Advertisment

ଆସୁଛି ସଲମାନଙ୍କ ୪୦୦ କୋଟିର ଫିଲ୍ମ; ଏହି ଦିନ ହେବ ରିଲିଜ୍

ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍‌ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan Upcoming Movies 2024

salman khan next film officially announced know release date

ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍‌ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ମଙ୍ଗଳବାର ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ନାଡିୟାଡୱାଲା ନାତିଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରୁ ଏକ ପୋଷ୍ଟ୍‌ ସେୟାର କରି ଏହି ଫିଲ୍ମର ଘୋଷଣା କରାଯାଇଛି।

Advertisment

ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖାଯାଇଛି ଯେ “ସଲମାନ ଖାନଙ୍କ ସହ ଆମର ଦୀର୍ଘ ଦିନର ସହଯୋଗକୁ ଆଗକୁ ନେଇ ଆମେ ରୋମାଞ୍ଚିତ। ସଲମାନ ଖାନଙ୍କ ସହ ଆମର ପରବର୍ତ୍ତୀ ଫିଲ୍ମ ପାଇଁ ଦମଦାର ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ମଧ୍ୟ ଆମ ଟିମ୍‌ରେ ଯୋଗ ଦେଇଛନ୍ତି। ସଲମାନଙ୍କ ସହ ଆମର ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ। ତେବେ ଏହି ଚଳଚ୍ଚିତ୍ରର ଟାଇଟଲ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ଅଧିକ ପଢ଼ନ୍ତୁ: ସାଉଥ୍ ନିର୍ଦ୍ଦେଶକଙ୍କ ହାତରେ ସଲମାନଙ୍କ ‘କିକ୍ ୨’; ଏହିଦିନ ଦିନ ହେବ ରିଲିଜ୍!

Advertisment

ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ବଲିଉଡ୍‌ର କରିଡର୍‌ରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା, ଯାହାର ଅଫିସିଆଲ୍ ଘୋଷଣା ପରେ ଫିଲ୍ମ ସହ ଜଡିତ ସମସ୍ତ କଳ୍ପନା ଜଳ୍ପନାର ଉନ୍ମୋଚନ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ସାଜିଦ ନାଦିୟାଡ୍‌ୱାଲା ନିର୍ଦ୍ଦେଶକ ଏଆର୍ ମୁରୁଗାଡୋସ୍‌ଙ୍କ ସହ ଏହି ଫିଲ୍ମ ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ତାଙ୍କ ମନକୁ ପ୍ରଥମ ନାଁ ସଲମାନ ଖାନଙ୍କର ଆସିଥିଲା। ଏହା ପରେ ସାଜିଦ ସଲମାନଙ୍କୁ ଫିଲ୍ମ ବିଷୟରେ କହିଥିଲେ ଏବଂ ସଲମାନ ଏହି ଫିଲ୍ମ ପାଇଁ ରାଜି ହୋଇଥିଲେ।

ରିପୋର୍ଟକୁ ଅନୁସାରେ ଏହି ଫିଲ୍ମଟି ସାଜିଦ ନାଡିୟାଡୱାଲାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଫିଲ ମଧ୍ୟରୁ ଅନ୍ୟତମ, ଯାହା ଭାରତ ସମେତ ପର୍ତ୍ତୁଗାଲ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ ମଧ୍ୟ ସୁଟିଂ ହେବ। ପୂର୍ବରୁ ଏହି ଚଳଚ୍ଚିତ୍ରର ବଡ ବଜେଟ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା, ଯାହା ପାଖାପାଖି ୪୦୦ କୋଟି ଟଙ୍କା ବୋଲି କୁହାଯାଉଥିଲା।

ତେବେ ଫିଲ୍ମର ସୁଟିଂ ସେଡ୍ୟୁଲ୍ଡ ଏବଂ ବଜେଟ୍ ସମ୍ବନ୍ଧରେ ଅଧିକ ଅଫିସିଆଲ୍ ସୂଚନା ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ ୧୦ ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଡିୟାଡୱାଲା ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି।

Salman Khan Bollywood
Advertisment
Advertisment