Advertisment

ସଲମାନ୍‌ଙ୍କ ବଡ଼ ଖୁଲାସା-ବିଗ୍‌ ବସ୍‌-୧୬ରୁ ପାଇବେ କି ହଜାରେ କୋଟି

ବିଗ୍‌ ବସ୍‌-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍‌ ମିଟ୍‌ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।

ଅଦ୍ୟତନ ହୋଇଛି
Bigg Boss Host Salman Khan’s salary

bigg boss host Salman Khan

Advertisment

ଛୋଟ ପରଦାର ବଡ ଧମାକା କରୁଛି ରିୟଲିଟି ସୋ ‘ବିଗବସ୍‌’। ଏହାର ନୂଆ ସିଜିନ ବିଗ୍‌ବସ-୧୬ ପରଦାକୁ ଆସିବାକୁ ଆଉ ଅଳ୍ପଦିନ ବାକି ଅଛି। ସୋ ଆରମ୍ଭ ହେବା ପୂର୍ବରୁ ଏକ ପ୍ରେସ କନ୍‌ଫରେନ୍ସ କରି ପ୍ରଥମ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିଛନ୍ତି ହୋଷ୍ଟ ସଲମାନ୍‌ ଖାଁ । ପ୍ରଥମ ପ୍ରତିଯୋଗୀ ହେଉଛନ୍ତି ସୋଶିଆଲ ମିଡିଆ ଗ୍ଲାମର ସବୁଠାରୁ ଛୋଟ ସିଙ୍ଗର ଅବ୍ଦୁ ରୋଜିକ। ପ୍ରଥମ ପ୍ରତିଯୋଗୀଙ୍କ ନାଁ ଘୋଷଣା ସହ ଆଉ ଏକ ବଡ ତଥ୍ୟର ମଧ୍ୟ ମଧ୍ୟ ଖୁଲାସା କରିଛନ୍ତି।

Advertisment

ବିଗ୍‌ ବସ୍‌-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍‌ ମିଟ୍‌ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି। ଲଞ୍ଚ ଇଭେଣ୍ଟର ହୋଷ୍ଟ ଗୌହର ଖାନ ଯେତେବେଳେ ସଲମାନଙ୍କୁ ପଚାରିଥିଲେ, ସଲମାନ କହିଥିଲେ ମୋ ବିଷୟରେ ଶୁଣିବାକୁ ମିଳୁଥିବା ଏହି ଖବର ସବୁ ମିଛ। ମୋତେ ସତରେ ଯଦି ଏକ ହଜାର କୋଟି ମିଳିଥାନ୍ତା ତେବେ ମୁଁ ଜୀବନ ସାରା ଆଉ କାମ କରନ୍ତି ନାହିଁ। ହେଲେ ଏମିତି ଦିନ ଆସିବ, ଯେତେବେଳେ ମତେ ଏତିକି ପାରିଶ୍ରମିକ ମିଳିବ। ତା ଛଡା ମୋର ବି ଅନେକ ଖର୍ଚ୍ଚ ଅଛି ଯେମିତି ଓକିଲ ଖର୍ଚ୍ଚ..ଏତେ ଟଙ୍କା ମିଳିଲେ ମୋର କାମରେ ଆସିବ ବୋଲି ସଲମାନ କହିଛନ୍ତି। ସେ ଆହୁରି କହିଥିଲେ ମୋ ଓକିଲ ସଲମାନ ଖାଁଠାରୁ ବି କମ ନୁହଁନ୍ତି। ମୋ ପାଖକୁ ଯେତେ ଆସୁଛି ସବୁ ଚାଲି ଯାଉଛି।

ତେବେ ବିଗ୍‌ ବସ୍‌ ଫିସ ବାବଦରେ ସଲମାନ କେତେ ଅର୍ଥ ପାଉଛନ୍ତି ? ଏହାର ଖୁଲାସା କରି ସଲମାନ କହିଛନ୍ତି ବିଗବସ୍‌ର ଫି ଏହାର ଚାରିଭାଗରୁ ଏକଭାଗ ବି ନୁହେଁ। ଏମିତି ଗୁଜବ ଶୁଣି ଇନକମ୍‌ ଟାକ୍ସ ଏବଂ ଇଡି ତାଙ୍କ ଘରେ ପହଞ୍ଚି ଯାଉଛନ୍ତି ଏବଂ ସତ କ’ଣ ଜାଣିବା ପରେ ଯାଉଛନ୍ତି।

Advertisment

ସଲମାନ କହିଛନ୍ତି, ବିଗ୍‌ ବସରେ ହୋଷ୍ଟ ହେବା ୧୨ ବର୍ଷ ହୋଇଗଲା। ଏହା ବହୁତ ଲମ୍ବା ସମୟ। ଏହି ଗେମକୁ ବହୁତ ଭଲ ପାଏ । ଏଥିରେ ଶିଖିବା ପାଇଁ ଅନେକ କିଛି ଅଛି। ତେବେ ଆଗକୁ କ’ଣ ହେବ ଜାଣିନି। କିନ୍ତୁ ଯାହା ହେବ ଭଲ ହେବ ବୋଲି ସେ କହିଛନ୍ତି। ଆଗାମୀ ସିଜନ୍‌ ଅଲଗା ହେବ ଏବଂ ଭିନ୍ନ ପ୍ରକାରର ହେବ ବୋଲି ବି ସେ କହିଛନ୍ତି ।

Salman Khan Reality Show Big Boss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ