Advertisment

ବୋବାଲ୍ କଲା 'ବ୍ରହ୍ମାସ୍ତ୍ର'; ସାରା ଦୁନିଆରେ ହେଲା ନମ୍ବର ୱାନ୍

ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି 'ବ୍ରହ୍ମାସ୍ତ୍ର'। ସାରା ବିଶ୍ୱରେ ଏହାର ପ୍ରଥମ ସପ୍ତାହର ରୋଜଗାରକୁ ଦେଖିଲେ ଏହା ନମ୍ବର ୱାନ୍‌ ହୋଇଛି। ବିଦେଶ ବଜାରରେ କରୁଛି ବୋବାଲ୍‌।

author-image
Pramod Behera
ଅଦ୍ୟତନ ହୋଇଛି
Brahmastra Worldwide Box Office Update

Ranbir Kapoor Alia Bhatt film brahmastra become no1 in the world

ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ହୁଏତ ସମାଲୋଚକମାନଙ୍କ ଠାରୁ ସେମିତି ଭଲ ସମୀକ୍ଷା ପାଇ ନାହିଁ, ହେଲେ ଏହି ଫିଲ୍ମର ବକ୍ସ ଅଫିସ୍ ରୋଜଗାର ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ତିନି ଦିନ ମଧ୍ୟରେ ବହୁତ ରୋଜଗାର କରିଛି। ଶୁକ୍ରବାର ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଭାରତରେ ତିନି ଦିନ ମଧ୍ୟରେ ୧୨୦ କୋଟି ରୋଜଗାର କରିସାରିଛି। କିନ୍ତୁ ତାଜା ଖବର ଅନୁଯାୟୀ, ରୋଜଗାରର ଏହି ସ୍ପିଡ୍ ଯୋଗୁଁ ଏହା ଚଳିତ ସପ୍ତାହ ଶେଷରେ ସର୍ବାଧିକ ଆୟ କରିଥିବା ବିଶ୍ୱର ଏକ ନମ୍ବର ଫିଲ୍ମ ହୋଇପାରିଛି।

Advertisment

କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ 'ବ୍ରହ୍ମାସ୍ତ୍ର' ସେପ୍ଟେମ୍ବର ୯ରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା। ଆମେରିକାର ବକ୍ସ ଅଫିସ୍ ଟ୍ରାକର୍‌ ବକ୍ସ ଅଫିସ୍ ମୋଜୋ ରିପୋର୍ଟ କରିଛି ଯେ ଏହି 'ବ୍ରହ୍ମାସ୍ତ୍ର ପାର୍ଟ ୱାନ୍ - ଶିବା' ଏହାର ପ୍ରଥମ ସପ୍ତାହରେ ୨୬.୫ ମିଲିୟନ୍ ଡଲାର୍ (୨୧୨ କୋଟି ଟଙ୍କା) ରୋଜଗାର କରିଛି। ସେଥିମଧ୍ୟରୁ ଏହି ଫିଲ୍ମ ଆମେରିକା ବଜାରରେ ୪.୪ ମିଲିୟନ ଡଲାର ରୋଜଗାର କରିଛି। ଏହି ଆକଳନ ହେତୁ ଫିଲ୍ମଟି ଚଳିତ ସପ୍ତାହ ଶେଷରେ (୯ ରୁ ୧୧ ସେପ୍ଟେମ୍ବର) ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି।

ବିଦେଶ ବଜାରରେ ମଧ୍ୟ ଏହି ସପ୍ତାହରେ କୌଣସି ବଡ ହଲିଉଡ୍‌ ଫିଲ୍ମ ରିଲିଜ ହୋଇ ନ ଥିବାରୁ 'ବ୍ରହ୍ମାସ୍ତ୍ର' ଅନେକ ଲାଭ ଉଠେଇଛି।

Advertisment

'ବ୍ରହ୍ମାସ୍ତ୍ର' ଏହି ଶୁକ୍ରବାର ହିନ୍ଦୀ ସହ ଅନ୍ୟ ଚାରିଟି ଭାଷା - ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମଧ୍ୟ ମୁକ୍ତିଲାଭ କରିଛି। ଆୟାନ ମୁଖାର୍ଜୀଙ୍କ ଏହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ସହ ଅମିତାଭ ବଚ୍ଚନ, ମୌନି ରୟ ଏବଂ ନାଗାର୍ଜୁନ ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମରେ ଶାହାରୁଖ ଖାନଙ୍କର ମଧ୍ୟ ଏକ ଭଲ କେମୋ ଦେଖିବାକୁ ମିଳିଛି। ଫିଲ୍ମଟିକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ଫିଲ୍ମର ଭିଏଫ୍‌ଏକ୍ସ ପାଇଁ 'ବ୍ରହ୍ମାସ୍ତ୍ର'କୁ ଖୁବ ପ୍ରଶଂସା କରାଯାଉଥିବାବେଳେ ସ୍କ୍ରିପ୍ଟ ଏବଂ ଏଡିଟିଂ ପାଇଁ ଫିଲ୍ମକୁ ମଧ୍ୟ ସମାଲୋଚନା କରାଯାଉଛି।

ଭାରତରେ 'ବ୍ରହ୍ମାସ୍ତ୍ର'ର ହିନ୍ଦୀ ସଂସ୍କରଣ ପ୍ରଥମ ସପ୍ତାହରେ ୧୧୦ କୋଟି ଟଙ୍କା ରୋଜଗାର କରିଛି। ଏହାର ହିନ୍ଦୀ ସଂସ୍କରଣ ରବିବାର ଦିନ ୪୧-୪୨ କୋଟି ଟଙ୍କା ଏବଂ ସମସ୍ତ ଭାଷାରେ ୪୫ କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଯଦି ଆମେ ସମସ୍ତ ଭାଷାରେ ତିନି ଦିନର ଆୟ ବିଷୟରେ କଥା ହେବା, ତେବେ ଫିଲ୍ମଟି ୧୨୦ କୋଟି ରୋଜଗାର କରିଛି।

ପ୍ରକାଶଥାଉ ଯେ ଏହି ଫିଲ୍ମର ଆଉ ୨ ଟି ପାର୍ଟ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ପରବର୍ତ୍ତୀ ଭାଗରେ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ।

Bollywood Alia Bhatt Ranbir Kapoor Brahmastra
Advertisment
Advertisment