Salim khan and Helen love story
ବଲିଉଡ ସୁପରଷ୍ଟାର ସଲମାନ ଖାନ ଙ୍କ ବାପା ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ସଲିମ ଖାନ ଆଜି ତାଙ୍କର ୮୭ ତମ ଜନ୍ମଦିନ ପାଳନ କରୁଛନ୍ତି। ସଲିମ ଖାନ ଏଭଳି ଜଣେ ଲେଖକ, ଯିଏ କେବଳ ଭାରତୀୟ ସିନେମାର ଚେହେରା ବଦଳାଇ ନାହାଁନ୍ତି, ବରଂ ଭାରତୀୟ ସମାଜରେ ଆଶାର ଦୀପ ଜାଳିଥିଲେ। ଅମିତାଭ ବଚ୍ଚନଙ୍କୁ 'ଆଙ୍ଗ୍ରୀ ୟଙ୍ଗ୍ ମ୍ୟାନ' କରିବାର ଶ୍ରେୟ ମଧ୍ୟ ସଲିମ ଖାନଙ୍କ ନିକଟକୁ ଯାଇଥାଏ। ଜାଭେଦ ଅଖତରଙ୍କ ସହ ସଲିମ ଖାନ ଅନେକ ଚମତ୍କାର ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି, କିନ୍ତୁ ସଲିମ ଖାନଙ୍କ ବ୍ୟକ୍ତିଗତ ଜୀବନ କୌଣସି ଏକ ଚଳଚ୍ଚିତ୍ରଠାରୁ କମ୍ ନୁହେଁ।
ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କ ମା’ ଥିଲେ ବଲିଉଡ୍ର ପ୍ରଥମ ଆଇଟମ୍ ଡ୍ୟାନ୍ସର
ସଲିମ ଖାନଙ୍କ ନିଷ୍ପତ୍ତି ତାଙ୍କ ପରିବାରରେ ଏକ ଭୂକମ୍ପ ଆଣିଥିଲା। କୋଲକାତା ଏବଂ ପରେ ବର୍ମାରୁ ମୁମ୍ବାଇରେ ପହଞ୍ଚିଥିବା ହେଲେନଙ୍କୁ ବିବାହ କରିବା ତାଙ୍କର ନିଷ୍ପତ୍ତି ଥିଲା। ସଲିମ ଖାନଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପୂରା ପରିବାର କ୍ରୋଧିତ ହୋଇଥିଲେ। ଏମିତିରେ ଦେଖିଲେ ସଲିମ ଖାନଙ୍କ ଦୁଇ ପତ୍ନୀ ଏବଂ ତାଙ୍କ ପିଲାମାନେ ପ୍ରାୟତଃ ଏକାଠି ହସ ହସ ମୁଖରେ ଦେଖାଯାଆନ୍ତି। ଅନେକ ଥର ସଲମାନ ଖାନ ମଧ୍ୟ ତାଙ୍କ ସାବତ ମା ହେଲେନଙ୍କ ସହ ଥିବାର ନଜର ଆସିଛନ୍ତି। କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସଲିମ ଖାନଙ୍କ ପିଲାମାନେ ହେଲେନଙ୍କ ସହ ତାଙ୍କ ବିବାହ ପାଇଁ ପ୍ରସ୍ତୁତ ନଥିଲେ।
ସଲିମ ଖାନ ପ୍ରଥମେ ସଲମା ଖାନଙ୍କୁ ପ୍ରେମ କରିଥିଲେ, ଯାହାଙ୍କର ପ୍ରକୃତ ନାମ ଥିଲା ସୁଶୀଲା ଚରକ। ୧୯୬୪ ମସିହାରେ ସଲିମ ତାଙ୍କୁ ବିବାହ କରିଥିଲେ। ଏହା ପରେ ସୁଶୀଲା ତାଙ୍କ ନାମକୁ ସଲ୍ମା ଖାନରେ ପରିବର୍ତ୍ତନ କରିଥିଲେ। ସଲିମ୍ ଖାନ୍ଙ୍କ ପ୍ରଥମ ପତ୍ନୀ ସଲମା ତାଙ୍କ ଠାରୁ ୩ ପୁଅ ସଲମାନ ଖାନ୍, ଅରବାଜ୍ ଖାନ୍ ଓ ସୋହେଲ୍ ଖାନ ଓ ଏକ ଝିଅ ଅଲବୀରାଙ୍କୁ ଜନ୍ମ ଦେଇଛନ୍ତି।
ଖୁବ୍ ଶୀଘ୍ର ଏହି ପ୍ରେମରେ ଆଉ ଜଣଙ୍କର ପ୍ରବେଶ ହୋଇଥିଲା। ୧୯୬୨ରେ ଫିଲ୍ମ 'କାବିଲ ଖାନ' ସମୟରେ ସଲିମ ଖାନ ହେଲେନଙ୍କୁ ଭେଟିଥିଲେ। ହେଲେନ ଏତେ ସୁନ୍ଦର ଥିଲେ ଯେ ସଲିମ ଖାନ ତାଙ୍କୁ ଦେଖି ପ୍ରେମରେ ପଡିଯାଇଥିଲେ। ସଲିମ ସେହି ସମୟରେ ବିବାହ କରିସାରିଥିଲେ। ଠିକ୍ ଏହି ସମୟରେ ଚଳଚ୍ଚିତ୍ରରେ କାମ ନ ପାଇ ହେଲେନ ଏତେ ବିବ୍ରତ ହୋଇଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ, କିନ୍ତୁ ସେତେବେଳେ ସଲିମ ଖାନ ଜଣେ ବନ୍ଧୁ ଭାବରେ ତାଙ୍କ ଜୀବନରେ ଆସିଥିଲେ।
ସଲିମ୍ ଖାନ୍ ହେଲେନଙ୍କୁ ସମ୍ଭାଳି ନେଇଥିଲେ ଏବଂ ବିବାହିତ ସତ୍ତ୍ୱେ ହେଲେନଙ୍କୁ ତାଙ୍କ ଜୀବନସାଥୀ କରିଥିଲେ। ସମସ୍ତ ଆପତ୍ତି ସତ୍ତ୍ୱେ ୧୯୮୦ରେ ଦୁହେଁ ବିବାହ କରିଥିଲେ। ଏହା ମଧ୍ୟ ହେଲେନଙ୍କର ଦ୍ୱିତୀୟ ବିବାହ ଥିଲା। ୧୯୫୭ ମସିହାରେ, ହେଲେନ ତାଙ୍କ ଠାରୁ ୨୭ ବର୍ଷ ବଡ ନିର୍ଦ୍ଦେଶକ ପିଏନ୍ ଆରୋରାଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କର ବିଚ୍ଛେଦ ହୋଇଥିଲା।
ସଲିମ ଖାନ ଏବଂ ହେଲେନଙ୍କ ବିବାହ ପରେ ଖାନ ପରିବାରରେ ବହୁତ ବିବାଦ ଦେଖାଦେଇଥିଲା। ସଲିମ ଖାନଙ୍କ ପ୍ରଥମ ପତ୍ନୀ ସଲମା ଖାନ ଏବଂ ସଲମାନ ଖାନଙ୍କ ସମେତ ସମସ୍ତ ତିନି ଭାଇ ହେଲେନଙ୍କ ବିପକ୍ଷରେ ଥିଲେ। ସଲମାନ ଖାନ, ଅରବାଜ ଏବଂ ସୋହେଲ ହେଲେନଙ୍କ ସହ କଥାବାର୍ତ୍ତା ମଧ୍ୟ କରୁନଥିଲେ। କିନ୍ତୁ ସମୟ ସହିତ ସବୁକିଛି ବଦଳିଗଲା। ସଲମାନ ଏବଂ ତାଙ୍କ ପରିବାର ହେଲେନଙ୍କ ନିକଟତର ହେଲେ।
ଆଜି ସଲିମ ଖାନଙ୍କ ସମସ୍ତ ପିଲାମାନେ ହେଲେନଙ୍କୁ ମା’ର ମାନ୍ୟତା ଦେଇଛନ୍ତି ଏବଂ ସେମାନେ ସେମାନଙ୍କର ନିଜ ମା’ ସଲମାଙ୍କୁ ମଧ୍ୟ ସମାନ ସମ୍ମାନ ଦିଅନ୍ତି। ଆଜି ସଲମାନଙ୍କ ପ୍ରକୃତ ମା’ ସଲମା ନା ହେଲେନ ଲୋକେ ଅନୁମାନ କରିବା ମଧ୍ୟ କଷ୍ଟକର ହୋଇପଡେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669212312.jpg)