Advertisment

ଆସିଲା ‘ପୁଷ୍କରା’ର ମୋସନ ପୋଷ୍ଟର; ଲୋକେ କହିଲେ ବୋବାଲ୍...

ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର। ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Puskara motion poster release

Puskara motion poster release

ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର। ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଟ୍ରେଲର। ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର।

Advertisment

ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ। ୨୦୦୦ ମସିହାରେ ଏହି ଉପନ୍ୟାସ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଥିଲେ।

ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ଗୀତଗୁଦିକୁ ଦେବୀଦତ୍ତ ମହାନ୍ତି ଲେଖିଥିବା ବେଳେ ବିଭୂତି ଭୂଷଣ ଗଡନାୟକ ଏହାକୁ ସଂଗୀତରେ ସଜେଇଛନ୍ତି।

Advertisment

ତରଙ୍ଗ ସିନେ ପ୍ରଡକ୍ସନ୍ସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ମୋସନ ପୋଷ୍ଟର ରିଲିଜ୍ ହେଉ ହେଉ ଅନେକ ଦର୍ଶକୀୟ ଆଦୃତି ପାଇଛି। ଅନେକ ଦର୍ଶକ ଉତ୍ସାହର ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଜଣେ ମତ ଦେଇ କହିଛନ୍ତି, “ମୁଁ ପୁଷ୍କରା ପାଇଁ ଅପେକ୍ଷା କରିଛି, ସବ୍ୟସାଚୀ ସାର୍ ଆପଣଙ୍କୁ ଖୁବ୍ ଭଲପାଇବା।” ସେହିପରି ଆଉ ଜଣେ କହିଛନ୍ତି, “ଓଡ଼ିଶାର ବୋବାଲ୍ ଫିଲ୍ମ। ସବ୍ୟସାଚୀ ଭାଇ ସବୁ ରେକର୍ଡ ଭାଙ୍ଗିବେ। ”

Bollywood Sabyasachi Mishra Taranga Cine Productions
Advertisment
Advertisment