Advertisment

ମହିଳାମାନେ ସେକ୍ସୀ ଶରୀରକୁ ଦେଖେଇ ପାରିବେ, ପୁରୁଷ କାହିଁକି ନୁହେଁ : ରାମ ଗୋପାଳ ବର୍ମା

ରଣବୀର ସିଂହଙ୍କ ବୋଲ୍ଡ ଫଟୋସୁଟ୍‌କୁ ନେଇ ବିବାଦ ଉଠିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଗୋପାଳ ବର୍ମା। ସେ ଉଠେଇଛନ୍ତି ଲିଙ୍ଗଗତ ସମାନତା କଥା। ନାରୀମାନେ ସେମାନଙ୍କ ବୋଲ୍ଡନେସ୍ ଦେଖଉଥିବା ବେଳେ ପୁରୁଷମାନେ କାହିଁକି ନୁହେଁ ବୋଲି କହିଛନ୍ତି

author-image
Pramod Behera
ଅଦ୍ୟତନ ହୋଇଛି
Ram Gopal Varma supported Ranveer Singh’s bold photoshoot

Ram Gopal Varma supported Ranveer Singh’s bold photoshoot

ବଲିଉଡ୍‌ର ସବୁଠାରୁ ଏନର୍ଜେଟିକ୍ ଅଭିନେତା ରଣବୀର ସିଂହଙ୍କ ବୋଲ୍ଡ ଫଟୋସୁଟ୍ ଗତ କିଛି ଦିନ ହେବ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବି-ଟାଉନ୍ ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ବ୍ୟବହାରକାରୀ ପର୍ଯ୍ୟନ୍ତ ସମସ୍ତେ ରଣବୀର ସିଂହଙ୍କ ଏହି ନଗ୍ନ ଫଟୋକୁ ନେଇ ଆଲୋଚନା କରୁଛନ୍ତି। ଅଭିନେତାଙ୍କର ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଆସିବା ମାତ୍ରେ ଛାଇ ହୋଇଗଲା। ରଣବୀରଙ୍କ ପ୍ରଶଂସକମାନେ ଅଭିନେତାଙ୍କର ଏହି ବୋଲ୍ଡ ଫଟୋସୁଟ୍‌କୁ ସେକ୍ସି ଏବଂ କୁଲ୍ ବୋଲି କହୁଥିବାବେଳେ ଏହି ଫଟୋଗୁଡ଼ିକୁ କିଛି ଦୃଢ ବିରୋଧ ମଧ୍ୟ କରୁଛନ୍ତି।

Advertisment

ପ୍ରଶଂସକଙ୍କଠାରୁ ଆସୁଥିବା ପ୍ରତିକ୍ରିୟା ଆସୁଥିବା ବେଳେ ରଣବୀର ସିଂହଙ୍କ ସହ-ତାରକାମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଆଲିଆ ଭଟ୍ଟ ଏବଂ ଅର୍ଜୁନ କପୁର ଅଭିନେତାଙ୍କୁ ସମର୍ଥନ କରିସାରିଥିବାବେଳେ ବର୍ତ୍ତମାନ ଭେଟେରାନ ନିର୍ମାତା ରାମ ଗୋପାଳ ବର୍ମା ଏହି ବୋଲ୍ଡ ଫଟୋଗୁଡ଼ିକ ଉପରେ ନିଜର ମତ ପ୍ରକାଶ କରି ରଣବୀରଙ୍କୁ ସମର୍ଥନ କରିଛନ୍ତି।

ରାମ ଗୋପାଳ ବର୍ମା ରଣବୀର ସିଂହଙ୍କ ଫଟୋସୁଟକୁ ଲିଙ୍ଗଗତ ସମାନତାର ଏକ ଉତ୍ତମ ଉଦାହରଣ ବୋଲି କହିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ରାମ ଗୋପାଳ ବର୍ମା କହିଛନ୍ତି ଯେ “ଲିଙ୍ଗଗତ ସମାନତା ପାଇଁ ନ୍ୟାୟ ଦାବି କରିବା ରଣବୀରଙ୍କ ଏହା ଏକ ମାଧ୍ୟମ। ଯଦି ମହିଳାମାନେ ସେମାନଙ୍କର ସେକ୍ସୀ ଶରୀରକୁ ଦେଖେଇ ପାରିବେ ତେବେ ଣସି ପୁରୁଷ କାହିଁକି କରିପାରିବେ ନାହିଁ?”

Advertisment

ନିଜ ମତ ଦେଇ ରାମ ଗୋପାଳ ବର୍ମା କହିଛନ୍ତି, 'ଏହା ଏକ ଦ୍ୱୈତ ମାନସିକତା ଯେ ପୁରୁଷମାନଙ୍କୁ ଅଲଗା ମାପଦଣ୍ଡରେ ବିଚାର କରାଯାଏ। ପୁରୁଷମାନଙ୍କର ମଧ୍ୟ ମହିଳାଙ୍କ ଭଳି ସମାନ ଅଧିକାର ରହିବା ଉଚିତ। ଇଣ୍ଡଷ୍ଟ୍ରିକୁ ଅନେକ ବୋଲ୍ଡ ଫିଲ୍ମ ଦେଇଥିବା ରାମ ଗୋପାଳ ବର୍ମା କହିଛନ୍ତି ଯେ “ମୁଁ ଭାବୁଛି ଭାରତ ସେହି ସମୟରୁ ବାହାରକୁ ଆସୁଛି ଏବଂ ରଣବୀର ସିଂହ ଲିଙ୍ଗଗତ ସମାନତା ପାଇଁ ଏକ ଷ୍ଟେଟ୍‌ମେଣ୍ଟ୍।

ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଡାର୍ଲିଙ୍ଗ୍ସ'ର ଟ୍ରେଲର ଲଞ୍ଚ୍‌ ଇଭେଣ୍ଟ୍‌ରେ ତାଙ୍କ ସାଙ୍ଗ ଏବଂ କୋ-ଷ୍ଟାର୍‌ ରଣବୀରଙ୍କ ଏହି ଫଟୋସୁଟ୍‌ର ଉତ୍ତର ଦେଇଥିଲେ। ଯେତେବେଳେ ଜଣେ ସାମ୍ବାଦିକ ଏହି ଫଟୋଗୁଡ଼ିକ ବିଷୟରେ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲେ, ଆଲିଆ ତାଙ୍କ ବନ୍ଧୁ ତଥା ଅଭିନେତା ରଣବୀରଙ୍କୁ ରକ୍ଷା କରି କହିଥିଲେ, "ମୁଁ ମୋର ପ୍ରିୟ ରଣବୀର ସିଂହଙ୍କ ବିଷୟରେ କୌଣସି ନକାରାତ୍ମକ କଥା ଶୁଣିବାକୁ ଏବଂ କହିବାକୁ ପସନ୍ଦ କରେ ନାହିଁ। ମୁଁ ତାଙ୍କୁ ସବୁବେଳେ ଭଲପାଏ ଏବଂ ସେ କେବଳ ମୋର ନୁହେଁ ସମସ୍ତଙ୍କର ପ୍ରିୟ କଳାକାର। ରଣବୀର ଆମକୁ ବହୁତ ଭଲ ଚଳଚ୍ଚିତ୍ର ଦେଇଛନ୍ତି, ତେଣୁ ଆମେ ତାଙ୍କୁ କେବଳ ଭଲ ପାଇବା ଦେବା ଉଚିତ।”

ଇଣ୍ଡଷ୍ଟ୍ରିର ଲୋକଙ୍କ ସମର୍ଥନ ପାଇବା ପରେ ମଧ୍ୟ ଅଭିନେତାଙ୍କ ସମସ୍ୟା ବଢିବାରେ ଲାଗିଛି। ପୂର୍ବରୁ ତାଙ୍କ ବିରୋଧରେ ମୁମ୍ବାଇରେ ଅଭିଯୋଗ ଦାଖଲ କରାଯାଇଛି।

Ram Gopal Verma Ranveer Singh Bollywood
Advertisment
Advertisment