Advertisment

ସର୍ବାଧିକ ରେକର୍ଡ କଲା 'ପୁଷ୍ପା'; ୩୦୦ କ୍ଲବ୍‌ରେ ସାମିଲ

ସବୁ ରେକର୍ଡ ଭାଙ୍ଗିଛି 'ପୁଷ୍ପା'। । ଶନିବାର ଏହି ଚଳଚ୍ଚିତ୍ରଟି ସର୍ବାଧିକ ଦିନିକିଆ ସଂଗ୍ରହକୁ ଭାଙ୍ଗି ସର୍ବାଧିକ ୬.୧୦ କୋଟି ଟଙ୍କା ରୋଜଗାର କରିଛି। ଏହାର ହିନ୍ଦୀ ସଂସ୍କରଣ ଖୁବ୍ ଶୀଘ୍ର ୭୫ କୋଟି ରୋଜଗାର କରିବ ବୋଲି ଦୃଢ ଆଶା କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Pushpa sets new record on new years

Pushpa sets new record on new years

ଦକ୍ଷିଣ ଭାରତୀୟ ସିନେ ଇଣ୍ଡଷ୍ଟ୍ରୀର ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ 'ପୁଷ୍ପା: ଦି ରାଇଜ୍' ବର୍ତ୍ତମାନ ଧିମା ପଡିବାର କୌଣସି ସୁଯୋଗ ନାହିଁ। ନିର୍ଦ୍ଦେଶକ ସୁକୁମାରଙ୍କ ଚଳଚ୍ଚିତ୍ର ଦକ୍ଷିଣ ଭାରତୀୟ ଭାଷା ବ୍ୟତୀତ ହିନ୍ଦୀ ସଂସ୍କରଣରେ ମଧ୍ୟ ଖୁବ ଧମାଲ କରୁଛି। ଏହି ଚଳଚ୍ଚିତ୍ରଟି ତୃତୀୟ ସପ୍ତାହରେ ବି ଯାହା ରେକର୍ଡ ସୃଷ୍ଟି କରିଛି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସମାଲୋଚକମାନେ ମଧ୍ୟ ସହମତ ଯେ 'ପୁଷ୍ପା' ବକ୍ସ ଅଫିସ୍‌ରେ ଏମିତି ଚମତ୍କାର କରିଛି ଯାହା ପୂର୍ବରୁ କେବେ ବି ହୋଇ ନାହିଁ। ଶନିବାର ଏହି ଚଳଚ୍ଚିତ୍ରଟି ସର୍ବାଧିକ ଦିନିକିଆ ସଂଗ୍ରହକୁ ଭାଙ୍ଗି ସର୍ବାଧିକ ୬.୧୦ କୋଟି ଟଙ୍କା ରୋଜଗାର କରିଛି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟୁଇଟ୍ କରି କହିଛନ୍ତି ଯେ “ତୃତୀୟ ସପ୍ତାହ ଶେଷରେ ପୁଷ୍ପା ଯେଉଁ ପ୍ରକାରର ରେକର୍ଡ ସୃଷ୍ଟି କରିଛି ତାହା ଅଲୁ ଅର୍ଜୁନଙ୍କ ଷ୍ଟାର୍‌ଡମ୍‌କୁ ପ୍ରତିଫଳିତ କରୁଛି। ୧୭ ତମ ରବିବାର ସାରା ଦେଶରେ ଅଧିକ ଶୋ’ ଯୋଗ କରାଯାଇଛି।

Advertisment

ଏଭଳି ପରିସ୍ଥିତିରେ ଫିଲ୍ମର ସଂଗ୍ରହ ଅଧିକ ହେବ ବୋଲି ଆଶା କରାଯାଉଛି। ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ଖୁବ୍ ଶୀଘ୍ର ୭୫ କୋଟି ରୋଜଗାର କରିବ ବୋଲି ଦୃଢ ଆଶା କରାଯାଇଛି। ଯଦି ଆପଣ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ସଂଗ୍ରହକୁ ଦେଖନ୍ତି, ତେବେ ଏହା ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି।

ତେବେ ହିନ୍ଦୀ ସଂସ୍କରଣରେ ପ୍ରାପ୍ତ ସଫଳତାକୁ ନେଇ ଅଲୁ ଅର୍ଜୁନ କହିଛନ୍ତି ଯେ “ସତ କହିବାକୁ ଗଲେ ଆମେ ଏହା ଆଶା କରି ନ ଥିଲୁ।” ସେ ଆହୁରି କହିଛନ୍ତି ଯେ “ଆମେ ଏହାକୁ ଏନେଇ ହିନ୍ଦୀରେ ରିଲିଜ୍ କରିଥିଲୁ ଯାହାଦ୍ୱାରା ଏହାର ପରୀକ୍ଷଣ ହୋଇପାରିବ କିନ୍ତୁ ମୁଁ ବହୁତ ଖୁସି ଯେ ଏହା ବହୁତ ଭଲ କାମ କରିଛି।”

Advertisment

ଅଲୁ ଅର୍ଜୁନ କହିଛନ୍ତି ଯେ “ଆମର ଏଠି ବିଭିନ୍ନ ଢାଞ୍ଚାରେ ଚଳଚ୍ଚିତ୍ର ନିର୍ମାଣ କରାଯାଏ। ଯେପରି କି ଗୀତ, ମାର୍‌ପିଟ୍, ଡ୍ରାମା, ପ୍ରେମ କାହାଣୀ ଏବଂ କମେଡିକୁ ନେଇ ତିଆରି ହୋଇଥାଏ। ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଏହିପରି ହିଁ ହୋଇଥାଏ। ଯଦି ଆପଣ ପାଶ୍ଚାତ୍ୟ ଚଳଚ୍ଚିତ୍ରଗୁଡିକୁ ଦେଖନ୍ତି, ସେଗୁଡ଼ିକ କେବଳ ଗୋଟିଏ କିମ୍ବା ଦୁଇଟି ଧାରା ଉପରେ ନିର୍ମିତ। ତାହାର ହରର୍ କମେଡି ହୋଇପାରେ ନଚେତ ଥ୍ରୀଲର କିମ୍ବା ଆକ୍ସନ୍ ହୋଇପାରେ। କିନ୍ତୁ ଆମର ଏଠି ବିଭିନ୍ନ ସ୍ୱାଦର ଚଳଚ୍ଚିତ୍ର ଅଛି। ଏହି ଫର୍ମାଟ୍ ହେତୁ ହିଁ ଆମେ ସଫଳତା ପାଇଛୁ।”

Entertainment
Advertisment
Advertisment