Advertisment

ରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର

ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର ଆସିଛନ୍ତି। ଯାହା ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ଏହି ମିଟିଂରେ ମଧ୍ୟ ନିତେଶ ତିୱାରୀ ଓ ମଧୁ ମାନତେନା ଉପସ୍ଥିତ ଥିଲେ।

author-image
Pramod Behera
Ranbir play the role of Ram and Hrithik as raavan

Ranbir play the role of Ram and Hrithik as raavan

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର ଆସିଛନ୍ତି। ଯାହା ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ଏହି ମିଟିଂରେ ମଧ୍ୟ ନିତେଶ ତିୱାରୀ ଓ ମଧୁ ମାନତେନା ଉପସ୍ଥିତ ଥିଲେ।

Advertisment
Ranbir play the role of Ram and Hrithik as raavanରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର

ସୂଚନା ମୁତାବକ ‘ରାମାୟଣ’ ପାଇଁ ରଣବୀର କପୁର ଓ ହ୍ରିତିକ ରୋଶନଙ୍କୁ ରାମ ଓ ରାବଣ ଭୂମିକା ନେଇ ପସନ୍ଦ କରାଯାଇଛି। ଏହି ମିଟିଂରେ ଫିଲ୍ମକୁ ନେଇ ଅନେକ ଆଲୋଚନା ହୋଇଥିଲା। ଫିଲ୍ମର ସୁଟିଂ ଓ ପ୍ରସ୍ତୁତି ଆସନ୍ତା ବର୍ଷ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି। ରଣବୀର ଓ ହ୍ରିତିକଙ୍କୁ ରାମ-ରାବଣ ଅଭିନୟ ନେଇ ଅନେକ କିଛି କରିବାକୁ କୁହାଯାଇଛି। ତେବେ ଏହି ଫିଲ୍ମ ପାଇଁ ସୀତା ଭୂମିକା ନେଇ କାହାରିକୁ ବଛା ଯାଇନି। କିନ୍ତୁ କିଛି ଦିନ ତଳେ କରୀନା କପୁର ଓ ରୀୟା ଚକ୍ରବର୍ତ୍ତୀଙ୍କ ନାମ ସୀତା ଭୂମିକା ନେଇ ଚର୍ଚ୍ଚାରେ ଥିଲା।

Ranbir play the role of Ram and Hrithik as raavanରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର
Advertisment

ଶୁଣାଯାଉଛି ଯେ ନିର୍ମାତା ରାମ, ରାବଣ ଓ ସୀତାଙ୍କୁ ନେଇ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାର ଯୋଜନା କରୁଛନ୍ତି। ଏହାକୁ ସେ କ୍ରିଏଟିଭ୍ ମାଧ୍ୟମରେ ଦର୍ଶକଙ୍କୁ ନିକଟରେ ପହଞ୍ଚେଇବା ନେଇ ପ୍ରୟାସ ଚାଲିଛି। ହ୍ରିତିକ୍ ଓ ରଣବୀର ବର୍ତ୍ତମାନ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା ବେଳେ ଏହା ସେମାନଙ୍କ ପାଇଁ ପ୍ରଥମ ଫିଲ୍ମ ହେବ ଯେଉଁଥିରେ ସେମାନେ ଏକାଠି ନଜର ଆସିବେ।

For Ramayan who will be Sitaରାମାୟଣ ପାଇଁ କିଏ ହେବ ସୀତା

ପ୍ରକାଶଥାଉ ଯେ ଏହି ଫିଲ୍ମରେ ସୀତା ଭୂମିକାରେ ଅଭିନୟ ନେଇ କରୀନା କପୁରଙ୍କ ନାମ ସାମ୍ନାକୁ ଆସିଥିଲା, କିନ୍ତୁ ସେ ଅଧିକ ଟଙ୍କା ଦାବି କରିବାରୁ ତାଙ୍କୁ ଏଥୁରୁ ବାଦ ଦିଆଯାଇଛି। କରୀନାଙ୍କ ବାଦ ଅନେକ ଅଭିନେତ୍ରୀ କହିଥିଲେ ଯେ ବଲିଉଡ୍‌ରେ ପୁରୁଷ ଓ ମହିଳାଙ୍କୁ ନେଇ ଦରମାରେ ଅନେକ ଭେଦଭାବ କରାଯାଉଛି। ସେମାନେ କହିଥିଲେ ଯେ ଯଦି କରୀନା ଅଧିକ ଟଙ୍କା ଦାବି କରୁଛନ୍ତି ତେବେ ସେ ଏନେଇ ଯୋଗ୍ୟ। କିନ୍ତୁ ଅନ୍ୟପକ୍ଷରେ କରୀନାଙ୍କୁ ସୀମା ଭୂମିକାରେ ଦେଖିବାକୁ ନେଇ ଅନେକ ସୋସିଆଲ୍ ମିଡିଆ ଉପଭୋକ୍ତା ମଧ୍ୟ ତାଙ୍କୁ ଟ୍ରୋଲ୍ କରିଥିଲେ।

Hrithik Roshan Bollywood Ranbir Kapoor
Advertisment
Advertisment