Advertisment

ନୂଆ କନ୍‌ସେପ୍ଟ୍ ନେଇ ଆସିଲେ କରଣ; ରିଲିଜ୍ ହେଲା 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଟ୍ରେଲର

ପୁଣି ଥରେ ରଣବୀର ଏବଂ ଆଲିଆଙ୍କ ଯୋଡି ପରଦାରେ ହଙ୍ଗାମା କରିବାକୁ ଯାଉଛି। ଆଲିଆ-ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଗୀତ ପରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ସହିତ ପରଦାକୁ ଆସୁଥିବା କରଣ ଜୋହର କିଛି ନୂଆ କରିବାକୁ ଯାଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Rocky Aur Rani Kii Prem Kahaani Trailer

Rocky aur rani kii prem kahaani trailer came out

ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ଲୋକେ ଖୁବ ପସନ୍ଦ କରନ୍ତି। ‘ଗଲି ବଏ’ରେ ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ପସନ୍ଦ କରିଥିଲେ। ଏବେ ପୁଣି ଥରେ ଉଭୟଙ୍କ ଯୋଡି ପରଦାରେ ହଙ୍ଗାମା କରିବାକୁ ଯାଉଛି। ଆଲିଆ-ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଗୀତ ପରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି।

Advertisment

ଏହି ଫିଲ୍ମ ମାଧ୍ୟମରେ କରଣ ଜୋହର ଦୀର୍ଘ ୭ ବର୍ଷ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି। ଏହି ମଲ୍ଟିଷ୍ଟାରର ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ସହ ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଶବାନା ଆଜ୍‌ମୀ ଏବଂ ଜୟା ବଚ୍ଚନ ମଧ୍ୟ ଦେଖିବାକୁ ମିଳିବେ। ଏହି ପାରିବାରିକ ଚଳଚ୍ଚିତ୍ର ସହିତ ପରଦାକୁ ଆସୁଥିବା କରଣ ଜୋହର ଏହି ଚଳଚ୍ଚିତ୍ର ମାଧ୍ୟମରେ କିଛି ନୂଆ କରିବାକୁ ଯାଉଛନ୍ତି।

କରଣ ଜୋହର ପ୍ରତ୍ୟେକ ଥର କମେଡି, ରୋମାନ୍ସ, ଇମୋସନ, ଷ୍ଟାଇଲର ମିଶ୍ରଣ ସହିତ ଆସୁଛନ୍ତି। 'ରକି ଔର୍ ରାନୀ କି ପ୍ରେମ କାହାନୀ'ରେ ଆପଣ ଏସବୁ ଦେଖିବାକୁ ପାଇବେ। ଏହା ସହିତ ସେ ଏକ ନୂଆ କନ୍‌ସେପ୍ଟ୍ ନେଇ ଆସୁଛନ୍ତି। ଏହାର ଟ୍ରେଲର ଦେଖିଲା ପରେ ଆପଣ ଜାଣିପାରିବେ ଏହା ହିଟ୍ ହେବ କି ଫ୍ଲପ୍ ହେବ।

Advertisment

ଟ୍ରେଲର୍‌ରେ କ’ଣ ଅଛି:

ଫିଲ୍ମର ଚରିତ୍ର ରାନୀ ଜଣେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଶିକ୍ଷିତ ଝିଅ ହୋଇଥିବାବେଳେ ରକି ଜଣେ ମସ୍ତିଖୋର୍ ପଞ୍ଜାବୀ ଯୁବକ। ଟ୍ରେଲର୍‌ରେ ଆରମ୍ଭରୁ ହିଁ ରକି ଏବଂ ରାନୀଙ୍କ ପ୍ରେମ କାହାଣୀ ଦେଖାଇବାକୁ ଚେଷ୍ଟା କରାଯାଇଛି। ଟ୍ରେଲର୍‌ରେ ଦେଖାଇବାକୁ ପ୍ରୟାସ କରାଯାଇଛି ଯେ ସେମାନଙ୍କ ସହିତ ଆରମ୍ଭ ହୋଇଥିବା ବନ୍ଧୁତା କିପରି ବିବାହ ପର୍ଯ୍ୟନ୍ତ ଚାଲିଯାଉଛି। ଏହି କାହାଣୀ ଦୁଇଟି ଭିନ୍ନ ପରିବାରର, ଯେଉଁମାନଙ୍କର କେବଳ ଜୀବନ ଶୈଳୀ ଭିନ୍ନ ନୁହେଁ ବରଂ ସେମାନଙ୍କର ଚିନ୍ତାଧାରା ମଧ୍ୟ ଭିନ୍ନ।


ଶଶୁର ଘରେ ୩ ମାସ:

ରକି ଏବଂ ରାନି ଦୁହେଁ ବିବାହ ପୂର୍ବରୁ ନିଷ୍ପତ୍ତି ନିଅନ୍ତି ଯେ ସେମାନେ ପରସ୍ପରରଙ୍କ ଘରେ ୩ ମାସ ରହି ପରିବାରକୁ ଜାଣିବାକୁ ଚେଷ୍ଟା କରିବେ। ପରେ କିନ୍ତୁ ସବୁ ଓଲଟପାଲଟ ହୋଇଯାଏ, କାରଣ ଏହି ସମୟ ମଧ୍ୟରେ ଉଭୟଙ୍କ ପରିବାର ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରନ୍ତି। ଟ୍ରେଲର୍‌ର ଶେଷରେ ଉଭୟ ବ୍ରେକ୍ ଅପ୍ କରିବାର ନଜର ଆସିଛନ୍ତି।

କେବେ ହେବ ମୁକ୍ତିଲାଭ:

ଏହି ଫିଲ୍ମଟି Viacom 18 ଏବଂ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ। ଏହା ୨୮ ଜୁଲାଇରେ ମୁକ୍ତିଲାଭ କରିବ। ଏହାକୁ ଇଶିତା ମୋଇତ୍ରା, ଶଶାଙ୍କ ଖେତାନ ଏବଂ ସୁମିତ ରୟ ମିଳିତ ଭାବେ ଲେଖିଛନ୍ତି।

ଟ୍ରେଲରକୁ ପସନ୍ଦ:

ଟ୍ରେଲର୍‌ ରିଲିଜ୍‌ ହେବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ବହୁ ବର୍ଷ ପରେ ପରିବାର ସହିତ ଦେଖିବା ଭଳି ଏକ ଫିଲ୍ମ ଆସୁଛି। କେହି କେହି ଏହି ଚଳଚ୍ଚିତ୍ରକୁ ବ୍ଲକବଷ୍ଟର ବୋଲି କହୁଥିବା ବେଳେ ଆଉ କେହି ଏହି ମଲ୍ଟିଷ୍ଟାର୍‌ ଫିଲ୍ମର ଟ୍ରେଲରରୁ ଆଶା କରୁଥିଲେ ଯେ ଶବାନା, ଧର୍ମେନ୍ଦ୍ର ଏବଂ ଜୟାଙ୍କ ଚରିତ୍ର ଟିକେ ଅଧିକ ଦେଖାଯିବାର ଥିଲା।

Bollywood Alia Bhatt Ranveer Singh
Advertisment
Advertisment