/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633437289.jpg)
Ranveer Singh flaunts muscles
ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ ହୃଦୟରେ ଏକ ବଡ ଜାଗା ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛନ୍ତି। ନିଜ ଏନର୍ଜି ଦ୍ୱାରା ସେ ଖୁବ୍ କମ ସମୟରେ ସମସ୍ତଙ୍କୁ ନିଜର କରି ନିଅନ୍ତି।
ଜୀମ୍ରେ ମସଲ୍ ଦେଖେଇଲେ ରଣବୀର ସିଂହସମସ୍ତେ ଜାଣନ୍ତି ଯେ ଅଭିନୟରେ ଦକ୍ଷ ଥିବା ରଣବୀର ସିଂହ ନିଜ ଭୂମିକାକୁ ନିଭେଇବା ନେଇ କେତେ ପରିଶ୍ରମ କରନ୍ତି। ଏହି କାରଣରୁ ସେ ସବୁ ଫିଲ୍ମରୁ ବାରିହୋଇ ପଡନ୍ତି। ସେ ସବୁବେଳେ ନିଜ ଚେହେରାରେ ପରିବର୍ତ୍ତନ କରି ସମୋଲୋଚକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ତାଙ୍କର ଯେତେ ବି ଫିଲ୍ମ ଦେଖାଯାଇଛି ସେ ସବୁଥିରେ ଭିନ୍ନ ଦେଖାଯାଇଛନ୍ତି।
Also Read
ତେବେ ଆଜିକାଲି ରଣବୀର ଜିମ୍ରେ ଖୁବ୍ ଖଟୁଥିବା ଦେଖାଯାଏ। ନିକଟରେ ତାଙ୍କୁ ସୋସିଆଲ୍ ମିଡିଆରେ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଏହି ଫଟୋରେ ସେ ଖୁବ ଚମତ୍କାର ଲାଗୁଛନ୍ତି। ତାଙ୍କର ଏହି ଫଟୋ ଦେଖି ପ୍ରଶଂସକଙ୍କ ଆଖି ଖୋସି ହୋଇଯାଉଥିବା ବେଳେ ସମସ୍ତେ ଲାଇକ୍ କମେଣ୍ଟରେ ପୋତି ପକଉଥିବା ଦେଖାଯାଏ। ତାଙ୍କର ଏହି ନୂଆ ଅବତାରକୁ ବରିଷ୍ଠ ଅଭିନେତା ଅନୀଲ କପୁର ଓ ବରୁଣ ଧୱନ ମଧ୍ୟ ପସନ୍ଦ କରିଛନ୍ତି।
ଜୀମ୍ରେ ମସଲ୍ ଦେଖେଇଲେ ରଣବୀର ସିଂହଇନ୍ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଫଟୋରେ ସେ ଜିମ୍ରେ ବ୍ୟାୟାମ କରୁଥିବା ଦେଖାଯାଏ। ଏହି ଫଟୋରେ ରଣବୀରଙ୍କ ବଡି ପୂରାପୂରି ଶେପ୍ରେ ଥିବା ଦେଖାଯାଏ। ଏହି ସମୟରେ ସେ ଧଳା ଟି ସାର୍ଟ ଓ ହଳଦିଆ ରଙ୍ଗର ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସନ୍ତି। ରଣବୀର ମଧ୍ୟ ନିଜ ଚୁଟିକୁ ଷ୍ଟାଇଲିସ୍ କରିଛନ୍ତି।
ଜୀମ୍ରେ ମସଲ୍ ଦେଖେଇଲେ ରଣବୀର ସିଂହରଣବୀର ସିଂହଙ୍କର ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ତାଙ୍କ ହାତରେ ଅନେକଗୁଡିଏ ଫିଲ୍ମ ଅଛି। ଫିଲ୍ମ ‘୮୩’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ସେ ଏହି ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଲୋକେ ମଧ୍ୟ ତାଙ୍କ ଲୁକ୍କୁ ବହୁତ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ୍ ମଧ୍ୟ ନଜର ଆସିବେ।
ଫିଲ୍ମ ‘୮୩’ ବ୍ୟତୀତ ରଣବୀରଙ୍କ ହାତରେ ରୋହିତ ସେଟ୍ଟୀଙ୍କ ‘ସର୍କସ୍’, କରଣ ଜୋହରଙ୍କ ‘ରକୀ ଔର୍ ରାନୀ କୀ ପ୍ରେମ୍ କହାନୀ’ ଅଛି। ଦୀର୍ଘ ସମୟ ପରେ ଅଭିନେତା ଧର୍ମେନ୍ଦ୍ର ଓ ଜୟା ବଚ୍ଚନ ଫିଲ୍ମ ‘ରକୀ ଔର୍ ରାନୀ କୀ ପ୍ରେମ୍ କହାନୀ’ରେ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)