Advertisment

Happy Birth Day: ଦିନେ ପାଉଥିଲେ ୩୫ ଟଙ୍କା, ଆଜି କେମିତି ହେଲେ ୧୦୦କୋଟିର ମାଲିକ

ବଲିଉଡ୍‌ର ଆକ୍ସନ୍ ଡାଇରେକ୍ଟରଙ୍କ କଥା ଭାବିଲେ ପ୍ରଥମେ ମନେପଢନ୍ତି ରୋହିତ ଶେଟ୍ଟୀ। ଆଜି ସେ ବଲିଉଡ୍‌ର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କିନ୍ତୁ ଦିନ ଏମିତି ଥିଲା ତାଙ୍କୁ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ମିଳୁଥିଲା ମାତ୍ର ୩୫ ଟଙ୍କା…

author-image
Pramod Behera
ଅଦ୍ୟତନ ହୋଇଛି
Rohit Shetty started working as assistant director in 17

Rohit Shetty started working as assistant director in 17

ରୋହିତ ଶେଟ୍ଟୀ ଆଜି ବଲିଉଡର ଆକ୍ସନ୍ ଡାଇରେକ୍ଟର ଭାବେ ବେଶ ଜଣାଶୁଣା। 'ସୂର୍ଯ୍ୟବଂଶୀ', 'ସିଙ୍ଘମ୍', 'ଚେନ୍ନାଇ ଏକ୍ସପ୍ରେସ୍‌' ଏବଂ 'ସିମ୍ବା' ଭଳି ଆକ୍ସନ୍ ପ୍ୟାକ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି, ଯଦିଓ ବଲିଉଡରେ ରୋହିତ ଶେଟ୍ଟୀଙ୍କ ଏକ ବଡ ନାଁ ଅଛି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ଏହି ନିର୍ଦ୍ଦେଶକ ପେଟ ଚାଖଣ୍ଡକ ପାଇଁ ଖୁବ୍ ସଂଘର୍ଷ କରୁଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ନିର୍ଦ୍ଦେଶକଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା ଉପରେ ନଜର ପକେଇ ନେବା।

Advertisment

ରୋହିତ ଶେଟ୍ଟୀ ଚଳଚ୍ଚିତ୍ର ଜଗତରେ ଜଣେ ବାହାର ଲୋକ ନଥିଲେ। ରୋହିତଙ୍କ ମା’ ରତ୍ନା ଶେଟ୍ଟୀ ଏବଂ ବାପା ଏମ.ବି ଶେଟ୍ଟୀ ମଧ୍ୟ ଚଳଚ୍ଚିତ୍ର ଦୁନିଆ ସହ ଜଡିତ ଥିଲେ। ତାଙ୍କ ମା’ ବଲିଉଡ୍‌ରେ ଜଣେ କନିଷ୍ଠ କଳାକାର ଥିଲେ ଏବଂ ବାପା ଜଣେ ଆକ୍ସନ୍ କୋରିଓଗ୍ରାଫର୍ ଏବଂ ଷ୍ଟଣ୍ଟ୍‌ମ୍ୟାନ୍ ଥିଲେ। ରୋହିତଙ୍କ ବାପା ଅନେକ ହିନ୍ଦୀ ଏବଂ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ଖୁବ୍ କମ୍ ବୟସରେ ରୋହିତ ଶେଟ୍ଟୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା।

ବାପାଙ୍କ ଦେହାନ୍ତ ପରେ ତାଙ୍କ ଘରର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା। ଏନେଇ ରୋହିତ ଶେଟ୍ଟୀଙ୍କୁ କମ ବୟସରେ ଘରର ଦାୟିତ୍ୱ ନେବାକୁ ପଡିଲା। ରୋହିତ ମାତ୍ର ୧୪ ବର୍ଷ ବୟସରେ ନିର୍ଦ୍ଦେଶକ ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆଦୌ ସହଜ ନଥିଲା। ସେ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

Advertisment

ରୋହିତଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା ସେ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଫୁଲ୍‌ ଔର୍‌ କାଣ୍ଟେ'ରେ ସହ ନିର୍ଦ୍ଦେଶକ ଥିଲେ। ଏହା ପରେ ସେ ୧୩ ବର୍ଷ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ରୋହିତ ଶେଟ୍ଟୀ ତବ୍‌ବୁ ଓ କାଜୋଲଙ୍କ ପରି ଅନେକ ହିରୋଇନ୍‌ଙ୍କ ସହ ସ୍ପଟ୍ ବଏ ଭାବରେ ମଧ୍ୟ କାମ କରିଛନ୍ତି।

ସେ ସମୟରେ ରୋହିତ ଦିନକୁ ମାତ୍ର ୩୫ ଟଙ୍କା ପାଉଥିଲେ। ୨୦୦୩ ମସିହାରେ ସେ ଅଜୟ ଦେବଗନଙ୍କ ସହ ନିର୍ଦ୍ଦେଶନା ଦେଇଥିଲେ। ସେ ଅଜୟ ଦେବଗନ୍ ଏବଂ ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ଜମିନ୍'ର ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ରୋହିତ ଶେଟ୍ଟୀ ଅଜୟ ଦେବଗନଙ୍କ ସହ ଅନେକ ହିଟ୍ ଫିଲ୍ମ କରିଛନ୍ତି।

ରୋହିତ ଶେଟ୍ଟୀ 'ଗୋଲମାଲ' ସିରିଜ୍ ଏବଂ 'ସିଙ୍ଘମ୍'ରୁ ବିପୁଳ ଲୋକପ୍ରିୟତା ପାଇଥିଲେ। ଏହି ଦୁଇଟି ସିରିଜ୍‌ରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଆଜି ରୋହିତ ଶେଟ୍ଟୀ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦେଶକଙ୍କ ମଧ୍ୟରେ ଗଣା ହୁଅନ୍ତି। ରିପୋର୍ଟ ଅନୁଯାୟୀ, ରୋହିତ ଶେଟ୍ଟୀଙ୍କ ମୋଟ ସମ୍ପତ୍ତି ୧୦୦ କୋଟିରୁ ଅଧିକ।

Bollywood Rohit Shetty
Advertisment
Advertisment