/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635068014.jpg)
Priyanka Chopra education struggle
ନୂଆଦିଲ୍ଲୀ : ବଲିଉଡର ସଫଳ ନାୟିକାମାନଙ୍କ ତାଲିକା ଦେଖିଲେ ପ୍ରିୟଙ୍କା ଚୋପ୍ରା ବାଦ ପଡିବେ ନାହିଁ। ଖାଲି ବଲିଉଡ୍ ନୁହେଁ ପ୍ରିୟଙ୍କା ହଲିଉଡ୍ରେ ମଧ୍ୟ ନିଜର ଏକ ଶକ୍ତ ପରିଚୟ ତିଆରି କରି ସାରିଲେଣି। ତେବ ସଫଳତା ସିଡିର ଏହି ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନି। କୁହାଯାଏ ଯେ ପ୍ରିୟଙ୍କାଙ୍କ ପିଲାଦିନ ବହୁ ସଂଘର୍ଷମୟ ଥିଲା। ତାଙ୍କ ବାପା-ମାଆ ଉଭୟ ଆର୍ମି ଡାକ୍ତର ଥିଲେ। ଏହି କାରଣରୁ ତାଙ୍କ ପକ୍ଷେ ଗୋଟିଏ ସହରରେ ରହି ପାଠ ପଢିବା ସମ୍ଭବ ନ ଥିଲା। ଅନେକ ସହର ଓ ସ୍କୁଲ ବଦଳିବା ଯୋଗୁଁ ତାଙ୍କ ପାଠ ପଢା ଓ ଜୀବନ ଉପରେ ମଧ୍ୟ ବହୁ ପ୍ରଭାବ ପଡିଥିଲା।
ଏହି କାରଣରୁ ପ୍ରିୟଙ୍କାଙ୍କ ପାଠ ପଢା ଅଧା ରହିଗଲାପ୍ରିୟଙ୍କା ଚୋପ୍ରାଙ୍କ ଜନ୍ମ ୧୯୮୨ ମସିହା ଜୁଲାଇ ୧୮ରେ ଝାଡଖଣ୍ଡର ଜାମଶେଦପୁର ସହରରେ ହୋଇଥିଲା। କିନ୍ତୁ ପାଠ ପଢା ଗୋଟିଏ ଜାଗାରେ ସ୍ଥିର ହୋଇ ନ ଥିଲା। ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ବରେଲୀ ସହର ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଚାଲିଯାଇଥିଲା।
Also Read
ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତେବେ ତାଙ୍କ ପ୍ରାଥମିକ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରିୟଙ୍କା ଲକ୍ଷ୍ନୌରେ ସ୍କୁଲ ପାଠପଢା ଆରମ୍ଭ କରିଥିଲେ ମଧ୍ୟ କିଛି ବର୍ଷ ବରେଲି ଚାଲିଯାଇଥିଲେ। ଏଇଠି ସରିଯାଇ ନ ଥିଲା ତାଙ୍କ ପାଠପଢାର ଯାତ୍ରା। ପଡିବା ନେଇ ତାଙ୍କୁ ଆମେରିକାକୁ ମଧ୍ୟ ଯିବାକୁ ପଡିଥିଲା। ସବୁଠାରୁ ଶେଷରେ ତାଙ୍କୁ ବରେଲୀର ଆର୍ମୀ ପବ୍ଲିକ୍ ସ୍କୁଲ୍ରେ ଆଡମିଶନ ନେବାକୁ ହୋଇଥିଲା। ଖାଲି ସେତିକି ନୁହେଁ ପାଠ ପଢିବା ନେଇ ତାଙ୍କ ଦିଲ୍ଲୀ, ଲଦ୍ଦାଖ, ଚଣ୍ଡିଗଡ, ପୁଣେ ଓ ଅମ୍ବାଲ ମଧ୍ୟ ଦୌଡିବାକୁ ପଡିଛି।
ଏହି କାରଣରୁ ପ୍ରିୟଙ୍କାଙ୍କ ପାଠ ପଢା ଅଧା ରହିଗଲାପ୍ରିୟଙ୍କା ଚୋପ୍ରାଙ୍କୁ ମୁମ୍ବାଇର ଜୟ ହିନ୍ଦ କଲେଜ୍ ଆଣ୍ଡ୍ ବସନ୍ତ ସିଂହ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସରେ ମଧ୍ୟ ଆଡ୍ମିଶନ ନେବାକୁ ପଡିଥିଲା। କିନ୍ତୁ ମିସ୍ ଇଣ୍ଡିଆ ପ୍ରତିଯୋଗୀତା ଜିତିବା ପରେ ତାଙ୍କୁଅ କଲେଜ୍ ପଢା ଅଧାରୁ ଛାଡିବାକୁ ପଡିଥିଲା। ଏହା ପରେ ତାଙ୍କ ପାଖକୁ ସିନେମାର ଲମ୍ବା ଲାଇନ ଲାଗିବା ଆରମ୍ଭ ହେଲା। ଏହାରି ଭିତରେ ସେ ନିଜକୁ ଏତେ ବ୍ୟକ୍ତ କରିଦେଲେ ଯେ ପାଠ ପଡିବା ନେଇ ଆଉ ସମୟ ବାହାରିଲା ନାହିଁ। ଫଳରେ ଅଧାରେ ରହିଗଲା ପାଠ ପଢା। କିନ୍ତୁ ପରେ ସେ ପାଶ୍ଚତ୍ୟ କ୍ଲାସିକାଲ୍ ମ୍ୟୁଜିକରେ ପ୍ରଶିକ୍ଷଣ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)