Advertisment

‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…

author-image
Pramod Behera
ଅଦ୍ୟତନ ହୋଇଛି
Rohit Shetty cop universe film Singham again earns 200 crore before release

Rohit Shetty cop universe film Singham again earns 200 crore before release

ରୋହିତ ଶେଟ୍ଟୀଙ୍କ ‘ସିଂଘମ୍ ଏଗେନ୍’କୁ ଏବେ ଆଲୋଚନା ଚାରିଆଡେ। ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଏକ ନନ୍-ଥିଏଟ୍ରିକାଲ୍ ଡିଲ୍ ହାସଲ କରିଛି। ବର୍ତ୍ତମାନ ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟରେ ଏହିଭଳି କିଛି ଶୁଣାଯାଉଛି। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି।

Advertisment

ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶେଟ୍ଟୀ ଏବଂ ଜିଓ ଷ୍ଟୁଡିଓ ‘ସିଂଘମ୍ ଏଗେନ୍’ କୁ ସାଟେଲାଇଟ୍, ଡିଜିଟାଲ୍ ଏବଂ ମ୍ୟୁଜିକ୍ ଅଧିକାରକୁ ୨୦୦ କୋଟିରେ ବିକ୍ରି କରିଛନ୍ତି। ରିପୋର୍ଟରେ, ପ୍ରଡକ୍ସନ୍ ସହ ଜଡିତ ଏକ ଉତ୍ସକୁ ଦର୍ଶାଇ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସବୁବେଳେ ଟିଭିରେ ଲୋକପ୍ରିୟ ହୋଇଥାଏ ଏବଂ ଏହାକୁ ବାରମ୍ବାର ଦେଖିବାର ସୁଯୋଗ ମିଳେ ବୋଲି ଦାବି କରାଯାଇଛି।

Advertisment

ସୂତ୍ରରୁ ପ୍ରକାଶ ଯେ "ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ ନନ୍-ଥିଏଟ୍ରିକାଲ୍ ଡିଲ୍। ଦର୍ଶକଙ୍କ ପ୍ରବଳ ଚାହିଦା ଯୋଗୁଁ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସବୁବେଳେ ସାଟେଲାଇଟ୍ ପ୍ଲେୟର୍ସ ଠାରୁ ବିପୁଳ ପରିମାଣର ଆୟ କରିଆସୁଛି। ବର୍ତ୍ତମାନ ଡିଜିଟାଲ୍ ପ୍ଲେୟର୍ସଙ୍କ ଦ୍ୱାରା ‘ସିଂଘମ୍ ଏଗେନ୍’ ସାଇନ୍ ହୋଇଛି ଏବଂ ପ୍ରିମିୟମ୍ ମୂଲ୍ୟ ଦିଆଯାଇଛି।

‘ସିଂଘମ୍ ଏଗେନ୍’କୁ କପ୍‌-ୟୁନିଭର୍ସର ପ୍ରଥମ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଉଛି, ଯେଉଁଥିରେ ସମସ୍ତ 'ଆଭେଞ୍ଜର୍ସ'ର ଝଲକ ଦେଖାଯିବ। ଏହି ଫିଲ୍ମରେ ଏକ ବଡ ପରିମାଣର ବଜେଟ୍ ଲାଗିଛି ଏବଂ ରୋହୀତ ଶେଟ୍ଟୀ ମଧ୍ୟ ଏଥର କାଷ୍ଟିଂରେ ଚମତ୍କାର କରିଛନ୍ତି। ଅଜୟ ଦେବଗନ୍ ଏବଂ କରୀନା କପୁର ଖାନଙ୍କ ବ୍ୟତୀତ ଏଥିରେ ରଣବୀର ସିଂହ, ଅକ୍ଷୟ କୁମାର, ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫ୍‌ ମଧ୍ୟ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି।

ଭିଲେନ୍ ଭୂମିକାରେ ଜ୍ୟାକି ଶ୍ରଫ୍ ଏବଂ ଅର୍ଜୁନ କପୁର ଥିବାବେଳେ ଆଶୁତୋଷ ରାଣା, ଦୟାନନ୍ଦ ଶେଟ୍ଟୀ ଏବଂ ଶ୍ୱେତା ତିୱାରୀଙ୍କୁ ସହଯୋଗୀ ଭୂମିକାରେ ଦେଖିବାକୁ ମିଳିବ। ଏହା ସମଗ୍ର ଭାରତରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଦିପାବଳୀ ଅର୍ଥାତ୍ ୦୧ ନଭେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Deepika Padukone Ajay Devgn Bollywood Akshay Kumar Rohit Shetty Ranveer Singh Tiger Shroff
Advertisment
Advertisment