Shahrukh Khan House Recce: ଟାର୍ଗେଟରେ ଥିଲେ କି ଶାହରୁଖ ? ସୈଫଙ୍କୁ ଆକ୍ରମଣ ପୂର୍ବରୁ…

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।

ଟାର୍ଗେଟରେ ଥିଲେ କି ଶାହରୁଖ ?

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ତେବେ ଅଭିଯୁକ୍ତ ଜଣକ କିଛି ଦିନ ତଳେ ଅଭିନେତା ଶାହରୁଖ ଖାନଙ୍କ ଘର ପାଖକୁ ଯାଇ ରେକି କରିଥିଲା । ଏହି ଅଭିଯୁକ୍ତ ଗିରଫ ହେବା ପରେ ମୁମ୍ୱାଇ ପୋଲିସର ଏକ ଟିମ୍ ଶାହରୁଖ ଖାନଙ୍କ ବାସଭବନ ‘ମନ୍ନତ’କୁ ଯାଇ ତଦନ୍ତ କରିଛି । ବଡ଼ କଥା ହେଲା, ଗିରଫ ଅଭିଯୁକ୍ତର ଉଚ୍ଚତା ଓ ଶରୀରର ଆକାର ଏହି ଗିରଫ ଅଭିଯୁକ୍ତ ସହ ପ୍ରାୟତଃ ମେଳ ଖାଉଛି । ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଯଦି ସ୍ପଷ୍ଟ ହୁଏ ଯେ, ଏହି ଅଭିଯୁକ୍ତ ଶାହରୁଖଙ୍କ ଘର ପାଖରେ ରେକି କରିଥିଲା, ତେବେ ତଦନ୍ତକୁ ଆହୁରି ବ୍ୟାପକ କରିବ ପୋଲିସ୍ । ଏହା କୌଣସି ଷଡଯନ୍ତ୍ର ହୋଇପାରେ କିମ୍ୱା କୌଣସି ଗ୍ୟାଙ୍ଗର ହାତ ଏହା ପଛରେ ଥାଇପାରେ ବୋଲି ମଧ୍ୟ ସନ୍ଦେହ ଦୃଢୀଭୂତ ହେବ ।

ସୈଫ୍ ଅଲ୍ଲୀ ଖାନଙ୍କ ବାସଭବନ ଭିତରେ ପଶି ବୁଧବାର ରାତିରେ ଅଭିଯୁକ୍ତ ଛୁରାମାଡ଼ କରିଥିଲା । ସେ ସୈଫଙ୍କୁ ୬ ଥର ଛୁରାମାଡ଼ କରି ଗୁରୁତର ଆହତ କରିଥିଲା । ମୁମ୍ୱାଇର ଳୀଳାବତୀ ହସ୍ପିଟାଲରେ ସୈଫଙ୍କର ଅସ୍ତ୍ରୋପଚାର କରାଯାଇଛି । ଆଜି ତାଙ୍କୁ ICU ରୁ ବାହାରକୁ ଅଣାଯାଇଛି । ସେ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଅଭିଯୁକ୍ତ ସୈଫଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକ ପାଖରେ ଛୁରୀ ଭୁଶି ଚାଲିଯାଇଥିଲା । ଡାକ୍ତରମାନେ ତାଙ୍କ ବେକ ପାଖ ମେରୁଦଣ୍ଡରେ ରହିଥିବା ଏହି ଅଢେଇ ଇଞ୍ଚ ଲମ୍ୱର ଛୁରୀକୁ ଡାକ୍ତରଖାନାରେ ବାହାର କରିଥିଲେ । ନିଜ ପରିବାର ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ସୈଫ ଅଭିଯୁକ୍ତକୁ ପ୍ରତିରୋଧ କରିଥିଲେ । ନଚେତ୍ ସେ ଅଧିକ ଆକ୍ରମଣାତ୍ମକ ହେବାର ଆଶଙ୍କା ଥିଲା ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼ 

ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ, ଏହି ଅଭିଯୁକ୍ତଜଣକ ସୈଫଙ୍କୁ ଆକ୍ରମଣ ପରେ ସିଡିରେ ତଳକୁ ଓହ୍ଲାଇ ଚାଲିଯାଇଥିଲା । ସେ ଧୂସର ରଙ୍ଗର ସାର୍ଟ ପିନ୍ଧିଥିଲା ଓ ଲାଲ୍ ରଙ୍ଗର ସ୍କାର୍ଫ ବେକରେ ପକାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ଗତ ୧୫ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଘଟଣାର ଦିନକ ପୂର୍ବରୁ ଶାହରୁଖ ଖାନଙ୍କ ବାସଭବନ ଆଡକୁ ସିଡି ପକାଇ ଚାହୁଁଥିଲା ଜଣେ ସନ୍ଦିଗ୍ଧ । ଗତ ୧୪ ତାରିଖରେ ଶାହରୁଖଙ୍କ ପାଖ ଘରେ ଜଣେ କେହି ପ୍ରାୟ ୮ ଫୁଟର ଏକ ଲୁହା ସିଡି ପକାଇ ତାଙ୍କ ଘର ଆଡକୁ ଚାହୁଁଥିଲା । ପୋଲିସ୍ ସନ୍ଦେହ କରୁଛି, ସୈଫଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୁକ୍ତ ସେହି ବ୍ୟକ୍ତି ହୋଇପାରେ ।

ଶାହରୁଖଙ୍କ ଘର ପାଖରେ ବ୍ୟବହାର କରାଯାଇଥିବା ଲୁହା ସିଡିର ଓଜନ ଅଧିକ । ତେଣୁ ଜଣେ ବ୍ୟକ୍ତି ଏହି ସିଡି ଆଣି ଏକା ପକାଇ ପାରିବ ନାହିଁ । ଏଥିରେ ନିଶ୍ଚିତ ଭାବେ ଦୁଇ ତିନି ଜଣ ଥିବେ । ଶାହରୁଖ ଏ ସଂପର୍କରେ ନିଜ ଆଡୁ ଥାନାରେ ଏତଲା ଦେଇନାହାନ୍ତି । କିନ୍ତୁ ଏହି ଘଟଣା ସାମନାକୁ ଆସିବା ପରେ ପୋଲିସ୍ ତଦନ୍ତ କରୁଛି । ରେକି ବେଳେ ବ୍ୟବହାର କରାଯାଇଥିବା ସିଡି ଚୋରି ସିଡ଼ି ନା କେଉଁଠୁ ଅଣାଯାଇଥିଲା, ସେ ନେଇ ପୋଲିସ୍ ଖୋଳତାଡ କରୁଛି ।

ଅଭିନେତାମାନେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ରହୁଥିବାରୁ ସେମାନଙ୍କ ସୁରକ୍ଷା ପୋଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଶାହରୁଖ ଖାନଙ୍କ ସହ ଭଲ ସଂପର୍କ ଥିବାରୁ ପୂର୍ବତନ ବିଧାୟକ ବାବା ସିଦ୍ଦିକଙ୍କୁ ରାସ୍ତାରୁ ହଟାଇ ଦେଇଥିଲା ବିଷ୍ଣୋଇ ଗ୍ୟାଙ୍ଗ

ଅଧିକ ପଢ଼ନ୍ତୁ: ସୈଫଙ୍କ ମେରୁଦଣ୍ତରୁ ବାହାରିଲା ୨.୫ ଇଞ୍ଚର ଛୁରୀ; ଚିହ୍ନଟ ହେଲା ଛୁରାମାଡ଼ କରିଥିବା ଅଭିଯୁକ୍ତ...