Advertisment

ଟ୍ରୋଲ୍‌ର ଶିକାର ହେଲା ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଶୋ’

ପ୍ରିୟଙ୍କା ଚୋପ୍ରା ଏବେ ଗ୍ଲୋବାଲ୍ ଷ୍ଟାର ହୋଇଯାଇଛନ୍ତି। ଏନେଇ ତାଙ୍କ ପାଖରେ କାମର ଅଭାବ ନାହିଁ। ଏବେ ତାଙ୍କ ପାଖରେ ଅନେକ ଇଣ୍ଟରନେସନାଲ୍ ପ୍ରୋଜେକ୍ଟ ପଡିରହିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିଏଲିଟି ଶୋ ହେବ, ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍‌ ଭୂମିକାରେ ନଜର ଆସିବେ।

author-image
Pramod Behera
Priyanka Chopra

Priyanka Chopra

ନୂଆଦିଲ୍ଲୀ : ପ୍ରିୟଙ୍କା ଚୋପ୍ରା ଏବେ ଗ୍ଲୋବାଲ୍ ଷ୍ଟାର ହୋଇଯାଇଛନ୍ତି। ଏନେଇ ତାଙ୍କ ପାଖରେ କାମର ଅଭାବ ନାହିଁ। ଏବେ ତାଙ୍କ ପାଖରେ ଅନେକ ଇଣ୍ଟରନେସନାଲ୍ ପ୍ରୋଜେକ୍ଟ ପଡିରହିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିଏଲିଟି ଶୋ ହେବ, ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍‌ ଭୂମିକାରେ ନଜର ଆସିବେ।

Advertisment

ଏହି ଶୋ’ରେ ୬ ପ୍ରକାର ସମାଜସେବା ରହିବା ସହିତ ଯେଉଁମାନେ ଏହି ହାଇ ପ୍ରୋଫାଇଲ୍ ପବ୍ଲିକ୍ ଫିଗରଙ୍କ ସହିତ କାମ କରିବେ ନିଶ୍ଚିତ କିଛି ନୂଆ କରିବାର ଯୋଜନା ନେଇ ଆସିବେ। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟାବରଣ ମଧ୍ୟ ସାମିଲ ହେବ। କିନ୍ତୁ ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଶୋ ପ୍ରତି ନକରାତ୍ମକ ଭାବନା ରଖନ୍ତି। ଏହି ଶୋ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ସେହିପରି ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ନିନ୍ଦା କରୁଛନ୍ତି।

Advertisment

ହଲିଉଡ୍ ଅଭିନେତ୍ରୀ ଜମୀଲା ଜମୀଲ ଟ୍ୱିଟ୍ କରି କହିଛନ୍ତି ଯେ “ଏହି ଲୋକମାନେ କ’ଣ ସମାଜସେବାକୁ ଗେମ୍‌ରେ ପରିବର୍ତ୍ତନ ନ କରି, ଏହି ମହଙ୍ଗା ଶୋ’ରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ସିଧାସଳଖ ସାମାଜିକ କର୍ମୀଙ୍କୁ ଦେଇପାରିବେନି? ଲୋକେ ମରୁଛନ୍ତି।” ସେହିପରି ସମାଜସେବୀ କ୍ୟାମେରନ କାସ୍କୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି “ଏହା ସମ୍ପୂର୍ଣ୍ଣ ଏକ ବେକାର ଧନ୍ଦା, ସମାଜସେବା ଶବ୍ଦ କେତେ ଶସ୍ତା ହୋଇଗଲାଣି। ଏଠାରେ ଲୋକେ ଶାସକ ଶ୍ରେଣୀର ପରିବର୍ତ୍ତନ ଦାବି କରି ନିଜ ଜୀବନକୁ ବିପଦରେ ପକାଉଛନ୍ତି ଏବଂ ତା’ପରେ ମୋ ଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଇଣ୍ଟର୍‌ନେଟ୍‌ରେ ଅଭିଯୋଗ କରୁଛନ୍ତି।”

କିଛି ଲୋକ ଏହି ଶୋ’ର ମଜାକ୍‌ ମଧ୍ୟ ଉଡେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ଶୋ’କୁ ଆସୁଥିବା ସମାଜସେବୀଙ୍କୁ ଅଶର କହିବେ ଯେ – ତୁମର ଇନ୍ସୁଲିଙ୍ଗ ରେଶନିଙ୍ଗ ଉପରେ ହୋଇଥିବା ଟିକ୍‌ଟକ୍‌ ଭିଡିଓ ପ୍ରେରଣାଦାୟକ ଥିଲା, କିନ୍ତୁ ସେଥିରେ ମାତ୍ର ୯୦ ଭ୍ୟୁଜ୍ ମିଳିବା ଦୁଃଖଦାୟକ। ଏନେଇ ମୁଁ ତୁମକୁ ନିର୍ବାଚିତ କରିପାରୁନି।” ସେହିପରି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, “ବେଳେବେଳେ ମୁଁ ଚିନ୍ତା କରୁଛି ଯେ ଆମେ କ’ଣ ଏବେ ସବୁଠାରୁ ଏକ ଖରାପ ସମୟ ଦେଇ ଯାଉଛେ। ଆଉ ପାଖାପାଖି ସବୁଦିନେ ମୁଁ ମୋର ଏହି ଚିନ୍ତାଧାରାକୁ ସତ ହେଉଥିବା ଦେଖୁଛି।”

ପ୍ରକାଶଥାଉ ଯେ ଏହି ଶୋ’ରେ ସମାଜସେବୀମାନେ ନିଜ ନିଜ କାମକୁ ପ୍ରମୋଟ କରିବା ସହିତ ଜଣେ ଅନ୍ୟ ସହିତ ପ୍ରତିଯୋଗିତା କରିବେ। ସେମାନଙ୍କ ସଫଳତାକୁ ଅନ୍‌ଲାଇନ୍ ଏନ୍‌ଗେଜ୍‌ମେଣ୍ଟ, ସୋସିଆଲ୍ ମେଟ୍ରିକ୍ସ ଆଉ ହୋଷ୍ଟ୍‌ ଇନ୍‌ପୁଟ୍‌ ଆଧାରରେ ବିଚାର କରାଯିବ।

Priyanka Chopra Entertainment
Advertisment
Advertisment