• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବଲିଉଡ୍‌ର ଦବଙ୍ଗ୍‌ ସଲମାନ ଖାନଙ୍କ ଜୀବନ ବିପଦରେ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗତ କିଛି ମାସ ଧରି ସଲମାନ୍‌ଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଧମକ ଦେଉଛନ୍ତି। ତାଙ୍କର ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ହତ୍ୟା କରି ଗ୍ୟାଙ୍ଗଷ୍ଟାର୍ ସଲମାନଙ୍କ ଉପରେ ହେବାକୁ ଥିବା ଆକ୍ରମଣରେ ଘିଅ ଢାଳିଛି। କେବଳ ବଲିଉଡ୍‌ରେ ନୁହେଁ, ମୁମ୍ବାଇର ସମସ୍ତେ ଗ୍ୟାଙ୍ଗଷ୍ଟରର ଦବଦବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତେବେ ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଆଲିଟି ଶୋ ବିଗ୍ ବସ୍ ୧୮ର ସେଟ୍‌ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।

ଇଣ୍ଡିଆ ଟୁଡେରୁ ମିଳିଥିବା ସୂତ୍ରରୁ ପ୍ରକାଶ ଯେ ସଲମାନ ଖାନ ବିଗ୍ ବସ୍‌ର ଆଗାମୀ ୱିକେଣ୍ଡ୍ ୱାର୍ ସୁଟିଂ କରିବେ। ନିର୍ଦ୍ଦିଷ୍ଟ ଏଜେଣ୍ଡା ଅନୁଯାୟୀ ସବୁକିଛି କରାଯିବ।

ସେଟ୍‌ରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ କମ୍ପାଉଣ୍ଡରେ ଅଛନ୍ତି। ୱିକେଣ୍ଡ୍‌ର ୱାର୍‌ ଶୁଟିଂ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଜାରି ରହିବ। ସଲମାନଙ୍କ ଟିମ୍ ପ୍ରଡକ୍ସନ ଏବଂ ଚ୍ୟାନେଲ ସହିତ ମିଶି ଏସବୁକୁ କୋର୍ଡିନେଟ୍ କରିଥିଲେ। ଫଳରେ ସେଠାରେ ସବୁକିଛି ଠିକ୍‌ଠାକ୍ ଥିଲା। ସଲମାନଙ୍କ ସହ ସେଟ୍‌ରେ ତାଙ୍କ ସୁରକ୍ଷା ପାଇଁ ୬୦ରୁ ଅଧିକ ଲୋକ ଅଛନ୍ତି। ଉପଯୁକ୍ତ ଆଧାର କାର୍ଡ ଯାଞ୍ଚ ବିନା କୌଣସି ବାହାର ଲୋକଙ୍କୁ ଘର ଭିତରକୁ ଯିବାକୁ ଅନୁମତି ନାହିଁ। ଏଥିସହ, ବିଗ୍ ବସ୍ ୧୮ର କ୍ରୁମାନଙ୍କୁ ସୁଟିଂ ଶେଷ ନ ହେବା ପର୍ଯ୍ୟନ୍ତ ସାଇଟ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ଦୁଇଟି ୱିକେଣ୍ଡ୍ ୱାର୍ ଏପିସୋଡ୍ ହେବ ଯାହା ଏହି ସପ୍ତାହ ଶେଷରେ ପ୍ରସାରିତ ହେବ।

ଏହାରି ଭିତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ସଦସ୍ୟ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି, ଯେଉଁଥିରେ ଏହି ଗ୍ୟାଙ୍ଗଷ୍ଟର ସହ ଦୀର୍ଘ ଦିନ ଧରି ଚାଲିଥିବା ଝଗଡା ଦୂର କରିବାକୁ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ମଗାଯାଇଛି।

ବାର୍ତ୍ତାରେ ଚେତାବନୀ ଦିଆଯାଇଛି ଯେ ଯଦି ସଲମାନ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ଭାଗ୍ୟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଅପେକ୍ଷା ଆହୁରି ଖରାପ ହେବ।

ତେବେ ସଲମାନଙ୍କ ଦ୍ୱାରା ବିଗ୍ ବସ୍‌ର ଶେଷ ସପ୍ତାହ ୱିକେଣ୍ଡ୍ ଏପିସୋଡ୍ ସୁଟିଂ ଅକ୍ଟୋବର ୧୧ ଶୁକ୍ରବାର ଦିନ ବାବା ସିଦ୍ଦିକିଙ୍କୁ ହତ୍ୟାର ଗୋଟିଏ ଦିନ ପରେ କରାଯାଇଥିଲା।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ Y-Plus ସୁରକ୍ଷା ଯୋଗାଇ ଦିଆଯାଇଛି, ଏବଂ ବର୍ତ୍ତମାନ ତାଙ୍କ ଗାଡି ସହିତ ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ତାଲିମ ପ୍ରାପ୍ତ ଜଣେ କନଷ୍ଟେବଳଙ୍କ ସହିତ ପୋଲିସ ଏସକର୍ଟ ଗାଡି ମଧ୍ୟ ଯାତ୍ରା କରୁଛି।

OTV is now on Whatsapp

Join and get latest news update delivered to you via whatsapp

Join Now