Advertisment

ଆମେରିକାରେ 'ସାଲାର'ର କ୍ରେଜ୍; ପ୍ରଭାସଙ୍କ ଟାର୍ଗେଟ୍ ରାମ ଚରଣ ଏବଂ ଜୁନିଅର ଏନ୍‌ଟିଆର୍‌

'ସାଲାର' ରିଲିଜ୍ ପୂର୍ବରୁ ମଧ୍ୟ 'ବ୍ରାଣ୍ଡ୍ ପ୍ରଭାସ'ଙ୍କ ଯାଦୁ ଦେଖାଇବା ଆରମ୍ଭ କରିଛି ଏବଂ ବକ୍ସ ଅଫିସ୍ ରୋଜଗାର ରେକର୍ଡ ତିଆରି କରିବାର ସମ୍ଭାବନା ଦୃଶ୍ୟମାନ ହେଉଛି। 'ସାହୋ' ଏବଂ 'ଆଦିପୁରୁଷ' ଫ୍ଲପ୍ ପରେ ବି ପ୍ରଭାସଙ୍କ ଲୋକପ୍ରିୟତାକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। 'ସାଲାର' ରିଲିଜ୍ ହେବାର ଏକ ମାସ ପୂର୍ବରୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ତିଆରି ହୋଇଛି।

author-image
Pramod Behera
Salaar advance booking in usa ram charan jr ntr rrr record in danger

Salaar advance booking in usa ram charan jr ntr rrr record in danger

ମନୋରଞ୍ଜନ ଦୃଷ୍ଟିରୁ ଅଗଷ୍ଟ ମାସ ଖୁବ୍ ଭଲ ପ୍ରଦର୍ଶନ ଦେଇଛି। ଏହି ମାସରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ରୋଜଗାରର ନୂଆ ଆକଳନକୁ ସ୍ପର୍ଶ କରିଛି। ସେ ରଜନୀକାନ୍ତଙ୍କ 'ଜେଲର' ହେଉ କି ସନ୍ନି ଦେଓଲଙ୍କ 'ଗଦର ୨' ହେଉ, ଦର୍ଶକ ବହୁତ ଖୋରାକ ଦେଇଛି। ବର୍ତ୍ତମାନ ସମସ୍ତଙ୍କ ଆଖି ସେପ୍ଟେମ୍ବରରେ ସ୍ଥିର ହୋଇଛି କାରଣ ମାସ ଆରମ୍ଭରୁ ଶାହାରୁଖ ଖାନଙ୍କ 'ଜବାନ' ଏବଂ ଶେଷରେ ପ୍ରଭାସଙ୍କ 'ସାଲାର' ମୁକ୍ତିଲାଭ କରିବ।

Advertisment

ରିଲିଜ୍ ପୂର୍ବରୁ ମଧ୍ୟ 'ବ୍ରାଣ୍ଡ୍ ପ୍ରଭାସ'ଙ୍କ ଯାଦୁ ଦେଖାଇବା ଆରମ୍ଭ କରିଛି ଏବଂ ବକ୍ସ ଅଫିସ୍ ରୋଜଗାର ରେକର୍ଡ ତିଆରି କରିବାର ସମ୍ଭାବନା ଦୃଶ୍ୟମାନ ହେଉଛି।

ସେପ୍ଟେମ୍ବର ମାସକୁ ନେଇ ଆଜିଠାରୁ ଚର୍ଚ୍ଚା ଜୋର ଧରିଛି। ୭ ସେପ୍ଟେମ୍ବରରେ ଏଟଲୀ କୁମାରଙ୍କ ବଡ ବଜେଟ୍ ଫିଲ୍ମ 'ଜବାନ' ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ବଡ ଧରଣରେ ରିଲିଜ୍ କରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରାଯାଇଛି। ଏଥିସହିତ ପ୍ରଭାସଙ୍କ 'ସାଲାର' (ସାଲାର: ଭାଗ ୧- ସିଜ୍‌ଫାୟାର୍) 'ଜୱାନ'ର ୨୧ ଦିନ ପରେ ମୁକ୍ତିଲାଭ କରିବ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବହୁ ଆଗରୁ ଆରମ୍ଭ ହୋଇଯାଇଛି।

Advertisment

'କେଜିଏଫ୍' ଫେମ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଫିଲ୍ମ 'ସାଲାର'ର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହା ୨୮ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ପୃଥ୍ୱୀରାଜ ସୁକୁମାରନ୍, ଶ୍ରୁତି ହାସନ, ଈଶ୍ୱରୀ ଏବଂ ଜଗପତି ବାବୁ ପ୍ରମୁଖ ଭୂମିକାରେ ନଜର ଆସିବେ। ଆମେରିକାରେ ଫିଲ୍ମର ପ୍ରି-ବୁକିଂ ଆରମ୍ଭ ହୋଇଯାଛି। କୁହାଯାଉଛି ଯେ ଫିଲ୍ମର ଓପେନିଂ ରେକର୍ଡ ଭାଙ୍ଗିପାରେ।

ପ୍ରଭାସଙ୍କ ଚଳଚ୍ଚିତ୍ର 'ସାହୋ' ଏବଂ 'ଆଦିପୁରୁଷ' ଦର୍ଶକଙ୍କ ଆଶା ପୂରଣ କରି ନଥିଲା। କିନ୍ତୁ ଏହା ପ୍ରଭାସଙ୍କ ଲୋକପ୍ରିୟତାକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। ଫିଲ୍ମ ରିଲିଜ୍ ହେବାର ଏକ ମାସ ଅଛି କିନ୍ତୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ତିଆରି ହୋଇଛି। କୁହାଯାଉଛି 'ସାଲାର' ଆମେରିକାରେ ଆଡ୍‌ଭାନ୍ସ ବୁକିଂରେ ୪୦୦K ଡଲାର୍ ଅତିକ୍ରମ କରିଛି।

ବିଶେଷ କଥା ହେଉଛି ଫିଲ୍ମ 'ସାଲାର'ର କୌଣସି ଗୀତ କିମ୍ବା ଟ୍ରେଲର ରିଲିଜ୍ ହୋଇ ନଥିଲେ କେବଳ ଟିଜରରୁ ପ୍ରଭାସଙ୍କୁ ନେଇ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଟିଜରରେ ପ୍ରଭାସଙ୍କୁ 'ଡାଇନୋସର' ଭାବରେ ବର୍ଣ୍ଣନା କରାଯାଇଚ୍ଜି। 'ରିବେଲ୍ ଇଜ୍ ବ୍ୟାକ୍' ବୋଲି ମଧ୍ୟ ଲେଖାଯାଇଛି। କୁହାଯାଉଛି ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର ଟ୍ରେଲର କିମ୍ବା କୌଣସି ଗୀତ ରିଲିଜ୍‌ ହୋଇପାରେ।

ପ୍ରଭାସଙ୍କ 'ସାଲାର'ର ଟାର୍ଗେଟ୍‌ ବର୍ତ୍ତମାନ ରାମ ଚରଣ ଏବଂ ଜୁନିଅର ଏନ୍‌ଟିଆରଙ୍କ ଫିଲ୍ମ' ଆରଆରଆର' ଉପରେ। ଏସ୍ ରାଜାମୌଲିଙ୍କ ଏହି ସୁପରହିଟ୍ ଚଳଚ୍ଚିତ୍ର ଆମେରିକାର ପ୍ରିମିୟର୍ ଠାରୁ ୩.୨ ମିଲିୟନ୍ ଡଲାର୍ ରୋଜଗାର କରିଥିଲା। ବିଶ୍ୱାସ କରାଯାଏ ଯେ 'ସାଲାର'ର ପ୍ରି-ବୁକିଂ କ୍ରେଜ୍ ଯେପରି ଦେଖାଉଛି, ଏହା ଶୀଘ୍ର ଏକ ନୂତନ ରେକର୍ଡ ସୃଷ୍ଟି କରିବ।

'ସାଲାର' ୫ଟି ଭାଷାରେ ମୁକ୍ତିଲାଭ କରିବ। ୭୩ ବର୍ଷୀୟ ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ୧୯୭୯ ପରଦାରେ ପ୍ରଦର୍ଶିତ ହେବ କାରଣ ଏହା ପ୍ରଭାସଙ୍କ ଜନ୍ମ ବର୍ଷ। ସେ ୨୩ ଅକ୍ଟୋବର ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ଯେ ଏଥିରେ ୟଶଙ୍କ ଏକ କେମିୟୋ ଦେଖିବାକୁ ମିଳିବ।

Prabhas Bollywood Salaar Salaar Release Date
Advertisment
Advertisment