Advertisment

ଅନନ୍ତ-ରାଧିକାଙ୍କ ପ୍ରି-ଓ୍ୱେଡିଂ; ପରଫର୍ମ କରିବେ ହଲିଉଡ୍ ପପ୍‌ ଷ୍ଟାର୍ ରିହାନା...ପାଉଣା କେତେ...

ଅନନ୍ତ ଅମ୍ବାନୀ ଓ ରାଧୀକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍‌ ରିହାନା। ଗତକାଲି ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା।

ଅଦ୍ୟତନ ହୋଇଛି
Pop Singer Rihanna Anant Ambani Radhika Merchant Pre Wedding Live Updates

Pre Wedding

Advertisment

ଖୁବଶୀଘ୍ର ହାତକୁ ଦି ହାତ ହେବେ ଅନନ୍ତ ଅମ୍ୱାନୀ। ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚେଣ୍ଟଙ୍କୁ ବିବାହ କରିବେ। ତେବେ ମାର୍ଚ୍ଚ ୧ରୁ ୩ଦିନ ଧରି ଜାମନଗରରେ ଆୟୋଜନ ହେଉଛି ବିଶାଳ କାର୍ଯ୍ୟକ୍ରମ। ଏହି ରୟାଲ ଓ୍ୱେଡିଂର ପ୍ରି-ଫଙ୍କସନ୍‌ ଆଜିଠାରୁ ୩ଦିନ ଧରି ଚାଲିବ। ସାମିଲ ହେବା ପାଇଁ ଅନେକ ବଲିଉଡ ଓ ହଲିଉଡ ଷ୍ଟାର୍‌ ଆସିଛନ୍ତି। ତେବେ ଏହି ପ୍ରି-ଓ୍ୱେଡିଂର ମୁଖ୍ୟ ଆକର୍ଷଣ ସାଜିଛନ୍ତି ହଲିଉଡ ପପ୍‌ ଷ୍ଟାର୍‌ ରିହାନା।

Advertisment

ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍‌ ରିହାନା। ଗତକାଲି ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା। ସେ ରହର୍ସାଲ ଆରମ୍ଭ କରିଛନ୍ତି । ମାତ୍ର କିଛି ଘଣ୍ଟାର ପରଫର୍ମାନ୍ସ ପାଇଁ ରିହାନା ନେଉଛନ୍ତି କୋଟି କୋଟ ଟଙ୍କା। ପ୍ରି-ଓ୍ୱେଡିଂରେ ପରଫର୍ମ ପାଇଁ ରିହାନାଙ୍କୁ ୬୬ରୁ ୭୪ କୋଟି ଟଙ୍କା ଦେଉଛନ୍ତି ଅମ୍ବାନୀ। ଏଥିରେ ତାଙ୍କ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଓ ଆଟ୍‌ଫିଟ୍‌ର ଫିସ୍ ମଧ୍ୟ ସାମିଲ ଅଛି।

ଅଧିକ ପଢ଼ନ୍ତୁ: ଅନନ୍ତଙ୍କ ପ୍ରି ୱେଡ଼ିଂରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କ’ଣ ରହିଛି ଖାସ୍...

Advertisment

୨୦୨୩ରେ ରିହାନାଙ୍କର ଶୋ’ ପ୍ରାୟ ୧୨୧.୦୧୭ମିଲିୟନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଯାହାକି ଏହାକୁ ଏକ ସୁପର ବୋଲର ଶୋ’ରେ ପରିଣତ କରିଥିଲା। ତେବେ ରିହାନା ଅମ୍ବାନୀଙ୍କ ଫଙ୍କସନ୍‌ରେ ନିଜ ହିଟ୍‌ ଗୀତରେ ପରଫର୍ମ କରିବେ ବୋଲି ଜଣାପଡିଛି । ରିହାନାଙ୍କ ପୂର୍ବରୁ ୨୦୧୮ରେ ଇଶା ଅମ୍ୱାନୀ ଓ ଆନନ୍ଦ ପୀରାମଲଙ୍କ ସଂଗୀତ କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟ ଗାୟିକା ବେୟୋନ୍ସ ମଧ୍ୟ ପରଫର୍ମାନ୍ସ କରିସାରିଛନ୍ତି। ସେତେବେଳେ ସେ ପ୍ରାୟ ୩୩କୋଟି ଟଙ୍କା ନେଇଥିଲେ।

ରିହାନାଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଜ ଗ୍ରାଣ୍ଡ ଇଭେଣ୍ଟରେ ଅତିଥିମାନଙ୍କ ପାଇଁ ସଂଗୀତ ପରିବେଷଣ କରିପାରନ୍ତି। ପ୍ରି-ୱେଡିଂର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ବିଶ୍ୱ ପ୍ରସିଦ୍ଧ ଇଲୁନିସନ୍ ଡେଭିଡ୍ ବ୍ଲେନଙ୍କ ଅଭିନୟ। ସେହିପରି ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ସାମିଲ ହେବା ପାଇଁ ପୂରା ବଲିଉଡ ଆସି ଜାମନଗରେ ପହଞ୍ଚି ସାରିଛି।

Advertisment

ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ୍‌ ଓ ତାଙ୍କ ପରିବାର, ଦୀପିକା ପାଦୁକୋନ, ରଣବୀର ସିଂ, ଆଲିଆ ଭଟ୍ଟ, ରଣବୀର, ଅର୍ଜୁନ କପୁର, ଜୱାନର ନିର୍ଦ୍ଦେଶକ ଅଟଲି ଓ ତାଙ୍କ ପରିବାର ପ୍ରମୁଖ ଜାମନଗରରେ ପହଞ୍ଚିଛନ୍ତି। ଏଥିସହ ଅମିତାଭ ବଚ୍ଚନ,ସଲମାନ ଖାନ୍‌, ଜୁକରବର୍ଗଙ୍କ ସମେତ ଅନେକ ନାମୀ ଅତିଥି ସାମିଲ ହେବେ।

ଅଧିକ ପଢ଼ନ୍ତୁ: ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡିଂରେ ଯୋଗ ଦେବେ ଖାସ୍ ଅତିଥି; ଲିଷ୍ଟରେ ଅଛନ୍ତି ଜୁକରବର୍ଗ, ସୁନ୍ଦର ପିଚାଇ...

Rihanna Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ