Advertisment

ରାଖୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ ପ୍ରଶଂସକ

ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତେବେ ସେ ଯେବେଠାରୁ ତାଙ୍କ ବିବାହର ସୂଚନା ସାର୍ବଜନୀନ କରିଛନ୍ତି ସେବେଠାରୁ ଅର୍ଥାତ ୨୦୧୯ରୁ ତାଙ୍କ ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତି ରାଖୀ ସାୱନ୍ତ ତାଙ୍କ ସ୍ୱାମୀଙ୍କ ବିଷୟରେ ଆଜିଯାଏ ବି କିଛି କହି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ ତାଙ୍କ ନାମ ରିତେଶ ଓ ସେ ଜଣେ ବ୍ୟବସାୟୀ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି।

author-image
Pramod Behera
Rakhi Sawant

Rakhi Sawant

ନୂଆଦିଲ୍ଲୀ : ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତେବେ ସେ ଯେବେଠାରୁ ତାଙ୍କ ବିବାହର ସୂଚନା ସାର୍ବଜନୀନ କରିଛନ୍ତି ସେବେଠାରୁ ଅର୍ଥାତ ୨୦୧୯ରୁ ତାଙ୍କ ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତି ରାଖୀ ସାୱନ୍ତ ତାଙ୍କ ସ୍ୱାମୀଙ୍କ ବିଷୟରେ ଆଜିଯାଏ ବି କିଛି କହି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ ତାଙ୍କ ନାମ ରିତେଶ ଓ ସେ ଜଣେ ବ୍ୟବସାୟୀ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି।

Advertisment
Rakhi Sawantରାଖୀ ସାୱନ୍ତ

ରାଖୀଙ୍କ ସ୍ୱାମୀ ରିତେଶଙ୍କୁ ଆଜିଯାଏ କେହି ବି ଦେଖି ନାହାନ୍ତି। କାରଣ ରାଖୀ ଆଜିଯାଏ ରିତେଶଙ୍କ କୌଣସି ବି ଫଟୋ ଶେୟାର କରି ନାହାନ୍ତି। ତେବେ ରାଖୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ ସେମାନେ ବର୍ତ୍ତମାନ ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ। କାରଣ ନିକଟରେ ରାଖୀ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ‘ବିଗ୍ ବସ୍ ୧୫’ ରେ ତାଙ୍କ ସ୍ୱାମୀଙ୍କ ସହ ଏଣ୍ଟ୍ରୀ କରିବେ। ରାଖୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ବିଗ୍ ବସ୍‌ ତରଫରୁ ଅନୁରୋଧ କରାଯାଇଛି ଏବଂ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ଏଥିରେ ଅଂଶଗ୍ରହଣ କରିବେ।

Rakhi Sawant reveals about her husbandରାଖୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ ପ୍ରଶଂସକ
Advertisment

ପ୍ରକାଶଥାଉ ଯେ ‘ବିଗ୍ ବସ୍’ ର ପୂର୍ବ ସୀଜନରେ ବି ରିତେଶଙ୍କ ଆସିବା ନେଇ ଠିକ ହୋଇଥିଲା। ରିତେଶ ନିଜେ କହିଥିଲେ ଯେ ରାଖୀଙ୍କୁ ସପୋର୍ଟ କରିବା ନେଇ ସେ ଏହି ଶୋ’କୁ ଆସିବେ। କିନ୍ତୁ ପରେ ସେ ଆସି ନ ଥିଲେ। ଏହି ପରିପ୍ରେକ୍ଷୀରେ ରାଖୀ ନିଜେ କହିଥିଲେ ଯେ ରିତେଶ ଖୁବ ଅହଂକାରୀ ଲୋକ ଏବଂ ସଲମାନ ଖାନ୍ ଓ ବିଗ୍ ବସ୍ ହିଁ ତାଙ୍କୁ ସୁଧାରି ପାରିବ। ଏବେ ରାଖୀ ପୁଣିଥରେ କହିଛନ୍ତି ଯେ ହେ ଭଗବାନ ରୁବୀନା ଦିଲାଇକ୍ ଓ ଅଭିନବ ଶୁକ୍ଳାଙ୍କ ଭଳି ଏବେ ବିଗ୍ ବସ୍‌ରେ ଆମ ଯୋଡିକୁ ବି ଠିକ୍ କରିଦିଅ।

Rakhi Sawantରାଖୀ ସାୱନ୍ତ

ଯେତେବେଳେ ରାକ୍ଷୀଙ୍କୁ ପଚରାଯାଇଥିଲା ଯେ ‘ବିଗ୍‌ ବସ୍‌’ କ’ଣ ସେଇ ଜାଗା ହେବ ଯେଉଁଠି ଆପଣ ଦୁଇ ଜଣଙ୍କୁ ଆପଣଙ୍କ ପ୍ରଶଂସକମାନେ ପ୍ରଥମ ଥର ପାଇଁ ଦେଖିବାର ସୁଯୋଗ ପାଇବେ? ଏହି ପ୍ରଶ୍ନର ଉତ୍ତର ଦେଇ ରାଖୀ କହିଛନ୍ତି ଯେ “ମୁଁ ଖାଲି ଏତିକି କହିବି ଯେ ମୁଁ ଆଉ ମୋ ସ୍ୱାମୀ ଯଦି ଏହି ଶୋ’କୁ ଗଲୁ ତେବେ ବିଗ୍ ବସ୍‌ର ଆଜି ପର୍ଯ୍ୟନ୍ତ ହୋଇଥିବା ଶୋ’ ଭିତରେ ଏହା ବେଷ୍ଟ୍‌ ଏପିସୋଡ୍ ହେବ। କାରଣ ମୋ ପତି ମୋ ଠାରୁ ଅଧିକ ଝଗଡା କରନ୍ତି ଆଉ ମଜ୍ଜା ବି।”

Rakhi Sawant Bollywood
Advertisment
Advertisment