• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଲିଉଡ ଭିଲିଆନ୍‌ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ପରେ, ଯେତିକି ଦିନ ଗଡ଼ୁଛି ସେତିକି ସନ୍ଦେହ ବଢ଼ୁଛି । ଏବେ ପୋଲିସ ତାଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ ଉଦ୍ୟମ କରୁଛି । କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।

ଏନେଇ କଲ ଡିଟେଲ ରେକର୍ଡ ସଂଗ୍ରହ କରାଯାଇଛି । ଏଥିସହ ପଡୋଶୀ ଓ ପରିବାରବର୍ଗଙ୍କୁ ପଚରାଉଚରା ହୋଇଛି । ପ୍ରାୟ ଦୁଇଘଣ୍ଟା ଧରି ପୋଲିସ ଟିମ୍ ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା । କେତେବେଳେ କିଏ କେଉଁଠି ଥିଲେ ଓ କିଏ ଫୋନ୍ କରିଥିଲେ ସେନେଇ ମଧ୍ୟ ପଚରାଉଚରା କରିଥିଲା ପୋଲିସ୍ । ମୋବାଇଲ୍ ରେକର୍ଡକୁ ଏକ୍ସପର୍ଟ ଟିମ୍‌କୁ ଦିଆଯିବ ବୋଲି ମଞ୍ଚେଶ୍ୱର ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ତେବେ କାହିଁକି ଆତ୍ମହତ୍ୟା କଲେ ଅଭିନେତା ରାଇମୋହନ ? ଏହାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ସିଛି । ମୃତ୍ୟୁକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ମିଳିପାରି ପାରିନାହିଁ କୌଣସି ସ୍ପଷ୍ଟ ଉତ୍ତର । ସେପଟେ ଏଭଳି ଆତ୍ମହତ୍ୟାକୁ ନାପସନ୍ଦ କରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେ କେବେ ବି ଏହା ସପକ୍ଷରେ ନୁହନ୍ତି ବୋଲି କହିଛନ୍ତି । ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଯୋଗଦେଇ ରାଇମୋହନଙ୍କ ବିଷୟରେ କହିବା ବେଳେ ସେ କାନ୍ଦି ପକାଇଥିଲେ ।

ସିନେମାରେ ଯେତେବେଳେ ଜଣେ କଳାକାର ମରିବାର ଭୂମିକା କରେ, କ୍ୟାମେରା କଟ୍ ହେବା ପରେ ହସିକି ଉଠିବା ପାଇଁ କୁହାଯାଏ । କଳାକାରମାନେ ହସିକି ଉଠିଥାନ୍ତି । କିନ୍ତୁ ରାଇମୋହନଙ୍କ ଏ ଯେଉଁ କଟ୍ ହେଲା ସେଥିରେ ସେ ଆଉ ହସିକି ଉଠିବେନି । ଆଉ ଆସିବେନି ରାଇ ଭାଇ । ଏପରି କହି ସେ ନିଜର କୋହ ସମ୍ଭାଳି ପାରି ନଥିଲେ ।