/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672397995.jpg)
Salman khan contract over with Big Boss
ଟିଭି ଶୋ’ ଭିତରେ ‘ବିଗ୍ ବସ୍’ ଏକ ଲୋକପ୍ରିୟ ରିୟଲିଟି ଶୋ’। ଏହି ଶୋ’କୁ ଦେଖିବାକୁ ପ୍ରତିବର୍ଷ ଲୋକମାନଙ୍କର ଅପେକ୍ଷା ରହିଥାଏ। ଦୀର୍ଘଦିନ ଧରି ଏହି ଶୋ’କୁ ସଲମାନ ଖାନ୍ ହୋଷ୍ଟ୍ କରି ଆସୁଛନ୍ତି। ଭାଇଜାନଙ୍କ ପ୍ରଶଂସକମାନ ମଧ୍ୟ ଏହାକୁ ସପୋର୍ଟ କରିଆସୁଛନ୍ତି। ଅନେକ ଲୋକ ତ ଏଥିରେ କେବଳ ସଲମାନଙ୍କ ମସ୍ତିକୁ ଦେଖିବା ପାଇଁ ଏହି ଶୋ’କୁ ଦେଖିବାକୁ ପସନ୍ଦ କରନ୍ତି। ଏହିମାନଙ୍କ ପାଇଁ ଦୁଃଖ ଖବର ଯେ ଖୁବ ଶୀଘ୍ର ସଲମାନ୍ ଖାନ ଏହି ଶୋ’ରୁ ଦୂରେଇ ଯାଉଛନ୍ତି।
ରିପୋର୍ଟ ଅନୁଯାୟୀ, ଏହି ଶୋ’ ସହିତ ସଲମାନ ଖାନ ଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି। ତେବେ ଏହି ଶୋ’ ପାଇଁ ସଲମାନ ଖାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ‘ବିଗ୍ ବସ୍’ ପ୍ରତିଯୋଗୀମାନେ ମଧ୍ୟ ‘ୱିକେଣ୍ଡ୍ କା ୱାର୍’ରେ ସଲମାନଙ୍କୁ ଦେଖିବାକୁ ବହୁତ ଆଗ୍ରହୀ ଥାଆନ୍ତି। କିନ୍ତୁ ସଲମାନ ଖାନଙ୍କ ସ୍ଥାନରେ ଆଉ ଜଣେ ଷ୍ଟାର୍ଙ୍କୁ ବଛାଯାଇଥିବା ଚର୍ଚ୍ଚା ହେଉଛି।
ଜାନୁୟାରୀ ୧୨, ୨୦୨୩ରେ ସଲମାନ ଖାନଙ୍କ ‘ବିଗ୍ ବସ୍’ ସହିତ ଚୁକ୍ତି ଶେଷ ହେଉଛି। ଏଭଳି ପରିସ୍ଥିତିରେ ଯଦି ସଲମାନ ଏହା ଉପରେ କୌଣସି ବିଚାର ନକରନ୍ତି, ତେବେ ‘ବିଗ୍ ବସ୍’ରେ ଏହି ଅଭିନେତାଙ୍କ ଯାତ୍ରା ଶେଷ ହୋଇଯିବ। ଆଜିକାଲି ଏହି ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପୁଛି।
ଅଧିକ ପଢ଼ନ୍ତୁ: ‘ବିଗ୍ ବସ୍ ସିଜନ ୧୬’..କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି ସଲମାନ, ଖୁଲାସା କଲେ କାରଣ
କୁହାଯାଉଛି ଯେ ସିନେ ନିର୍ମାତା କରଣ ଜୋହର ସଲମାନଙ୍କ ପରେ ଏହି ଶୋ’ର ହୋଷ୍ଟ୍ କରିପାରନ୍ତି। କାରଣ ସେ ‘ବିଗ୍ ବସ୍’ OTT ରେ ମଧ୍ୟ ହୋଷ୍ଟ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କରଣ ଜୋହରଙ୍କ ସହ କଥାବାର୍ତ୍ତା ଚାଲିଛି। ଆହୁରି ମଧ୍ୟ ଖବର ଅଛି ଯେ, ସଲମାନ ଖାନ ଫେବୃଆରୀ ୨୦୨୩ରେ ମନୀଷ ଶର୍ମାଙ୍କ 'ଟାଇଗର ୩' ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।
‘ବିଗ୍ ବସ୍’ ପାଇଁ ସଲମାନ ଖାନ କେତେ ଗୁରୁତ୍ୱପୂର୍ଣ୍ଣ ଏହି ଶୋ’ର ମଜ୍ଜାମସ୍ତିରୁ ତା’ର ପ୍ରମାଣ ମିଳିଥାଏ। ଅନେକ ଥର ପ୍ରତିଯୋଗୀମାନେ ଶୋ’ରେ ସେମାନଙ୍କର ସୀମା ଅତିକ୍ରମ କରନ୍ତି। କିନ୍ତୁ ସମସ୍ତେ ଉତ୍ସାହର ସହିତ ‘ୱିକେଣ୍ଡ୍ କା ୱାର୍’କୁ ଅପେକ୍ଷା କରିଥାନ୍ତି। ଏହିଦିନ, ସଲମାନ କଣ୍ଟେଷ୍ଟାଣ୍ଟଙ୍କ ଜମେଇକି କ୍ଲାସ୍ ନିଅନ୍ତି।
ଲୋକମାନେ କଣ୍ଟେଷ୍ଟାଣ୍ଟଙ୍କ ଚିଲ୍ଲା ଚିଲ୍ଲିକୁ ଦେଖନ୍ତି ଆଉ ଉପଭୋଗ ମଧ୍ୟ କରନ୍ତି, କାରଣ ସେମାନେ ଏହା ଉପରେ ସଲମାନଙ୍କ ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି। ଏଭଳି ପରିସ୍ଥିତିରେ ଶୋ’ରୁ ସଲମାନଙ୍କ ବିଦାହେବା ଖବର ‘ବିଗ୍ ବସ୍’ର ପ୍ରଶଂସକଙ୍କୁ ନିରାଶ କରିପାରେ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)