Advertisment

ପରଦାରେ ଆସିବ ଗାଙ୍ଗୁଲିଙ୍କ ଜୀବନୀ; ସୌରଭ ହେବେ ରଣବୀର !

ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ବଡ଼ ପରଦାରେ ଦେଖାଯିବ। ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିଏ ହେବେ ସୌରଭ ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Ranbir kapoor play sourav ganguly in his biopic

Ranbir kapoor play sourav ganguly in his biopic

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଏବଂ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ବଡ଼ ପରଦାରେ ଦେଖାଯିବ। ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାୟୋପିକ୍ ସ୍କ୍ରିପ୍ଟକୁ ଅନ୍ତିମ ସ୍ପର୍ଶ ଦେବା ପାଇଁ ବିସିସିଆଇର ପୂର୍ବତନ ସଭାପତି ଏହି ସପ୍ତାହ ପୂର୍ବରୁ ମୁମ୍ବାଇରେ ଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ଏହା ଏକ ବଡ ବଜେଟ୍ ଫିଲ୍ମ ହେବାକୁ ଯାଉଛି, ଯାହାର ମୂଲ୍ୟ ୨୦୦ କୋଟିରୁ ୨୫୦ କୋଟି ମଧ୍ୟରେ ରହିଛି। ଏହି ବାୟୋପିକ୍‌ରେ ରଣବୀର କପୁର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଆଲୋଚନା ହେଉଛି। ତେବେ କାଷ୍ଟିଂକୁ ନେଇ ଏବେ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନିକଟରେ ଗାଙ୍ଗୁଲି କହିଛନ୍ତି ଯେ ତାଙ୍କ ଫିଲ୍ମକୁ ନେଇ କାମ ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ସୌରଭଙ୍କ ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କୁ ଦେଖାଯାଇପାରେ। ଏହାକୁ ନେଇ ସୌରଭ ଗାଙ୍ଗୁଲି କହିଛନ୍ତି, "କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ମୁଁ ଭାବୁଛି ବୈଠକ ପରେ ଆମେ କିଛି ସକାରାତ୍ମକ ମତ ଦେଇପାରିବା।"

Advertisment

ଲଭ୍ ଫିଲ୍ମସ୍ ଏବଂ ସୌରଭ ଗାଙ୍ଗୁଲି ମିଳିତ ଭାବରେ ୯ ସେପ୍ଟେମ୍ବର ୨୦୨୧ରେ ବାୟୋପିକ୍ ପାଇଁ ଘୋଷଣା କରିଥିଲେ। ଦୁଇ ବର୍ଷର ରିସର୍ଚ୍ଚ ପରେ ସ୍କ୍ରିପ୍ଟଟ ପ୍ରାୟ ପ୍ରସ୍ତୁତ ହୋଇଛି। ସୌରଭଙ୍କ କଥା ଶୁଣିବା ପରେ ଲେଖକ ଏକ ବର୍ଷ ପୂର୍ବରୁ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ପ୍ରାୟ ପ୍ରସ୍ତୁତ। କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ସୌରଭଙ୍କ ଦ୍ୱାରା ନିଶ୍ଚିତ ଏବଂ ସଂଶୋଧିତ ହୋଇ ନାହିଁ।

ନିକଟ ସୂତ୍ର ଅନୁଯାୟୀ, ସୌରଭ ବାୟୋପିକ୍‌କୁ ନେଇ ଏତେ ତତ୍ପର ନୁହଁନ୍ତି। ସେ ଚାହାଁନ୍ତି ଯେ ସବୁକିଛି ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ହେଉ, ଯାହା ଦ୍ୱାରା ଏହା ତଥ୍ୟାତ୍ମକ ରୂପରେ ସଠିକ୍ ଢଙ୍ଗରେ ହେବ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ସୌରଭଙ୍କ ପୂରା ଜୀବନୀକୁ ଦେଖିବାକୁ ସୁଯୋଗ ମିଳିବ। ଜଣେ ଯୁବ କ୍ରିକେଟର୍‌ ଭାବରେ ତାଙ୍କ ଦିନ ଠାରୁ ଭାରତୀୟ ଜାତୀୟ ଦଳର ଅଧିନାୟକ ହେବା ପର୍ଯ୍ୟନ୍ତ ଏବଂ ଲର୍ଡରେ ତାଙ୍କର ଐତିହାସିକ ବିଜୟ ଏବଂ ଶେଷରେ ବିସିସିଆଇର ସଭାପତି ହେବା ପର୍ଯ୍ୟନ୍ତ ସବୁ କିଛି ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

Bollywood Ranbir Kapoor Sourav Ganguly
Advertisment
Advertisment