/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628930528.jpg)
Rhea Kapoor
ମୁମ୍ବାଇ : ବଲିଉଡ ପ୍ରେମୀଙ୍କ ପାଇଁ ଖୁସି ଖବର। ବଲିଉଡ ଇଣ୍ଡଷ୍ଟ୍ରିରୁ ଏଭଳି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ମାତ୍ରେ ଯେ କେହି ବି ସିନେ ପ୍ରେମୀ ଖୁସି ହୋଇଯିବେ। ଏହି ଖୁସି ଖବର ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁରଙ୍କ ସହ ଜଡିତ। କଥାଟି ଏଇଆ ଯେ ଖୁବ୍ ଶୀଘ୍ର ରିୟା କପୁର ପ୍ରେମିକା କରଣ ବୁଲାନିଙ୍କୁ ବିବାହ କରିବାକୁ ଯାଉଛନ୍ତି। ସୋନମ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। କୁହାଯାଏ ଯେ ରିୟା ଦୀର୍ଘ ଦିନ ଧରି କରଣ ବୁଲାନୀଙ୍କୁ ଡେଟ୍ କରୁଥିଲେ। ଉଭୟ ପ୍ରାୟ ୧୩ ବର୍ଷ ଧରି ସଂପର୍କରେ ଅଛନ୍ତି। ବର୍ତ୍ତମାନ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରିୟା ହେବେ ବାହାମିଡିଆ ରିପୋର୍ଟ ଅନୁଯାୟୀ, ରିୟା କପୁର ଓ କରଣ ବୁଲାନୀଙ୍କ ବିବାହ ଉତ୍ସବ ପ୍ରାୟ ଦୁଇ ତିନି ଦିନ ଧରି ଚାଲିବ। ଯେଉଁଥିରେ କିଛି ବଛା ବଛା ଲୋକ ଯୋଗଦେବାର ସମ୍ଭାବନା ରହିଛି। କରୋନା ହେତୁ ଏହା ସାଧାରଣ ଭାବେ ଏକ ବ୍ୟକ୍ତିଗତ କାର୍ଯ୍ୟ ପରି ହେବାକୁ ଯାଉଛି। ରିୟା କପୁର ତାଙ୍କ ଜୁହୁ ବଙ୍ଗଳାରେ ପ୍ରେମିକ କରଣ ବୁଲାନୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଏଥିରେ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ କେବଳ ଅଳ୍ପ କେତେକ ମନୋନୀତ ବ୍ୟକ୍ତି ସାମିଲ ହେବେ।
Also Read
ରିୟା-କରଣଙ୍କ ବିବାହରେ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକମାନେ ମଧ୍ୟ ଯୋଗଦେବେ। କରୋନା କାରଣ ଏହି କାର୍ଯ୍ୟକ୍ରମ ସେଭଳି ଧୁମ୍ଧାମରେ ନ ହୋଇ ବ୍ୟକ୍ତିଗତ ହେବ ବୋଲି ଆଶା କରାଯାଏ। ତେଣୁ ଏହି କାର୍ଯ୍ୟକ୍ରମରେ କମ୍ ଲୋକ ଯୋଗଦେବାର ସମ୍ଭାବନା ଅଛି। ତେବେ ଏପର୍ଯ୍ୟନ୍ତ କପୁର ପରିବାର ପକ୍ଷରୁ କୌଣସି ସେଭଳି ସୂଚନା ଦିଆଯାଇ ନାହିଁ।
ଏହାପୂର୍ବରୁ ରିୟା କପୁର ଏବଂ କରଣ ବୁଲାନୀ ସୋସିଆଲ ମିଡିଆରେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ପ୍ରାୟତଃ ଉଭୟ ପ୍ରେମ ପକ୍ଷୀ ପରସ୍ପର ସହିତ ଫଟୋ ସେୟାର୍ ଓ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଫଟୋ ସେୟାର କରିବା ଦେଖିବାକୁ ମିଳିଥାଏ। କରଣ ବୁଲାନୀ ସୋସିଆଲ ମିଡିଆରେ ରିୟାଙ୍କ ପ୍ରତି ତାଙ୍କର ପ୍ରେମକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି। ନିର୍ମାତା ହେବା ବ୍ୟତୀତ ରିୟା ବର୍ତ୍ତମାନ ଭଉଣୀ ସୋନମ କପୁରଙ୍କ ସହ ତାଙ୍କ ବ୍ରାଣ୍ଡ ରେସନ୍ ଉପରେ କାମ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)