• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯେଉଁମାନେ ନିଜ କ୍ୟାରିୟର ଭାବରେ ମଡେଲିଂକୁ ବାଛିନେଇଛନ୍ତି, ସେମାନେ ନିଜର ରୂପ-ରଙ୍ଗ ଠାରୁ ଆରମ୍ଭ କରି ଶାରୀରିକ ଫିଟ୍‌ନେସ୍‌ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଅନ୍ତି। ଏହା ନ କରିବେ ବା କାହିଁକି? କାରଣ ସେମାନେ ଯେତେବେଳେ ଫ୍ୟାଶନ ଶୋ’ରେ ରାମ୍ପରେ ଚାଲନ୍ତି, ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ।

ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଯେଉଁଠି ରାମ୍ପ ଶୋ’ ଏମିତି ହୋଇଥାଏ ସେଠି ଆପଣ କେବେ ଚିନ୍ତା କରି ପାରିବେ କି ଜଣେ ମହିଳା ନିଜ ପିଲାକୁ ଧରି ଅତି ମଫସଲି ପୋଷାକରେ ରାମ୍ପରେ ଚାଲିବା କଥା? ଏ କଥା ହୁଏତ ଆପଣ ଚିନ୍ତା କରି ନ ପାରନ୍ତି ଏଭଳି କିନ୍ତୁ କରି ଦେଖେଇଛନ୍ତି ଜଣେ ଆଦିବାସୀ ମହିଳା। ଏନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Alisha Gautam Oraon (@alishagautam1990)

ବାସ୍ତବରେ ଏହା ଏକ ଆଦିବାସୀ ଫ୍ୟାଶନ ଶୋ’ ଥିଲା, ଯେଉଁଥିରେ ରାମ୍ପ୍‌ରେ ଜଣେ ମଡେଲଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମଡେଲ୍ ଜଣକ ଏକ ଛୋଟ ପିଲାକୁ ଧରି ଚାଲୁଥିଲେ। ଏହି ମେଡେଲ୍ ଜଣଙ୍କ ଏକ ଧଳା ପୋଷାକରେ ନିଜକୁ ଆବୃତ କରି ଏକ ଖିରଖିଆ ପିଲାକୁ ଧରି ରାମ୍ପ୍‌ରେ ଚାଲୁଥିବା ଦେଖାଯାଏ। ଏହି ମଡେଲଙ୍କ ନାଁ ଅଲିଶା ଗୌତମ ଓରନ୍ ହୋଇଥିବା ବେଳେ ସେ ରାଞ୍ଚିର ବାସିନ୍ଦା। ତେବେ ବହୁ ବର୍ଷ ଧରି ଅଲିଶା ମଡେଲିଂ ଦୁନିଆର ଏକ ଅଂଶ ହୋଇଆସୁଥିଲେ ମଧ୍ୟ ଏହି ଶୋ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା।

ଏହି ଶୋ’ ମାଧ୍ୟମରେ ଅଲିଶା ଆଦିବାସୀ ସମାଜରେ ମହିଳାଙ୍କ ସ୍ଥିତି ଏବଂ ସେମାନଙ୍କର କଠିନ ପରିଶ୍ରମକୁ ଚିତ୍ରଣ କରିଛନ୍ତି। ପ୍ରାୟତଃ ଆଦିବାସୀ ସମାଜର ମହିଳାମାନେ ସେମାନଙ୍କୁ ପିଲାକୁ ନିଜ ଶରୀରରେ ଏକ ଗାମୁଛାରେ ବାନ୍ଧି କାମ କରୁଥିବା ଦେଖାଯାଏ। ଏଭଳି ପରିସ୍ଥିତିରେ ରାଞ୍ଚିର ଆଲିଶା ଗୌତମ ମହିଳାମାନଙ୍କ ପ୍ରତିନିଧିତ୍ୱ କରି ସେମାନଙ୍କ ସ୍ଥିତିକୁ ରାମ୍ପ ପର୍ଯ୍ୟନ୍ତ ନେଇଯାଇଛନ୍ତି।

ସେ ନିଜ ଝିଅକୁ ଧରି ରାମ୍ପ୍‌ରେ ଚାଲିବା ଦ୍ୱାରା ମଡେଲିଂ ଦୁନିଆରେ ହଇଚଇ ଖେଳେଇ ଦେଇଛନ୍ତି। ଅଲିଶା କହିଛନ୍ତି ଯେ ଯେତେବେଳେ ଅନ୍ୟ ମହିଳାମାନେ ନିଜ ପିଲାଙ୍କୁ ଗାମୁଛାରେ ବାନ୍ଧି କଠିନ ପରିଶ୍ରମ ଏବଂ ଘର କାମ କରିପାରିବେ, ସେତେବେଳେ ସେମାନେ ନିଜ ପିଲାଙ୍କୁ ଧରି କାହିଁକି ମଡେଲିଂ ଦୁନିଆରେ ରାମ୍ପରେ ଚାଲିପାରିବେ ନାହିଁ?

ଏକ ସାକ୍ଷାତକାରରେ ମଡେଲ ଅଲିଶା ଗୌତମ କହିଛନ୍ତି ଯେ ସେ କିଛି ଦିନ ପୂର୍ବରୁ ସ୍ଥାନୀୟ ଜତରା ଆଦିବାସୀ ଫ୍ୟାଶନ ଶୋ’ରେ ଭାଗ ନେବାକୁ ଆସିଥିଲେ। ଏହି ସମୟରେ ତାଙ୍କର ଦଶ ମାସର ଝିଅ ନାୟରା ମଧ୍ୟ ତାଙ୍କ ସହ ଥିଲା। ଯେତେବେଳେ ତାଙ୍କୁ ରାମ୍ପରେ ଚାଲିବା ପାଇଁ ଡକାଗଲା, ତାଙ୍କ ଝିଅ କାନ୍ଦିଲା ଆଉ ସେ ତା’ ମା’କୁ ଛାଡିବାକୁ ପ୍ରସ୍ତୁତ ନଥିଲା।

ଏଭଳି ପରିସ୍ଥିତିରେ ଅଲିଶା ପିଲାଟିକୁ ଏକ ଗାମୁଛାରେ ଗୁଡ଼ାଇ ନିଜ ଶରୀରରେ ବାନ୍ଧି ରାମ୍ପକୁ ଯାଇଥିଲେ। ଏହାକୁ ନେଇ ଲୋକେ କିପରି ପ୍ରତିକ୍ରିୟା କରିବେ ସେ ଜାଣି ନଥିଲେ। କିନ୍ତୁ ପରେ ଯାହା ହେଲା ସେ କଳ୍ପନା ମଧ୍ୟ କରିନଥିଲେ। ତାଙ୍କୁ ଦେଖିବା ପରେ ପୂରା ଗ୍ରାଉଣ୍ଡ୍ ତାଳିରେ କମ୍ପି ଉଠିଥିଲା।

ଅଲିଶାଙ୍କ କହିବାନୁଯାୟୀ, ସେ ଏହି ସାହସକୁ କେବଳ ତାଙ୍କ ଘରର ମହିଳାମାନଙ୍କଠାରୁ ପାଇଥିଲେ। ସେ କହିଛନ୍ତି ଯେ ଘରେ ହେଉ ବା ବାହାରେ ମହିଳାମାନେ ସୁସଂଗତ ଭାବରେ କାମ କରିବାର କ୍ଷମତା ରଖିଛନ୍ତି। ମହିଳାମାନେ ନିଜ ଭିତରେ ଥିବା ନାରୀ ଶକ୍ତିକୁ ଚିହ୍ନିବା ଆବଶ୍ୟକ। ଏସବୁ ଅନୁଭବ କରି ସେ ପିଲାଟି ସହିତ ରାମ୍ପରେ ଚାଲିବା ପାଇଁ ସାହସ ଜୁଟାଇ ପାରିଥିଲେ।

ଅଲିଶା ଜଣେ ଚାକିରିଆ ମହିଳା ମା’ଙ୍କର ଝିଅ। ତାଙ୍କ ପରିବାର ସଦସ୍ୟ ଚାହୁଁଥିଲେ ଯେ ସେ ପୋଲିସ୍ ଫୋର୍ସରେ ଯୋଗ ଦିଅନ୍ତୁ, କିନ୍ତୁ ଅଲିଶା ମଡେଲିଂ ଦୁନିଆରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ ଏବଂ ସେ ମଧ୍ୟ ଏଥିରେ ସଫଳ ହେଉଛନ୍ତି।

ଅଲିଶା ଗୌତମ ବର୍ତ୍ତମାନ ଦୁଇ ଝିଅର ମା’। ସେ ବିଶ୍ୱାସ କରନ୍ତି ଯେ ନିଜ ଝିଅ ସହିତ ରାମ୍ପ ୱାକ୍ କରିବା ତାଙ୍କର ଅନ୍ତର୍ନିହିତ ଆତ୍ମବିଶ୍ୱାସକୁ ଦୃଢ କରିବ। ରାମ୍ପରେ ପାଦ ଦେଇ ଅଲିଶା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।