Advertisment

ଚେତା ଫେରିପାଇଲେ 'ବଚପନ୍‌ କା ପ୍ୟାର୍‌' ଫେମ୍ ସହଦେବ ଡିର୍ଡୋ

'ବଚପନ୍‌ କା ପ୍ୟାର୍‌' ଗୀତର ଗାୟକ ସହଦେବ ଡିର୍ଡୋଙ୍କ ହୋସ୍ ଫେରିଆସିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି। ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sahdev Dirdo health update

Sahdev Dirdo health update

ମୁମ୍ବାଇ: ସହଦେବ ଦିନେ 'ବଚପନ୍‌ କା ପ୍ୟାର୍‌' ଗୀତ ଗାଇ ସାରା ଦେଶରେ ଲୋକପ୍ରିୟ ହୋଇଥିଲେ ସହଦେବ ଡିର୍ଡୋ । ବୋଧହୁଏ ସହଦେବଙ୍କ ପାଇଁ ମଙ୍ଗଳବାର ଅମଙ୍ଗଳ ଥିଲା। ଛତିଶଗଡରେ ରହୁଥିବା ସହଦେବ ଡିର୍ଡୋ ମଙ୍ଗଳବାର ସୁକୁମା ନିକଟରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ।

Advertisment

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ସହଦେବଙ୍କୁ ସୁକୁମା ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜଗଦଲପୁରର ମେଡିକାଲ କଲେଜକୁ ପଠାଯାଇଥିଲା। ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବର୍ତ୍ତମାନ ଏକ ଆଶ୍ୱସ୍ତିକର ଖବର ଆସିଛି। କାଲିଠାରୁ ସେ ବେହୋସ ଅବସ୍ଥାରେ ଥିବା ବେଳେ ବର୍ତ୍ତମାନ ସେ ତାଙ୍କ ଚେତା ଫେରି ପାଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଥିବା କୁହାଯାଉଛି।

ସଡ଼କ ଦୁର୍ଘଟଣାରେ ସହଦେବ ଗୁରୁତର ଆହତ ହେବା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଠାରୁ ଆରମ୍ଭ କରି ଗାୟକ-ରାପର ବାଦଶାହ ତାଙ୍କୁ ସାହାଯ୍ୟ କରିବା ନେଇ ଆଗକୁ ଆସିଥିଲେ। ଏହା ସହିତ ସୋସିଆଲ୍ ମିଡିଆ ମଧ୍ୟ ତାଙ୍କର ଏହି ଦୁଃଖ ଖବରରେ ମ୍ରିୟମାଣ ହୋଇପଡିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ନେଇ ଅନେକ ପ୍ରାର୍ଥନା କରିଥିଲେ। ଲୋକଙ୍କ ପ୍ରାର୍ଥନା ବୋଧହୁଏ ଈଶ୍ୱରଙ୍କ ପାଖରେ ପହଞ୍ଚିଲା। ସୂଚନାନୁସାରେ ସହଦେବ ବିଳମ୍ବିତ ରାତିରେ ଚେତନା ଫେରି ପାଇଛନ୍ତି। ବର୍ତ୍ତମାନ ସେ ବିପଦ ମୁକ୍ତ ଥିବା କୁହାଯାଉଛି।

Advertisment

ଦୁର୍ଘଟଣା ପରେ ଜଗଦଲପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହେବା ପର୍ଯ୍ୟନ୍ତ ସହଦେବ ପ୍ରାୟ ୫ ଘଣ୍ଟା ଚେତାଶୂନ୍ୟ ହୋଇ ପଡିଥିଲେ। ଏନେଇ ଲୋକେ ତାଙ୍କୁ ନେଇ ଚିନ୍ତିତ ହୋଇପଡିଥିଲେ। ମେଡିକାଲ କଲେଜର ଜଣେ ଡାକ୍ତର କହିଛନ୍ତି ଯେ ସହଦେବ ବର୍ତ୍ତମାନ ତାଙ୍କ ଚେତା ଫେରି ପାଇଛନ୍ତି ଏବଂ ସେ ବର୍ତ୍ତମାନ କଥା ହେଉଛନ୍ତି। ତାଙ୍କର ସିଟି ସ୍କାନ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି, ତାଙ୍କୁ ରାୟପୁର କିମ୍ବା ବିଶାଖାପଟନମ୍ ରେଫର୍ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ବାଦଶାହ ତାଙ୍କର ଏକ ଟ୍ୱିଟ୍‌ରେ ଲେଖିଛନ୍ତି, “ମୁଁ ସହଦେବଙ୍କ ପରିବାର ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛି। ସେ ଚେତାଶୂନ୍ୟ ଅଛନ୍ତି, ତାଙ୍କୁ ଡାକ୍ତରଖାନା ନିଆଯାଉଛି। ମୁଁ ତାଙ୍କ ପାଇଁ ଛିଡା ହୋଇଛି। ଆପଣମାନଙ୍କ ଆଶୀର୍ବାଦ ଦରକାର।” ‘ଜାନେ ମନ୍ ଜାନେ ଯା, ମେରା ବଚ୍‌ପନ୍‌ କା ପ୍ୟାର୍’ ଭଳି ଏକ ଗୀତ ସହଦେବଙ୍କୁ ରାତାରାତି ଷ୍ଟାର୍‌ କରିଦେଇଥିବା ବେଳେ ସେ ବର୍ତ୍ତମାନ ସାରା ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ପାଲଟି ଯାଇଛନ୍ତି।

India
Advertisment
Advertisment