Advertisment

ଜେଲ୍‌ରୁ ପଳାଇବା ପରେ କେଉଁଠି ଅଛି ପୁଷ୍ପା?

ଭାଇରାଲ୍ ହେଉଛି ‘ପୁଷ୍ପା ୨’ର ଏକ ଭିଡିଓ। ଏଥିରେ ଦେଖିପାରିବେ ଯେ ତିରୁପତି ଜେଲ୍‌ରୁ ପୁଷ୍ପା ଫେରାର ହୋଇଯାଇଛି। ଜେଲ୍‌ରୁ ପଳାଇବା ପରେ ସେ ବର୍ତ୍ତମାନ କେଉଁଠି ଜାଣିବା ପାଇଁ….

ଅଦ୍ୟତନ ହୋଇଛି
Pushpa 2 The Rule Teaser Release

Pushpa makers announced regarding pushpa-2

Advertisment

ସାଉଥ୍ ସୁପର୍‌ଷ୍ଟାର୍ ଅଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨’ ପାଇଁ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଭାଗ ଅର୍ଥାତ୍ ‘ପୁଷ୍ପା’ ଦୁଇ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା। ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମଟି କୌଣସି ବି ଦିଗ ଛାଡି ନଥିଲା। ଏହି କାରଣରୁ ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହୋଇଥିଲା। ଅଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ସିକ୍ୱେଲ୍‌କୁ ଅପେକ୍ଷା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 'ପୁଷ୍ପା'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର; ଜାଣନ୍ତୁ ୫ କାରଣ

ଏହାରି ଭିତରେ ନିର୍ମାତା 'ପୁଷ୍ପା ଦ ରୁଲ୍' ସମ୍ବନ୍ଧରେ ଏକ ବଡ଼ ଅପ୍‌ଡେଟ୍ ଦେଇଛନ୍ତି। ଫିଲ୍ମର ନିର୍ମାତା ଟ୍ୱିଟର୍‌ ରେ 'ପୁଷ୍ପା ୨' ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଅଲୁ ଅର୍ଜୁନଙ୍କ ଝଲକ ଦେଖିବାକୁ ମିଳୁଛି। ଆପଣ ଏହି ୨୦ ସେକେଣ୍ଡ୍ ଭିଡିଓରେ ଦେଖିପାରିବେ ଯେ ତିରୁପତି ଜେଲ୍‌ରୁ ପୁଷ୍ପା ଫେରାର ହୋଇଯାଇଛି। ଜେଲ୍‌ରୁ ପଳାଇବା ପରେ ସେ ବର୍ତ୍ତମାନ କେଉଁଠି ଅଛି ତାହା ଏପ୍ରିଲ୍ ୭ରେ ଅପରାହ୍ଣ ୪ଟା ବେଳେ ଜଣାପଡିବ। ନିର୍ମାତା ଏହି ଭିଡିଓଟିକୁ ଶେୟାର କରି ‘ଦ ସର୍ଚ୍ଚ ଏଣ୍ଡ୍ ସୁନ୍’ ବୋଲି ଲେଖିଛନ୍ତି।

Advertisment

ଚଳଚ୍ଚିତ୍ରର ପ୍ରଥମ ଭାଗ ଅର୍ଥାତ୍ 'ପୁଷ୍ପା ଦି ରାଇଜ୍' ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବକ୍ସ ଅଫିସରେ ସୁପର୍‌ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରର ମୋଟ ଆୟ ୩୫୦ କୋଟିରୁ ଅଧିକ ଥିଲା। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ବିପକ୍ଷରେ ସାଉଥ୍‌ର ଆଗ ଧାଡିର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ‘ପୁଷ୍ପା ୨’ ପାଇଁ ଅଲ୍ଲୁ ଅର୍ଜୁନଙ୍କ ଚାର୍ଜ ୧୨୫ କୋଟି; ଜାଣନ୍ତୁ କେତେ ନେବେ ରଶ୍ମିକା ମନ୍ଦାନା

Advertisment
Allu Arjun Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ