Advertisment

'ପୁଷ୍ପା-୨'ରେ ମିଳିଲା ଅଭିନୟର ସୁଯୋଗ: ସୁଟିଂ ଦେଖିବାକୁ ଆସି ବନିଗଲେ ଅଭିନେତା

କୁହାଯାଉଛି, ସ୍ୱତନ୍ତ୍ର ହେଲିକପ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ। ତା ସହ ସିନେମାର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଏଠି ଖୁବ୍ ଶୀଘ୍ର ଆସି ପହଞ୍ଚିବେ। ବାସ୍ ନିର୍ଦ୍ଦେଶକ ସୁକୁମାରଙ୍କ ଗୋଟିଏ ଇସାରା ମିଳିଲେ ଆରମ୍ଭ ହେବ ସୁଟିଂ।

author-image
Chandan Shishu
ଅଦ୍ୟତନ ହୋଇଛି
Pushpa 2: The Rule shooting begins

Pushpa 2: The Rule shooting begins

ମାଲକାନଗିରିରେ ଚାଲିବ ପୁଷ୍ପାରାଜ୍। ଘଞ୍ଚ ପୋଲେରୁ ଜଙ୍ଗଲରେ ରକ୍ତ ଚନ୍ଦନର ହେବ ସ୍ମଗଲିଂ, ପୋଲିସ ସହ ମୁହାଁମୁହିଁ ହେବେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ସୁଟିଂ ସେଟ୍ ପ୍ରସ୍ତୁତ, ସ୍ପଟକୁ ଆସି ପହଞ୍ଚିଛି ରକ୍ତ ଚନ୍ଦନ। କିଛି ସିନର ସୁଟିଂ ବି ଆରମ୍ଭ ହୋଇଛି, ସବୁଠୁ ବଡ଼ କଥା ହେଉଛି ସୁଟିଂ ଦେଖିବାକୁ ଆସିଥିବା କିଛି ବ୍ୟକ୍ତିଙ୍କୁ ଅଭିନୟ କରିବାର ସୁବର୍ଣ୍ଣ ସୁଯୋଗ ବି ମିଳିଛିା ଏବେ ଖାଲି ଅପେକ୍ଷା ଅଲ୍ଲୁ ଅଜୁର୍ନଙ୍କ ଆକ୍ସନକୁ।

Advertisment

ଘଞ୍ଚ ଜଙ୍ଗଲ, ରକ୍ତ ଚନ୍ଦନ ଆଉ ପୋଲିସ୍। ଲାଇଟ୍, କ୍ୟାମେରା ପ୍ରସ୍ତୁତ ବାସ୍... ଏବେ ଆକ୍ସନର ସମୟ। ମାଲକାନଗିରିର ଘଞ୍ଚ ଜଙ୍ଗଲରେ ରାଜ୍ କରିବ ପୁଷ୍ପା, ଚାଲିବ ମୂଲ୍ୟବାନ ରକ୍ତଚନ୍ଦନର ସ୍ମଗଲିଂ। ସୁପରହିଟ୍ ପାନଇଣ୍ଡିଆ ଫିଲ୍ମ ପୁଷ୍ପା-ଟୁ ର ସୁଟିଂ ଆରମ୍ଭ ହୋଇଛି। ୟେ ହେଉଛି ମାଲକାନଗିରିର କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାୟତର ପୋଲେରୁ ଅଂଚଳ। ଯେଉଁଠି ପୁଷ୍ପା ପାର୍ଟ ଟୁର କ୍ରୁ ମେମ୍ବର ଓ ଟିମ୍ ପହଞ୍ଚିଛନ୍ତି। ସୁଟିଂ ପାଇଁ ଆର୍ଟିଫିସିଆଲ୍ ରକ୍ତ ଚନ୍ଦନର ଗଣ୍ଡି, ପୋଲିସ ୟୁନିଫର୍ମ, ରାଇଫଲ୍, ଅଭିନେତାଙ୍କ ଭ୍ୟାନିଟି ସବୁ କିଛି ଆସି ପହଞ୍ଚିଛି। ସ୍ପଟ୍ ବି ଦେଖା ସରିଛି।

କୁହାଯାଉଛି, ସ୍ୱତନ୍ତ୍ର ହେଲିକପ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ। ତା ସହ ସିନେମାର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଏଠି ଖୁବ୍ ଶୀଘ୍ର ଆସି ପହଞ୍ଚିବେ। ବାସ୍ ନିର୍ଦ୍ଦେଶକ ସୁକୁମାରଙ୍କ ଗୋଟିଏ ଇସାରା ମିଳିଲେ ଆରମ୍ଭ ହେବ ସୁଟିଂ। ପ୍ରଥମେ ପୋଲେରୁରୁ ସୁଟିଂ ଆରମ୍ଭ ହୋଇଛି। ଏହାପରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ବି ସୁଟିଂ ହେବ ବୋଲି ସୂଚନା ମିଳିଛି।

Advertisment

ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା, ଝୁଲାପୋଲ, ସପ୍ତଧାରା ନଦୀ ଅଞ୍ଚଳକୁ ବୁଲି ଦେଖିଛନ୍ତି ପ୍ରଯୋଜନା ସଂସ୍ଥା। ଏହି ଖବର ମିଳିବା ପରେ କିଛି ସ୍ଥାନୀୟ ବାସିନ୍ଦା ଏଠାକୁ ବୁଲିବାକୁ ଆସିଥିଲୋ ଆଉ ଏହି ସମୟରେ ତାଙ୍କୁ ମିଳିଛି ସୁବର୍ଣ୍ଣ ସୁଯୋଗ। ସ୍ଥାନୀୟ କିଛି ଲୋକଙ୍କୁ ପୋଲିସ୍ ଭୂମିକାରେ ପାର୍ଶ୍ୱ ଅଭିନେତା ହେବା ସୁଯୋଗ ମିଳିଛି। ଏ ଖବର ମିଳିବା ପରେ ଏବେ ସୁଟିଂ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ଅଲ୍ଲୁଙ୍କ ଗୋଟିଏ ଝଲକ ପାଇଁ ଆଖପାଖ ଅଞ୍ଚଳରୁ ଲୋକେ ଏବେ ପହଞ୍ଚିଛନ୍ତି ସୁଟିଂ ସେଟ୍ ପାଖକୁ।

ପୁଷ୍ପା ବଞ୍ଚିଛି...ପାର୍ଟ ୱାନର କାହାଣୀ ଯେଉଁଠୁ ସରିଥିଲା, ସେଠୁ ପାର୍ଟ-ଟୁର କାହାଣୀ ଗତି କରିବା ଅନୁମାନ କରାଯାଉଛି। ଆନ୍ଧ୍ରପ୍ରଦେଶରୁ ପୁଷ୍ପା ଆସି ନିଜ ନୂଆ 
ସାମ୍ରାଜ୍ୟ ବିସ୍ତାର କରିଛି। ଏଥର ଆହୁରି ଆକ୍ସନ, ଧମାକେଦାର ସିନ୍, ଜବରଦସ୍ତ ଡାଇଲଗ ସହ ବଡ଼ ସ୍କ୍ରିନକୁ ଏଣ୍ଟ୍ରି ମାରିବ ପୁଷ୍ପାା

ରିପୋର୍ଟ: ରତ୍ନାକର ପ୍ରଧାନ

Allu Arjun
Advertisment
Advertisment