Advertisment

Salman Khan: ସଲମାନ୍ ଖାନ୍ ଯଦି ବାହା ହୋଇଥାନ୍ତେ ତେବେ ‘ମନ୍ନତ’ ହୋଇଥାନ୍ତା ତାଙ୍କର

ଉଭୟ ଶାହରୁଖ ଖାନ ଏବଂ ଗୌରୀ ଖାନ ‘ମନ୍ନତ’କୁ ଭାରତର ସବୁଠାରୁ ଲୋକପ୍ରିୟ ଗୃହରେ ପରିଣତ କରିଛନ୍ତି। କିନ୍ତୁ, ଅନେକ ଲୋକ ହୁଏତ ଜାଣି ନ ଥିବେ ଯେ ଶାହରୁଖ ଖାନଙ୍କ ଏହି ପ୍ରିୟ ଘରକୁ ପୂର୍ବରୁ ସଲମାନ ଖାନଙ୍କୁ ଅଫର୍ କରାଯାଇଥିଲା।

ଅଦ୍ୟତନ ହୋଇଛି
Salman khan marriage connection with shahrukh khan mannat

Salman khan marriage connection with shahrukh khan mannat

Advertisment

ବଲିଉଡ୍‌ ବାଦଶାହା ଶାହାରୁଖ ଖାନ ଏବଂ ଗୌରୀ ଖାନ ୨୦୦୧ରେ ସେମାନଙ୍କ ଘର ‘ମନ୍ନତ’ କିଣିଥିଲେ। ଏହା ୨୦ ବର୍ଷରୁ ଅଧିକ ସମୟ ଧରି ସ୍ୱପ୍ନର ସହରରେ ସେମାନଙ୍କର ସଫଳତାର ପ୍ରତୀକ ହୋଇଆସିଛି।

Advertisment

ମୁମ୍ବାଇର ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ଘର ‘ମନ୍ନତ’ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱର୍ଗ। ସେମାନେ ତାଙ୍କ ପ୍ରିୟ ସୁପର୍‌ଷ୍ଟାର୍‌ଙ୍କ ଟିକିଏ ଝଲକ ପାଇବା ପାଇଁ ସମୁଦ୍ର କୂଳରେ ନିର୍ମିତ ଏହି ବିଳାସପୂର୍ଣ୍ଣ ବଙ୍ଗଳା ସାମ୍ନାକୁ ଆସନ୍ତି।

ଅଧିକ ପଢ଼ନ୍ତୁ: କାହିଁକି ଦେଖିବେ ସଲମାନ ଖାନଙ୍କ ‘ସିକନ୍ଦର’; ଜାଣନ୍ତୁ ୫ କାରଣ

ଏହା କହିବା ମିଛ ହେବ ନାହିଁ ଯେ ଉଭୟ ଶାହରୁଖ ଖାନ ଏବଂ ଗୌରୀ ଖାନ ଏହାକୁ ଭାରତର ସବୁଠାରୁ ଲୋକପ୍ରିୟ ଗୃହରେ ପରିଣତ କରିଛନ୍ତି। କିନ୍ତୁ, ଅନେକ ଲୋକ ହୁଏତ ଜାଣି ନ ଥିବେ ଯେ ଶାହରୁଖ ଖାନଙ୍କ ଏହି ପ୍ରିୟ ଘରକୁ ପୂର୍ବରୁ ସଲମାନ ଖାନଙ୍କୁ ଅଫର୍ କରାଯାଇଥିଲା।

Advertisment

ସଲମାନ ଖାନ ଏହି ବିଳାସପୂର୍ଣ୍ଣ ଘର ନେବାକୁ ମନା କରିଦେଇଥିଲେ। ଫଳରେ ଶାହରୁଖ ଖାନ ଏହି ଘରକୁ ନେବାର ସୁଯୋଗ ପାଇଲେ। ସଲମାନ ଖାନ ନିଜେ ଥରେ କହିଥିଲେ ଯେ ତାଙ୍କୁ ୨୦୦ କୋଟି ଟଙ୍କା ମୂଲ୍ୟରେ ‘ମନ୍ନତ’ ରେ ରହିବାର ସୁଯୋଗ ମିଳିଥିଲା, କିନ୍ତୁ ସେ ନେଇ ନ ଥିଲେ। ସେ ଯଦି ଏହାକୁ ଛାଡି ନ ଥାନ୍ତେ ତେବେ ଶାହରୁଖ ଏହାର ସୁଯୋଗ ପାଇ ନ ଥାନ୍ତେ।

ଅଧିକ ପଢ଼ନ୍ତୁ: ହଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବେ ସଲମାନ ଖାନ; ହେବେ ଅଟୋ ଡ୍ରାଇଭର୍ !

Advertisment

ସଲମାନ ଖାନ୍ କହିଥିଲେ ଯେ "ମୁଁ ଯେତେବେଳେ କ୍ୟାରିଅର୍ ଆରମ୍ଭ କରୁଥିଲି, ଏହି ବଙ୍ଗଳା ମୋ ପାଖକୁ ଆସିଥିଲା। ମୋ ବାପା କହିଥିଲେ ଏତେ ବଡ ଘରେ ତୁ ଏକା କ’ଣ କରିବୁ?" ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ଯେ ସଲମାନ ଖାନ୍ ଯଦି ବାହା ହୋଇଥାନ୍ତେ ତେବେ ତାଙ୍କ ସହ ତାଙ୍କ ପତ୍ନୀ ଥାଆନ୍ତେ, ପରିବାର ବଢିଥାନ୍ତା, ଆଉ ବଡ ଘର ଦରକାର ହୋଇଥାନ୍ତା।

ଏହା ପରେ ସଲମାନ ଖାନ ଥଟ୍ଟା କରି କୁହନ୍ତି, “ବର୍ତ୍ତମାନ ମୁଁ ଶାହରୁଖଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ଏତେ ବଡ ଘରେ କ’ଣ କରୁଛନ୍ତି?”

ସଲମାନ ଖାନ ତାଙ୍କ ବାପାମାଆ ଏବଂ ପରିବାର ସହିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ଶାହରୁଖ ଖାନଙ୍କ ଘର ‘ମନ୍ନତ’ର ଖୁବ୍ ପାଖାପାଖି। ଉଭୟ ସୁପରଷ୍ଟାର ମୁମ୍ବାଇର ଗୋଟିଏ ଅଞ୍ଚଳରେ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରେ ବହୁତ କମ ଦୂରତା ଅଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Salman Khan Bollywood Actor Bollywood Gauri Khan Shahrukh Khan ShahRukh Khan House Mannat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ