/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667279978.jpg)
Rambha Car Accident
ଭୀଷଣ ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ । ବଲିଉଡ୍ ତଥା ଦକ୍ଷିଣୀ ସିନେମାରେ କାମ କରିଥିବା ଅଭିନେତ୍ରୀ ରମ୍ଭାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ରମ୍ଭାରଙ୍କ କାର ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ଦୁର୍ଘଟଣା ସମୟରେ ଗାଡ଼ିରେ ଅଭିନେତ୍ରୀ ରମ୍ଭା, ତାଙ୍କ କୁନି ଝିଅ ଏବଂ ଜଣେ ଘରୋଇ ସହାୟକ ଥିଲେ । ଦୁର୍ଘଟଣା ପରେ ରମ୍ଭାଙ୍କ କୁନି ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅଭିନେତ୍ରୀ ରମ୍ଭା ନିଜେ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଦୁର୍ଘଟଣା ସମ୍ପର୍କରେ ଫ୍ୟାନ୍ମାନଙ୍କୁ ଅବଗତ କରାଇଛନ୍ତି । ସେ କାରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ସ୍ପଷ୍ଟ ଦେଖାଯାଉଛି, ରମ୍ଭାଙ୍କ କାରର ଅବସ୍ଥା କିପରି ଅଛି । ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ଗାଡ଼ି । ତେବେ ଏହି ଦୁର୍ଘଟଣାରେ ସେ ଅଧିକ ଆହତ ହୋଇନାହାଁନ୍ତି ।
ପ୍ରଶଂସକଙ୍କ ସହ ଦୁର୍ଘଟଣାର ଖବର ସେୟାର କରି ରମ୍ଭା ଲେଖିଛନ୍ତି, ସ୍କୁଲରୁ ଝିଅକୁ ଘରକୁ ଆଣିବା ସମୟରେ ଆମ କାର ଅନ୍ୟ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପିଲାମାନେ ଏବଂ ଘରୋଇ ସହାୟକ ମଧ୍ୟ ମୋ ସହିତ କାରରେ ଥିଲେ । ତେବେ ଆମେ ଦୁର୍ଘଟଣାରୁ ବର୍ତ୍ତି ଯାଇଛୁ । ସମସ୍ତେ ସୁରକ୍ଷିତ,ଆମକୁ ସାମାନ୍ୟ ଆଘାତ ଲାଗିଛି । କିନ୍ତୁ ମୋର କୁନି ଝିଅ ଶାଶା ଏବେ ବି ଡାକ୍ତରଖାନାରେ ଅଛନ୍ତି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ସେ ଶୀଘ୍ର ଠିକ୍ ହୋଇ ଘରକୁ ଫେରିଆସୁ ।
କାରର ଫଟୋ ସେୟାର କରିବା ସହିତ ରମ୍ଭା ହସ୍ପିଟାଲ ରୁମରେ ଥିବା ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ଝିଅ ହସ୍ପିଟାଲ ବେଡରେ ଥିବା ନଜର ଆସୁଛନ୍ତି । ଆଉ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି ।
ତେବେ ରମ୍ଭାଙ୍କ ପୋଷ୍ଟ ଦେଖି ଅନେକ ସେଲିବ୍ରିଟି ବନ୍ଧୁ ଏବଂ ପ୍ରଶଂସକମାନେ ତାଙ୍କ ଝିଅଙ୍କ ସ୍ଥିତି ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥି ସହିତ ଏହି କଷ୍ଟ ସମୟରେ ଧୈର୍ଯ୍ୟ ଧରି ରହିବା ପାଇଁ ଅନେକ ଲୋକ ରମ୍ଭାଙ୍କୁ ପରାମର୍ଶ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)