Advertisment

Viral Video: ସଲମାନ ଖାନଙ୍କ ଖୁଲାସା; ଭାଇଜାନଙ୍କ ଠାରୁ ୧୭ ବର୍ଷ ବଡ଼ ଏହି ହିରୋଇନ୍ ଥିଲେ ଫାଷ୍ଟ୍ କ୍ରସ୍

ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…

author-image
Pramod Behera
ଅଦ୍ୟତନ ହୋଇଛି
Salman khan had crush on dharmendra second wife hema malini

Salman khan had crush on dharmendra second wife hema malini

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିଷୟରେ ଏମିତି କିଛି କଥା ନାହିଁ ଯାହା ତାଙ୍କ ପ୍ରଶଂସକମାନେ ଜାଣି ନାହାନ୍ତି। ସେ ବର୍ତ୍ତମାନ ଏକ ଖୋଲା ବହି ପରି ହୋଇସାରିଛନ୍ତି। କିନ୍ତୁ ଏବେ ଯଦି ତାଙ୍କର ଗୁପ୍ତ ବିବାହକୁ ନେଇ କିଛି ଖବର ଆସେ ତେବେ କେବଳ କୁହାଯିବ ଯେ ସଲମାନଙ୍କ ସହ ଜଡିତ ଏହି ରହସ୍ୟକୁ କେହି ଜାଣି ନାହାଁନ୍ତି। ଏହା ବ୍ୟତୀତ ସଲମାନ ତାଙ୍କ ପ୍ରେମ ଜୀବନ ଏବଂ ଅନ୍ୟାନ୍ୟ କଥାରେ ବହୁତ ଖୋଲା ହୋଇଯାଇଛନ୍ତି।

Advertisment

ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କ କ୍ରସ୍ ବିଷୟରେ କହୁଛନ୍ତି। କଥା ଏଇଆ ଯେ ଦିବ୍ୟା ଖୋସଲା ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ସଲମାନ ଖାନଙ୍କ ସହ ବିଗ୍ ବସ୍ ସୋ’ର ମଞ୍ଚରେ ଥିଲେ। ଏଠାରେ ଦିବ୍ୟା ସଲମାନଙ୍କୁ ତାଙ୍କ କ୍ରସ୍ ବିଷୟରେ ପ୍ରଶ୍ନ କରିଥିଲେ। ଦିବ୍ୟା କହିଥିଲେ ଯେ ଅନ୍ତତଃପକ୍ଷେ ଆପଣ କ୍ରସ୍ ବିଷୟରେ ସତ ସତ କୁହନ୍ତୁ।

ଅଧିକ ପଢ଼ନ୍ତୁ: ଆଜି ସୋନାକ୍ଷୀ-ଜହୀର ଇକ୍‌ବାଲ୍‌ଙ୍କ ରେଜେଷ୍ଟ୍ରୀ ମ୍ୟାରେଜ୍; ପ୍ରେମ ପାଇଁ ସଲମାନ ଦାୟୀ!

Advertisment

ପ୍ରଥମେ ସଲମାନ ଏହି ପ୍ରଶ୍ନ ଉପରେ ଟିକିଏ ଚିନ୍ତା କରିଥିଲେ ଏବଂ ପରେ ଯାହାଙ୍କ ନାଁ କହିଥିଲେ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ପୁଣି ତାଙ୍କଠାରୁ ପ୍ରାୟ ୧୭ ବର୍ଷ ବଡ। ସେ ଆଉ କେହି ନୁହନ୍ତି, ସେ ହେଲେ ଡ୍ରିମ୍ ଗାର୍ଲ ହେମା ମାଳିନୀ।

ଏହା ପରେ ସଲମାନ ଖାନ ତାଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ସେ ହେମା ଜୀଙ୍କ ପଦାଙ୍କ ଅନୁସରଣ କରିବାକୁ କ୍ୟାଟ୍ରିନା କୈଫ୍‌ଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ସଲମାନ କହିଥିଲେ ଯେ ହେମା ଜୀ ତାଙ୍କର ପ୍ରଥମ କ୍ରସ୍। କେବଳ ଏତିକି ନୁହେଁ, ହେମା ଜୀ ନିଜେ ମଧ୍ୟ କହିଥିକେ ଯେ ସଲମାନ ଖାନ ତାଙ୍କୁ ପିଲାଦିନରୁ ବହୁତ ପସନ୍ଦ କରୁଥିଲେ।

ତେବେ ସଲମାନ କେବଳ ହେମା ଜୀଙ୍କୁ ନୁହଁନ୍ତି ଧର୍ମେନ୍ଦ୍ରଙ୍କୁ ମଧ୍ୟ ପସନ୍ଦ କରନ୍ତି। ତାଙ୍କ ସହ ସଲମାନଙ୍କ ଏକ ଭିନ୍ନ ବନ୍ଧନ ରହିଛି। ସଲମାନ ଏବଂ ଧର୍ମେନ୍ଦ୍ର ଯେଉଁଠାରେ ଭେଟନ୍ତି, ସେମାନେ ବହୁତ ସ୍ନେହ ଓ ପ୍ରେମର ସହିତ ସାକ୍ଷାତ କରନ୍ତି। ଥରେ ଧର୍ମେନ୍ଦ୍ର ଅତିଥି ଭାବରେ ସଲମାନଙ୍କ ଶୋ’ ବିଗ୍ ବସ୍‌କୁ ଆସିଥିଲେ। ଏଠାରେ ମଧ୍ୟ ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ଦେଖିବାକୁ ମିଳିଥିଲା। ସଲମାନ ଏହି କିମ୍ବଦନ୍ତୀ ଅଭିନେତାଙ୍କର ବହୁତ ଯତ୍ନ ନେଉଥିବାର ନଜର ଆସିଥିଲେ।

ଅଧିକ ପଢ଼ନ୍ତୁ: Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

Salman Khan Bollywood Hema Malini
Advertisment
Advertisment