Advertisment

ପ୍ରିୟଙ୍କାଙ୍କ ଚେହେରା ହଲିଉଡ୍ ଦୁନିଆକୁ ନଚେଇଦେଲା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଗହଣା ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଯାଇଛନ୍ତି। ପ୍ରିୟଙ୍କା ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଅନେକ ହଲିଉଡ୍‌ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନାହାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Priyanka Chopra flawless style in black ruffled gown

Priyanka Chopra flawless style in black ruffled gown

ବଲିଉଡ୍‌ରୁ ହଲିଉଡ୍ ପର୍ଯ୍ୟନ୍ତ କ୍ଷାତି ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ଏକ ଗହଣା ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ୟାରିସ୍‌ ଯାଇଛନ୍ତି। ନିଜ ଅଭିନୟ ସହିତ ପୋଷାକ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିବା ପ୍ରିୟଙ୍କା ମଧ୍ୟ ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି।

Advertisment

ପୂର୍ବରୁ ଏକ ବୋଲ୍ଡ ମେଟାଲିକ୍ ରଙ୍ଗର ଗାଉନ୍ ପିନ୍ଧି ସମସ୍ତଙ୍କୁ ଆଶର୍ଯ୍ୟ କରିବା ପରେ, ପୁଣି ଥରେ ଏହି ଦେଶୀ ଗାର୍ଲ ନିଜ ଚେହେରା ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଛନ୍ତି। ଏଥର ପ୍ରିୟଙ୍କା ଏକ ଷ୍ଟାଇଲିସ୍ ଲୁକ୍‌ରେ ବୁଲଗାରି ଇଭେଣ୍ଟରେ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ୟାରିସ୍‌ର ଏକ ହୋଟେଲ ଛାଡିବା ସମୟରେ ପ୍ରିୟଙ୍କାଙ୍କ ଏହି ଭାଇରାଲ୍ ଫଟୋଗୁଡ଼ିକ କ୍ଲିକ୍ କରାଯାଇଛି। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ କଳା ରଙ୍ଗର ରଫଲ୍ଡ ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି। ଷ୍ଟାଇଲିସ୍ ଚୁଟି ଓ ନୂଆ ମେକ୍‌ଅପ୍ ସହିତ ପ୍ରିୟଙ୍କା ଏକ ହୀରା ହାର ପିନ୍ଧିଥିଲେ। ଇଭେଣ୍ଟରେ ପହଞ୍ଚିବା ପରେ ପ୍ରିୟଙ୍କା ତାଙ୍କ କାର୍‌ରୁ ଓହ୍ଲାଇବା ସମୟରେ ଅଭିବାଦନ ମଧ୍ୟ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେଉଛି।

Advertisment

ପ୍ରିୟଙ୍କା ଲଣ୍ଡନସ୍ଥିତ ଡିଜାଇନର୍ ରବର୍ଟ ଭୁନ୍‌ଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ଗାଉନ୍ ପିନ୍ଧିଥିଲେ। ଡିଜାଇନର୍ ପ୍ରିୟଙ୍କାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରା୍‌ମ ହ୍ୟାଣ୍ଡେଲ୍‌ରେ ଅନେକ ଫଟୋ ଓ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଅନେକ ଲୋକ ଅଭିନେତ୍ରୀଙ୍କୁ ମନ୍ତବ୍ୟ ଦେବା ସହ ପ୍ରଶଂସା ମଧ୍ୟ କରୁଛନ୍ତି। ଅନେକ ହଲିଉଡ୍‌ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନଥିଲେ।

ହଲିଉଡ୍‌ ଅଭିନେତ୍ରୀ ଜାମିଲା ଲେଖିଥିଲେ, “ପ୍ରିୟଙ୍କା ମୋତେ ଆଶ୍ଚର୍ଯ୍ୟ କରିଛନ୍ତି।” ଏହା ସହିତ ସେ ଏକ ଲାଲ୍ ହୃଦୟ ଇମୋଜୀ ମଧ୍ୟ ଶେୟାର କରିଛନ୍ତି। ଅଳଙ୍କାର ଡିଜାଇନର୍ ଲୁସିଆ ସିଲ୍‌ଭେଷ୍ଟ୍ରି ମଧ୍ୟ ପ୍ରିୟଙ୍କାଙ୍କ ରାମ୍ପ୍‌ ଚାଲିର ଏକ ଭିଡିଓ ଶେୟାର କରିଛନ୍ତି।

ଏହି ଇଭେଣ୍ଟର ଅନେକ ଫଟୋ ମଧ୍ୟ ଅଭିନେତ୍ରୀଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଶେୟାର କରାଯାଇଥିଲା, ଯେଉଁଥିରେ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ସେମାନଙ୍କ ମତାମତ ଦେଉଛନ୍ତି। ଅନେକ ଲୋକ ପ୍ରିୟଙ୍କାଙ୍କୁ ତାଙ୍କ 'ରାଣୀ' ବୋଲି କହି ସମ୍ମାନିତ କରିଛନ୍ତି। ଜଣେ ଲେଖିଛନ୍ତି, "OMG ...!!! SOH !!!!! ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର... !!! ପ୍ରିୟଙ୍କା ଚୋପ୍ରା ଜୋନାସ୍ ... !!!" ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି, "ଲଭଲି ପ୍ରିୟଙ୍କା। ମୁଣ୍ଡରୁ ପାଦ, ଆପଣ ପର୍‌ଫେକ୍ଟ ଲାଗୁଛନ୍ତି। ବୁଲଗାରି ଉଚିତ ପ୍ରତିନିଧି ବାଛିଚି।”


 
 
 
 
 
 
 
 
 
 
 
 
 
 

A post shared by Jerry x Mimi 😍 (@jerryxmimi)

ପ୍ରକାଶଥାଉ ଯେ ପ୍ରିୟଙ୍କା ଗତ ସପ୍ତାହରେ ପ୍ୟାରିସ୍‌ରେ ପହଞ୍ଚିଥିଲେ ଏବଂ କହିଥିଲେ ଯେ ସେ ସେଠାରେ କିଛି ରୋମାଞ୍ଚକର କାର୍ଯ୍ୟ କରିବାକୁ ଯାଉଛନ୍ତି। ଏହା ପରେ ସେ ପ୍ୟାରିସ୍‌ର ବୁଲଗାରିର ନୂଆ ଅଳଙ୍କାର ସଂଗ୍ରହ 'ଇଡେନ୍ ଗାର୍ଡେନ୍ ଅଫ୍ ୱଣ୍ଡର୍ସ'ରେ ଅଂଶ ଗ୍ରହଣ କରିଥିଲେ।


 
 
 
 
 
 
 
 
 
 
 
 
 
 

A post shared by Jerry x Mimi 😍 (@jerryxmimi)

Priyanka Chopra Bollywood
Advertisment
Advertisment