Advertisment

'RRR' କୁ ପୁଣି ସଫଳତା; ଜାପାନରେ କଲା ରେକର୍ଡ଼

ଫିଲ୍ମ 'RRR' କୁ ମିଳିଛି ଆଉ ଏକ ନୂଆ ସଫଳତା। ଏହା ଜାପାନର ବକ୍ସ ଅଫିସ୍‌ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।

author-image
Pramod Behera
ଅଦ୍ୟତନ ହୋଇଛି
RRR received excellent response from the audience in japan

RRR received excellent response from the audience in japan

ଏସ୍‌ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'RRR' କ୍ରମାଗତ ଭାବରେ ସଫଳତାର ନୂଆ ରେକର୍ଡ କରି ଚାଲିଛି। ଏହି ଚଳଚ୍ଚିତ୍ରର ଗୀତ 'ନାଟୁ-ନାଟୁ' ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇଛି। ଏହା ପୂର୍ବରୁ ମଧ୍ୟ ଫିଲ୍ମ ଅନେକ ପୁରସ୍କାର ଜିତିଛି। ବର୍ତ୍ତମାନ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ଭାରତର ନା’କୁ ମଧ୍ୟ ଗର୍ବିତ କରିଥିବା ଏହି ଚଳଚ୍ଚିତ୍ରର ନା’ରେ ଆଉ ଏକ ସଫଳତା ଯୋଡିହୋଇଛି। ଚଳଚ୍ଚିତ୍ର 'RRR' ଜାପାନର ବକ୍ସ ଅଫିସ୍‌ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।

Advertisment

ଜାପାନରେ ଫିଲ୍ମ 'RRR'କୁ ଖୁବ୍ ପ୍ରସଂଶା କରାଯାଉଛି। ଏହି ଚଳଚ୍ଚିତ୍ରଟି ଧମାକାଦାର ରୋଜଗାର ସହିତ ୧୦୦ ଦିନ ପୂରଣ କରିଛି। ଏହାକୁ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଖୁସି କହିଲେ ନସରେ। ରାଜାମୌଲି ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଏହି ଖୁସିକୁ ଶେୟାର କରିଛନ୍ତି।

ସେ ଲେଖିଛନ୍ତି, 'ସେତେବେଳେ ଏକ ଚଳଚ୍ଚିତ୍ର ୧୦୦ଦିନ, ୧୭୫ ଦିନ ଆଦି ଚାଲିବା ଏକ ବଡ଼ କଥା ଥିଲା। ସମୟ ଗଡିବା ସହିତ ବ୍ୟବସାୟର ଢାଞ୍ଚା ମଧ୍ୟ ବଦଳିଗଲା। ସେ ମଧୁର ସ୍ମୃତିଗୁଡ଼ିକ ଚାଲିଯାଇଛି, କିନ୍ତୁ ଜାପାନୀ ପ୍ରଶଂସକମାନେ ଆମକୁ ଖୁସି କରୁଛନ୍ତି। ଲଭ୍ ୟୁ ଜାପାନ।”

Advertisment

ପ୍ରକାଶଥାଉ ଯେ ଅକ୍ଟୋବର ୨୧ ରେ ଜାପାନରେ 'RRR' ରିଲିଜ୍ ହୋଇଥିଲା। ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରଠାରୁ ଜାପାନର ଦର୍ଶକଙ୍କ ଠାରୁ ଖୁବ୍ ଭଲ ପାଇବା ପାଇଛି। କେବଳ ଦେଶରେ ନୁହେଁ, ଫିଲ୍ମ 'RRR'କୁ ନେଇ ବିଦେଶରେ ମଧ୍ୟ ଚର୍ଚ୍ଚା ଜୋର୍ ହରିଛି। ଫିଲ୍ମର ଗୀତ ‘ନାଟୁ ନାଟୁ’ ଓସ୍କାରରେ ନାମାଙ୍କିତ ହୋଇ ସମଗ୍ର ଦେଶକୁ ଗର୍ବିତ କରିଛି।

ତେବେ ଫିଲ୍ମ 'RRR' ମାର୍ଚ୍ଚ ୧୨ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧,୨୦୦ କୋଟିରୁ ଅଧିକ ଆୟ କରିଛି। ଫିଲ୍ମର ହିନ୍ଦୀ ସଂସ୍କରଣ ମେ ୨୦ ରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ​​ଏବଂ ଖୁବ୍ ଶୀଘ୍ର ଫିଲ୍ମଟି OTT ପ୍ଲାଟ୍‌ଫର୍ମରେ ଭାରତର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ହୋଇଗଲା। ଏହାର ଗୀତ 'ନାଟୁ ନାଟୁ' ୮୦ତମ ଗୋଲ୍ଡେନ୍ ଗ୍ଲୋବ୍‌ ପୁରସ୍କାରରେ ସର୍ବଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ଲାଭ କରିଛି।

Bollywood RRR Movie SS Rajamouli Jr. NTR
Advertisment
Advertisment