Advertisment

ଫିଲ୍ମରେ କରିଛନ୍ତି ୩୦୦ରୁ ଅଧିକ ରେପ୍ ସିନ୍‌; ମା’ ଜାଣିଲା ପରେ ରାଗିଲେ, ତା’ ପରେ…

ବଲିଉଡ୍‌ରେ ଅନେକ ଭୟଙ୍କର ଭିଲେନ୍ ନଜର ଆସିଛନ୍ତି। ସେ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି, ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।

author-image
Pramod Behera
Ranjeet did more than 300 rape scenes in bollywood movies

Ranjeet did more than 300 rape scenes in bollywood movies

ବଲିଉଡ୍‌ ଦୁନିଆରେ ଅମ୍‌ରୀଶ ପୁରୀ, ପ୍ରେମ ଚୋପ୍ରା, ଶକ୍ତି କପୁରଙ୍କ ପରି ଅଭିନେତାମାନେ ସେମାନଙ୍କ ଖଳନାୟକ ଭୂମିକାକୁ ନେଇ ଖୁବ୍ ପ୍ରସିଦ୍ଧ। ସେମାନେ ଅନେକ ଭୟଙ୍କର ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ସତ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଅଛନ୍ତି ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି। ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।

Advertisment

ଏହି କାରଣରୁ ମହିଳା ଓ ଯୁବତୀମାନଙ୍କ ପାଖରେ ତାଙ୍କ ପରିଚୟ ଏକ ଖରାପ ମଣିଷ ବୋଲି ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ ଅଭିନେତାଙ୍କ ମା’ ମଧ୍ୟ ତାଙ୍କ ଉପରେ ଏତେ ରାଗିଯାଇଥିଲେ ଯେ ସେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ସେ ଆଉ କେହି ନୁହଁନ୍ତି, ସେ ହେଲେ ଦମଦାର ଭିଲେନ୍ ରଂଜିତ।

୮୧ ବର୍ଷିୟ ରଂଜିତ କିଛି ବର୍ଷ ପୂର୍ବେ ଫିଲ୍ମ 'ହାଉସଫୁଲ୍ ୪'ରେ ନଜର ଆସିଥିଲେ, ଯାହାଙ୍କର ପ୍ରଥମ ଫିଲ୍ମ ଥିଲା 'ସାୱନ୍ ଭାଦୋ'। ଏଥିରେ ସେ ଅଭିନେତ୍ରୀ ରେଖାଙ୍କ ଅନସ୍କ୍ରିନ ଭାଇ ହୋଇଥିଲେ। ‘ରଂଜିତ’ ହେଉଛି ତାଙ୍କର ଚଳଚ୍ଚିତ୍ର ନାଁ।

Advertisment

୧୯୭୧ର ଚଳଚ୍ଚିତ୍ର 'ରେଶମା ଔର୍‌ ଶେରା'ରେ ଏକାଠି କାମ କରୁଥିବାବେଳେ ଅଭିନେତା ସୁନୀଲ ଦତ୍ତ ତାଙ୍କୁ ଏହି ନାଁ ଦେଇଥିଲେ। ସେ ପ୍ରଥମ ଥର ପାଇଁ 'ଶର୍ମିଲି' ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ଶଶି କପୁର ଏବଂ ରାଖୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। 'ଶର୍ମିଲି'ରେ ତାଙ୍କର ରେପ୍ ସିନ୍‌ ଖୁବ୍ ଚର୍ଚ୍ଚାରେ ଥିଲା। ସେବେଠାରୁ ସେ ପାଖାପାଖି ୫୦୦ ଚଳଚ୍ଚିତ୍ରରେ କାମ କରିଛନ୍ତି।

ଅଭିନେତା ରଂଜିତ ଚଳଚ୍ଚିତ୍ରରେ ୩୦୦ରୁ ଅଧିକ ବଳାତ୍କାର ଦୃଶ୍ୟ ଦେଇଛନ୍ତି। ଏହି କାରଣରୁ ଝିଅମାନଙ୍କ ମଧ୍ୟରେ ତାଙ୍କର ଭାବମୂର୍ତ୍ତି ଏତେ ଖରାପ ହୋଇଯାଇଥିଲା ଯେ ବାସ୍ତବ ଜୀବନରେ ଝିଅମାନେ ତାଙ୍କୁ ଭୟ କରିବାକୁ ଲାଗିଲେ।

ରିପୋର୍ଟ ଅନୁଯାୟୀ, ରଣଜିତ୍ ଏକ ସାକ୍ଷାତକାରରେ କହିଥିଲେ, 'ଦିନେ ମୁଁ ଖୁସିରେ ମୋ ପରିବାରକୁ ଫିଲ୍ମ ଦେଖିବା ପାଇଁ ନେଇଥିଲି, ଯେତେବେଳେ ମୁଁ ଫେରିଲି, ଘରେ କାନ୍ଦବୋବାଳି ପଡିଲା। ମୋ ମା’ କିଛି ସମୟ ପରେ ଆସି କହିଲେ – “ଡ୍ରେସ୍ ଚିରିବା, ଝିଅମାନଙ୍କର ଇଜ୍ଜତ ଲୁଟିବା ହିଁ ତୋ କାମ। ମୋ ଘରୁ ବାହାରି ଯା’।” ମା’ଙ୍କ ରାଗ ଓ କଥା ଶୁଣି ତାଙ୍କ ମୁଣ୍ଡ ଖରାପ ହୋଇଗଲା। ତାଙ୍କ ମାଙ୍କୁ ବୁଝାଇବାକୁ କହିଲେ ଯେ ଏସବୁ ଫିଲ୍ମରେ ହେଉଛି।

କୁହାଯାଏ ଯେ ଅଭିନେତା ବାୟୁସେନାରେ ଯୋଗଦେବାକୁ ଚାହୁଁଥିଲେ। ସେ ମଧ୍ୟ ଏନ୍‌ଡିଏର ତାଲିମ ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ସେଠାରେ ସେ ତାଙ୍କ ପ୍ରଶିକ୍ଷକଙ୍କ ଝିଅର ପ୍ରେମରେ ପଡିଗଲେ। ଏହି କାରଣରୁ ତାଙ୍କୁ ସେଠାରୁ ବହିଷ୍କାର କରାଯାଇଥିଲା। ଏହି ସମୟରେ ରଣଜିତଙ୍କୁ ତାଙ୍କର ଜଣେ ବନ୍ଧୁ ଚଳଚ୍ଚିତ୍ରରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ।

ରଂଜିତ କହିଥିଲେ ଯେ ସେ ଫିଲ୍ମ 'ଡାକୁ ଔର ଜୱାନ୍'ରେ ରୀନା ରାୟଙ୍କ ସହ ସବୁଠାରୁ କଷ୍ଟଦାୟକ ରେପ୍ ସିନ୍ ସୁଟିଂ କରିଥିଲେ। ସେ କହିଥିଲେ, “ଏହି ସିନ୍‌ ମନ୍ଦିରରେ ସୁଟିଂ କରାଯାଉଥିଲା ଯେଉଁଠାରେ ଚାରିଆଡେ ଦୀପ ଜଳୁଥିଲା।” ଏହି ଦୃଶ୍ୟକୁ ବାସ୍ତବତା ଦେବା ପାଇଁ ଉଭୟଙ୍କ ଦେହରେ କିରୋସିନି ତେଲ ଢଳାଯାଇଥିଲା। ଏହି କାରଣରୁ କାଳେ କୌଣସି ଅଘଟଣ ଘଟିଯିବ ଏହି ଭୟରେ ରଣଜିତ ଏବଂ ରୀନ୍ନା ରାୟଙ୍କୁ ଏହି ସିନ୍ କରିବାକୁ ପଡିଥିଲା।

ରଂଜିତ ଆଉ ଏକ କଥା କହିଥିଲେ ଯେ ମାଧୁରୀ ଦୀକ୍ଷିତ ତାଙ୍କ ସହ ରେପ୍ ସିନ୍ କରିବାକୁ ଡରୁଥିଲେ। କିନ୍ତୁ ପରେ ଅଭିନେତ୍ରୀ ତାଙ୍କୁ କହିଥିଲେ ଯେ ଅଭିନେତା ତାଙ୍କୁ ଛୁଇଁଛନ୍ତି ବୋଲି ସେ ଅନୁଭବ କରିପାରିଲେ ନାହିଁ।

Bollywood Actor Bollywood Ranjeet
Advertisment
Advertisment