Advertisment

Highest Paid Actor: ଏ ହେଉଛନ୍ତି ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା

ନା ଶାହରୁଖ ଖାନ ନା ଥଲାପତି ବିଜୟ କି ରାମ ଚରଣ ବା ଅଲୁ ଅର୍ଜୁନ ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା। ୭୨ ବର୍ଷୀୟ ଏହି ତାରକାଙ୍କ ଚାର୍ଜ ସବୁଠାରୁ ଅଧିକ। ଗୋଟିଏ ଫିଲ୍ମ ପାଇଁ ସେ ଯେତିକି ନେଇଛନ୍ତି ସେଥିରେ ଦୁଇଟି ବଡ ବଡ ଫିଲ୍ମ ହେଇଯିବ। ଜାଣନ୍ତୁ ସେ କିଏ…

author-image
Pramod Behera
Rajinikanth became highest paid actor in india

Rajinikanth became highest paid actor in india

ବଲିଉଡ୍‌ ଏବଂ ସାଉଥ୍‌ ସିନେମାର ସୁପର୍‌ଷ୍ଟାର୍‌ମାନେ ସେମାନଙ୍କ ଫି’କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି। କେତେକ ତାରକା ଏତେ ଚାର୍ଜ କରନ୍ତି ଯେ ଏହି ପରିମାଣରେ ଦୁଇଟି ବଡ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିବ।

Advertisment

ଶାହରୁଖ ଖାନ, ଆମୀର ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଥଲାପତି ବିଜୟ, ରାମ ଚରଣ ଏବଂ ଅଲୁ ଅର୍ଜୁନଙ୍କ ପରି ତାରକାମାନେ ଅଧିକ ଫି ପାଇଁ ପ୍ରସିଦ୍ଧ, କିନ୍ତୁ ଆପଣ ଜାଣନ୍ତି କି ଜଣେ ୭୨ ବର୍ଷୀୟ ସୁପରଷ୍ଟାର୍‌ ଫି ଦୃଷ୍ଟିରୁ ଏହି ସୁପରଷ୍ଟାରମାନଙ୍କୁ ପଛରେ ପକେଦେବେ। ସେ ହେଲେ ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ। ରଜନୀକାନ୍ତ ଫିଲ୍ମ ‘ଜେଲର’ ପାଇଁ ୨୧୦ କୋଟି ଟଙ୍କା ନେଇଛନ୍ତି।

ଥଲାଇଭା ଭାବେ ପରିଚିତ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଯାହା ରୋଜଗାର ଦୃଷ୍ଟିରୁ ସନ୍ନି ଦେଓଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଗଦର ୨’ କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଖୁବ୍ ଭଲ ପାଇଛି। ତେବେ ରଜନୀକାନ୍ତଙ୍କ ଫିଲ୍ମ ତାମିଲ ଭାଷାରେ ସବୁଠାରୁ ଅଧିକ ରୋଜଗାର କରିଛି।

Advertisment

ଏହା ସହିତ ଫିଲ୍ମ ବକ୍ସ ଅଫିସରେ ୬୦୦ କୋଟି ଟଙ୍କା ମାର୍କ ଅତିକ୍ରମ କରିଛି। ବର୍ତ୍ତମାନ ନିର୍ମାତା ଏହାର OTT ରିଲିଜ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅର୍ଥାତ୍ ପ୍ରେକ୍ଷାଳୟରେ ଏକ ଆଲୋଡ଼ନ ସୃଷ୍ଟି କରିଥିବା ‘ଜେଲର୍’ ବର୍ତ୍ତମାନ OTT ପ୍ଲାଟଫର୍ମରେ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ ‘ଜେଲର’ର OTT ଅଧିକାର ୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି।

କିନ୍ତୁ, ଏହି ଚଳଚ୍ଚିତ୍ରର ସଫଳତା ମଧ୍ୟରେ ଆଉ ଏକ କଥା ଅଛି, ଯାହାକୁ ନେଇ ଅନେକ ଆଲୋଚନା ହେଉଛି। ତାହା ହେଉଛି ରଜନୀକାନ୍ତଙ୍କ ଫିସ୍। ଖବର ଅନୁଯାୟୀ, ରଜନୀକାନ୍ତ ଫିଲ୍ମ 'ଜେଲର' ପାଇଁ ୨୧୦ କୋଟି ଟଙ୍କା ନେଇଛନ୍ତି। ଏହି ଦୃଷ୍ଟିରୁ ସେ ଅନେକ ବଡ ବଡ ତାରକାଙ୍କୁ ପଛରେ ପକେଇ ଦେଇଛନ୍ତି।

ଅଦ୍ୟାବଧି ସର୍ବାଧିକ ଫି ଚାର୍ଜ କରିବାର ରେକର୍ଡ ଥଲାପତି ବିଜୟଙ୍କ ନାମରେ ଥିଲା। ଦୁଇ ବର୍ଷ ପୂର୍ବେ ସେ ୧୦୦ କୋଟି ଟଙ୍କା ଚାର୍ଜ କରୁଥିଲେ। କିନ୍ତୁ, ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ହଙ୍ଗାମା କରିବା ମାତ୍ରେ ସେ ତାଙ୍କ ଫି ବଢେଇଥିଲେ।

ଖବର ଅନୁଯାୟୀ, ବିଜୟ 'ଥଲାପତି ୬୮' ପାଇଁ ୨୦୦ କୋଟି ଟଙ୍କା ନେଇଥିବାବେଳେ ରଜନୀକାନ୍ତ ବର୍ତ୍ତମାନ ୨୧୦ କୋଟି ଟଙ୍କା ଚାର୍ଜ କରି ତାଙ୍କୁ ପଛରେ ପକେଇଦେଇଛନ୍ତି।

Bollywood Rajnikanth
Advertisment
Advertisment