Salman Khan postpones uk tour after pahalgam terror attack
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଲମାନ ଖାନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କର ୟୁକେ ଗସ୍ତ ବାତିଲ କରିଛନ୍ତି। 'ଦି ବିଗ୍ ବଲିଉଡ୍ ୱାନ୍' ଅଧୀନରେ ସଲମାନ ଖାନଙ୍କ ଶୋ' ୪ ଏବଂ ୫ ମେ’ରେ ୟୁକେରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏବେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସଲମାନ ଖାନ ଏହି ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ସୋମବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏହା ପୋଷ୍ଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖର ସମୟରେ ଅଟକି ଯିବା ଠିକ। ସେ ଏହା ମଧ୍ୟ କହିଛନ୍ତି ଯେ ଶୋ’ର ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ।
ସଲମାନ ଖାନ 'ଦି ବିଗ୍ ବଲିଉଡ୍ ୱାନ୍' ୟୁକେ ଟୁର୍ର ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସାରା ଅଲି ଖାନ, ଟାଇଗର୍ ଶ୍ରଫ୍, ବରୁଣ ଧାୱନ, ମାଧୁରୀ ଦୀକ୍ଷିତ ନେନେ, କୃତି ସାନନ୍, ଦିଶା ପଟାନୀ, ସୁନୀଲ ଗ୍ରୋଭର ଏବଂ ମନୀଷ ପଲ ନଜର ଆସିଛନ୍ତି। ପୋଷ୍ଟରରେ 'ପୋଷ୍ଟପୋନ୍' ଲେଖାଯାଇଛି।
ଅଧିକ ପଢ଼ନ୍ତୁ:ସୀମା ହାଇଦରଙ୍କୁ ପାକିସ୍ତାନ ପଠାଯିବା ଉଚିତ ନୁହେଁ, ସେ ଏବେ ଭାରତର ବୋହୂ: ରାଖୀ ସାୱନ୍ତ
ସଲମାନ ଖାନ୍ କ୍ୟାପସନ୍ରେ ଲେଖିଛନ୍ତି, “କାଶ୍ମୀରରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ପରେ ଏବଂ ବହୁତ ଦୁଃଖର ସହିତ ଆମେ ମାଞ୍ଚେଷ୍ଟର ଏବଂ ଲଣ୍ଡନରେ ମେ ୪-୫ରେ ହେବାକୁ ଥିବା ବଲିଉଡ୍ ବିଗ୍ ୱାନ୍ ଶୋ'କୁ ସ୍ଥଗିତ ରଖିବାର କଷ୍ଟକର ନିଷ୍ପତ୍ତି ନେଇଛୁ।”
ସେ ଆହୁରି ଲେଖିଛନ୍ତି, “ଆମେ ବୁଝିପାରୁଛୁ ଯେ ଆମର ପ୍ରଶଂସକମାନେ ଏହି ଶୋ'ଗୁଡ଼ିକ ପାଇଁ କେତେ ଦିନ ଅପେକ୍ଷା କରିଛନ୍ତି, କିନ୍ତୁ ଆମେ ଭାବୁଛୁ ଯେ ଏହି ଦୁଃଖର ସମୟରେ ଏହା ବନ୍ଦ ହେବା ଠିକ୍। କୌଣସି ନିରାଶା କିମ୍ବା ଅସୁବିଧା ପାଇଁ ଆମେ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆପଣଙ୍କର ବୁଝାମଣା ଏବଂ ସମର୍ଥନକୁ ଆନ୍ତରିକ ଭାବରେ ପ୍ରଶଂସା କରୁଛୁ। ଶୋ’ର ନୂଆ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।”
ଅନେକ ଗାୟକ ମଧ୍ୟ ସେମାନଙ୍କର ଶୋ’ ବାତିଲ କରିଛନ୍ତି:
ପହଲଗାମ୍ ନିକଟସ୍ଥ ବୈସାରନ୍ ଘାଟିରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଛନ୍ତି। ଏହି ହୃଦୟବିଦାରକ ଘଟଣାକୁ ଅନେକ ବଲିଉଡ୍ ଷ୍ଟାର୍ ସମାଲୋଚନା କରିଛନ୍ତି। ପହଲଗାମ୍ ଆକ୍ରମଣ ପରେ ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲ୍ ମଧ୍ୟ ସେମାନଙ୍କର କନ୍ସର୍ଟ ବାତିଲ କରିଛନ୍ତି।
ଶ୍ରେୟା ଘୋଷାଲ ତାଙ୍କର ଅଲ୍ ହାର୍ଟସ୍ ଟୁର୍ ଅନ୍ତର୍ଗତ ସୁରଟ୍ରେ ତାଙ୍କର ଆଗାମୀ କନ୍ସର୍ଟ ବାତିଲ୍ ଘୋଷଣା କରିଛନ୍ତି। ସେହିପରି ଅରିଜିତ ଏପ୍ରିଲ୍ ୨୭ ତାରିଖରେ ଚେନ୍ନାଇରେ ହେବାକୁ ଥିବା ତାଙ୍କର କନ୍ସର୍ଟ ବାତିଲ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745831578.jpg)