯେ ସଲମାନ ଖାନଙ୍କ ପରିବାର ବାନ୍ଦ୍ରାର କାର୍ଟର ରୋଡ୍‌ରେ ୧୯ ମହଲାର ଏକ ହୋଟେଲ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଏକ ସମୁଦ୍ର ମୁହାଁ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଦୃଶ୍ୟ ଖୁବ ଚମତ୍କାର।

ଯେତେବେଳେ ଖାନ ପରିବାର ଏହି ଜାଗା କିଣିଲେ, ସେତେବେଳେ ଏହାକୁ ଏକ ଆବାସିକ ଭବନରେ ପରିଣତ କରିବା ପ୍ରକ୍ରିୟାରେ ଥିଲେ। କିନ୍ତୁ ପରେ ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା। ଏହି ସମ୍ପତ୍ତି ସଲମାନ ଖାନଙ୍କ ମା’ ସଲ୍‌ମା ଖାନଙ୍କ ନା’ରେ ଅଛି।

ସଲମାନ ଖାନ ଏବଂ ତାଙ୍କ ପରିବାରର ଏହି ୧୯ ମହଲା ହୋଟେଲର ଉଚ୍ଚତା ଦେଶର ରାଜଧାନୀ ଦିଲ୍ଲୀରେ ଥିବା କୁତୁବ ମିନାରଠାରୁ ଟିକେ କମ୍ ହେବାକୁ ଯାଉଛି। କୁହାଯାଉଛି ଯେ ଏହି ହୋଟେଲ୍‌ର ଉଚ୍ଚତା ୬୯.୯ ମିଟର ଥିବାବେଳେ କୁତୁବ ମିନାରର ଉଚ୍ଚତା ୭୩ ମିଟର।

BAC ରେ ଦାଖଲ ହୋଇଥିବା ପ୍ରସ୍ତାବରେ ବିଲ୍‌ଡିଂର ପ୍ରଥମ ମହଲାରେ ଏକ କାଫେ ଏବଂ ରେଷ୍ଟୁରାଣ୍ଟ ରହିବ। ଦ୍ୱିତୀୟ ମହଲାରେ ଏକ ବେସ୍‌ମେଣ୍ଟ୍, ତୃତୀୟରେ ଜିମ୍ ଏବଂ ସୁଇମିଂ ପୁଲ୍ ରହିବ। ସେହିପରି ଚତୁର୍ଥ ମହଲା ଏକ ସର୍ଭିସ୍ ଫ୍ଲୋର୍ ଭାବରେ ତିଆରି ହେବ। ବିଲ୍‌ଡିଂର ପଞ୍ଚମ ଏବଂ ଷଷ୍ଠ ମହଲା ଏକ ସମ୍ମିଳନୀ କକ୍ଷ ଭାବରେ ବ୍ୟବହୃତ ହେବ। ଯୋଜନା ଅନୁସାରେ ୭ମରୁ ୧୮ତମ ମହଲା ହୋଟେଲ ପାଇଁ ରଖାଯାଇଛି।

Salman Khan Bollywood
Advertisment
Advertisment