Advertisment

ଥମୁନି ‘ପୁଷ୍ପା’ କ୍ରେଜ୍: ଅଲ୍ଲୁଙ୍କ ଅନ୍ଦାଜରେ ନାଚିଲେ ୱାର୍ଣ୍ଣର

ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ଏବେ ପୁଷ୍ପା ଜ୍ୱର ଘାରିଛି । ୱାର୍ଣ୍ଣର ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିନୟ କରି ଅନେକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛି ।

author-image
Otv Khabar Bureau
David Warner

David Warner

ଯୁଆଡେ ଦେଖ ଏବେ ପୁଷ୍ପା ଫିଭର୍ । ପୁଷ୍ପା ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଓ ଅଭିନୟକୁ ସମସ୍ତେ ବେସ୍‌ ପସନ୍ଦ କରିଛନ୍ତି । ଫିଲ୍ମରେ ଶ୍ରୀଭଲି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଷ୍ଟାଇଲକୁ ସମସ୍ତେ ନକଲ କରି ସୋସିଆଲ ମିଡିଆରେ ନିଜ ନିଜର ଭିଡିଓ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନାହାନ୍ତି ଅଷ୍ଟ୍ରେଲିଆ କ୍ରିକେଟ ତାରକା ଡେଭିଡ୍ ୱାର୍ଣ୍ଣର । ୱାର୍ଣ୍ଣର ମଧ୍ୟ ପୁଷ୍ପା ଫିଲ୍ମର ସେହି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରି ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ଏବେ ପୁଷ୍ପା ଜ୍ୱର ଘାରିଛି । ୱାର୍ଣ୍ଣର ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିନୟ କରି ଅନେକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛି । ୱାର୍ଣ୍ଣର ନିକଟରେ ପୁଷ୍ପା ଫିଲ୍ମର ଶ୍ରୀଭଲି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଭଳି ନାଚୁଥିବାର ଭିଡିଓକୁ ସେୟାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବେସ୍ ଜୋରରେ ଚାଲିଛି ।

Advertisment

ଡେଭିଡ୍ ୱାର୍ଣ୍ଣରଙ୍କ ଭିଡିଓ ଦେଖି ତାଙ୍କ ଫ୍ୟାନ୍ସ ବଲିଉଡ ଫିଲ୍ମରେ ୱାର୍ନରଙ୍କୁ ଡେବ୍ୟୁ କରିବାକୁ ଅନୁରୋଧ କରିଛନ୍ତି । ୱାର୍ଣ୍ଣରଙ୍କ ଏଭଳି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସଙ୍କ ମନରେ ଅନେକ ଉତ୍ସୁକତା ଦେଖିବାକୁ ମିଳିଛି, କେତେକ ଫ୍ୟାନ୍ସ ତାଙ୍କୁ ସାମି ସାମି ଗୀତରେ ଡ୍ୟାନ୍ସ କରିବାକୁ ତ ଆଉ କେତେଜଣ RRR ଫିଲ୍ମର ନାଟୁ ନାଟୁ ଗୀତର ହୁକ୍ ଷ୍ଟେପ୍‌ରେ ଡ୍ୟାନ୍ସ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁତ ବଡ ଫ୍ୟାନ୍। ଫିଲ୍ମର ବଡ ପରଦାକୁ ଆସିବା ପରେ ୱାର୍ଣ୍ଣର ଅଲ୍ଲୁ ଅର୍ଜୁନଙ୍କ ଏକ ଦମଦାର ଡାଏଲଗ୍‌କୁ ଲିପ୍ସିଙ୍ଗ କରି ଭିଡିଓ କରିଥିବାର ଦେଖିବାକୁ ମିଳିଥିଲା । ପୁଷ୍ପା ଫିଲ୍ମର କ୍ରେଜ୍ ଏତେ ଯେ ଭାରତୀୟ ଖେଳାଳି ଶିଖର ଧାୱନ୍, ରବିନ୍ଦ୍ର ଜାଡେଜା, ଇରଫାନ ପଠାନ୍, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫିଲ୍ମର ଅନେକ ଗୀତରେ ଭିଡିଓ କରିଥିବାର ଦେଖିବାକୁ ମିଳିଛି ।

Viral Video David Warner Puspa Movie
Advertisment
Advertisment