Advertisment

ନୂଆ ଲୁକ୍ ନେଇ ଆସୁଛନ୍ତି ସଲମାନ; ଲମ୍ବା ଚୁଟିରେ ନଜର ଆସିବେ

ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan look in long hairs

Salman Khan look in long hairs

ବଲିଉଡ୍‌ର ଦବଙ୍ଗ ଖାନ ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି। ତେବେ ଏହି ଫଟୋ ସହିତ ସେ ଫିଲ୍ମକୁ ନେଇ ସେମିତି କିଛି ଉଲ୍ଲେଖ କରିନାହାଁନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହା 'କଭି ଇଦ୍ କଭି ଦିୱାଲୀ'ର ସଲମାନଙ୍କ ଲୁକ୍ ହୋଇପାରେ। ପ୍ରକାଶଥାଉ ଯେ ସଲମାନ ଖାନ ବର୍ତ୍ତମାନ ମୁମ୍ବାଇରେ ସୁଟିଂ କରୁଛନ୍ତି। ଗୋଟିଏ ଦିନ ପୂର୍ବରୁ ପୂଜା ହେଗ୍‌ଡେ ମଧ୍ୟ ଫଟୋ ଶେୟାର କରି ଏହା ନିଶ୍ଚିତ କରିଥିଲେ।

Advertisment

ଏହି ଫଟୋରେ ସଲମାନ ଖାନଙ୍କ ଲମ୍ବା ଚୁଟି ଦେଖିବାକୁ ମିଳେ। ଏହା ସହିତ, ସେ ମଧ୍ୟ ଆକ୍ସନ କରୁଥିବା ଦେଖାଯାଆନ୍ତି। ଫଟୋରେ ସେ ଏକ କଳା ଡେନିମ୍ ଜ୍ୟାକେଟ୍ ପିନ୍ଧିଛନ୍ତି। ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ରେ ମଧ୍ୟ ମୁଖ୍ୟ ଭୂମିକାରେ ତେଲୁଗୁ ଅଭିନେତା ଭେଙ୍କଟେଶ୍‌ ଦଗ୍ଗୁବାତୀ ମଧ୍ୟ ଅଭିନୟ କରିଛନ୍ତି। ମୁମ୍ବାଇର ଭିଲେ ପାର୍ଲେରେ ଏକ ସ୍ୱତନ୍ତ୍ର ସେଟ୍‌ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମ୍‌ଜୀ ଏବଂ ଫିମେଲ୍ ଲିଡ୍ ଭୂମିକାରେ ପୂଜା ହେଗ୍‌ଡେ ଅଭିନୟ କରିଛନ୍ତି।

ସଲମାନ୍ ଆୟୁଷ ଶର୍ମାଙ୍କ ବିପକ୍ଷରେ ତାଙ୍କର ଶେଷ ଫିଲ୍ମ 'ଅନ୍ତିମ୍'ରେ ମଧ୍ୟ ଲମ୍ବା ଚୁଟି ରଖି ଜଣେ ଶିଖ ଭୂମିକାରେ ନଜର ଆସିଥିଲେ। କିନ୍ତୁ ଏଥର ତାଙ୍କ ଲୁକ୍ ଚମତ୍କାର ଏବଂ ସମ୍ପୂର୍ଣ୍ଣ ଭିନ୍ନ ହେବ। 'କଭି ଇଦ୍ କଭି ଦିୱାଲୀ' ଫିଲ୍ମକୁ ସଲମାନ ଖାନଙ୍କ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Advertisment

ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ବ୍ୟତୀତ ସଲମାନ ଖାନଙ୍କୁ 'ଟାଇଗର ୩' ରେ ମଧ୍ୟ ଦେଖିବାକୁ ମିଳିବ। ଏଥି ସହିତ ଶାହାରୁଖ ଖାନ୍‌ଙ୍କ 'ପଠାନ' ଏବଂ ତେଲୁଗୁ ଫିଲ୍ମ 'ଗଡ୍ ଫାଦର୍'ରେ ମଧ୍ୟ ତାଙ୍କର ଜବରଦସ୍ତ ଭୂମିକା ଦେଖିବାକୁ ମିଳିବ। ପ୍ରକାଶଥାଉ ଯେ ଫିଲ୍ମ ‘ଗଡ୍‌ ଫାଦର୍’ ତାଙ୍କର ତେଲୁଗୁ ଡେବ୍ୟୁ ଫିଲ୍ମ।

Salman Khan Bollywood
Advertisment
Advertisment