Advertisment

Ram Gopal Verma: ରାମ ଗୋପାଳ ବର୍ମାଙ୍କ ପ୍ରଶ୍ନ, ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବାକୁ ସ୍ୱର୍ଗକୁ ଯିବ କି…

ନିର୍ଦ୍ଦେଶକ ରାମ ଗୋପାଳ ବର୍ମା X ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ପ୍ରତି ତାରକା ଦୃଢ ବିରୋଧ କରିବା ଉଚିତ। କାରଣ କୌଣସି ସେଲିବ୍ରିଟିଙ୍କ ପାଇଁ, ସେ ଫିଲ୍ମ ଷ୍ଟାର୍‌ ହୁଅନ୍ତୁ କି ରାଜନୈତିକ ଷ୍ଟାର୍, ସେମାନଙ୍କ ପାଇଁ ଲୋକପ୍ରିୟ ହେବା ଅପରାଧ କି?"

ଅଦ୍ୟତନ ହୋଇଛି
Ram Gopal Verma

Ram Gopal Verma

Advertisment

ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ନେଇ ବିବାଦ ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା 'ପୁଷ୍ପା' ଷ୍ଟାର୍‌ଙ୍କ ସମର୍ଥନରେ ବାହାରିଛନ୍ତି। ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରି ସେ ଏହି ପ୍ରଶ୍ନ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି।

Advertisment

ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥିବା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା X ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ପ୍ରତି ତାରକା ଦୃଢ ବିରୋଧ କରିବା ଉଚିତ। କାରଣ କୌଣସି ସେଲିବ୍ରିଟିଙ୍କ ପାଇଁ, ସେ ଫିଲ୍ମ ଷ୍ଟାର୍‌ ହୁଅନ୍ତୁ କି ରାଜନୈତିକ ଷ୍ଟାର୍, ସେମାନଙ୍କ ପାଇଁ ଲୋକପ୍ରିୟ ହେବା ଅପରାଧ କି?"

ରାମଗୋପାଳ ତେଲେଙ୍ଗାନା ପୋଲିସକୁ କଟାକ୍ଷ କରି ଲେଖିଛନ୍ତି, “ମୋର ଫିଲ୍ମ 'କ୍ଷଣ କ୍ଷଣମ୍'ର ସୁଟିଂ ସମୟରେ ଶ୍ରୀଦେବୀଙ୍କୁ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇତିଲା। ତେବେ ତେଲେଙ୍ଗାନା ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବାକୁ ବର୍ତ୍ତମାନ ସ୍ୱର୍ଗକୁ ଯିବ କି?"

Advertisment


ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

ପ୍ରକାଶଥାଉ ଯେ ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା-୨'ର ସ୍କ୍ରିନିଂ ସମୟରେ ଦଳାଚକଟାରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ଅଭିନେତାଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟକୁ ପଠାଇଥିଲା।

Advertisment

କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲା। ତାଙ୍କୁ ଚଞ୍ଚଲଗୁଡା ଜେଲ୍‌କୁ ନିଆଯାଇଥିଲା। କିନ୍ତୁ କିଛି ସମୟ ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଗିରଫ ପରେ ସୁପର୍‌ଷ୍ଟାର୍‌ଙ୍କୁ ନାମପଲ୍ଲି କ୍ରିମିନାଲ୍ କୋର୍ଟ ପରିସରରେ ନବମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

୦୫ ଡିସେମ୍ବରରେ 'ପୁଷ୍ପା ୨' ମୁକ୍ତିଲାଭ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ, ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଫିଲ୍ମର ସ୍କ୍ରିନିଂ ହୋଇଥିଲା। ଅଭିନେତା କୌଣସି ସୂଚନା ନ ଦେଇ ଥିଏଟରରେ ପହଞ୍ଚିଥିବା ଅଭିଯୋଗ ହୁଏ। ତାଙ୍କୁ ଦେଖି ଜନତା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ ଏବଂ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଘଟଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ଏପର୍ଯ୍ୟନ୍ତ ମଧ୍ୟ ସୁଧୁରି ନାହିଁ।


ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ବିଏନ୍‌ଏସ୍‌ର ଧାରା ୩ (୫) ଅନୁଯାୟୀ ପୋଲିସ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ୍ ଓ ଥିଏଟର ମ୍ୟାନେଜ୍‌ମେଣ୍ଟ୍‌ ବିରୋଧରେ ୧୦୫ (ନରହତ୍ୟା ପାଇଁ ଦାୟୀ), ୧୧୮ (୧) (ଉଦ୍ଦେଶ୍ୟମୂଳକ ଭାବେ ଆଘାତ) ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ଅଭିନେତାଙ୍କୁ ଧାରା ୧୦୫ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ଏବଂ ଧାରା ୧୧୮ ଅନୁଯାୟୀ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଦଣ୍ଡିତ କରାଯାଇପାରେ।

ଏହି ଅଭିଯୋଗକୁ ରଦ୍ଧ କରିବା ଉଦ୍ଦେଶ୍ୟରେ ଅଲ୍ଲୁ ଅର୍ଜୁନ ହାଇକୋର୍ଟରେ ପହଞ୍ଚିଥିଲେ। ଡିସେମ୍ବର ୧୧ରେ ସେ ଚିକ୍କଡପଲ୍ଲୀ ପୋଲିସ ଦେଇଥିବା ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କୁ ମୁକ୍ତି ମିଳି ନାହିଁ।

ଏହି ପ୍ରସଙ୍ଗରେ ଅଲ୍ଲୁ ଅର୍ଜୁନଙ୍କ ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ସେ କହିଛନ୍ତି ଯେ ମହିଳାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଅଲ୍ଲୁ ମଧ୍ୟ ଏହି ଅଘଟଣା ପାଇଁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Allu Arjun Ram Gopal Verma Pushpa South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ