Advertisment

Pushpa 2: ‘ପୁଷ୍ପା ୨’ ଭାଙ୍ଗିଲା ସବୁ ରେକର୍ଡ; ରୋଜଗାର କଲାଣି ହଜାରେ କୋଟିରୁ ଅଧିକ ଟଙ୍କା

‘ପୁଷ୍ପା ୨’ ଫିଲ୍ମକୁ ନେଇ ଉତ୍ସାହ ଦିନକୁ ଦିନ ବଢୁଥିବାବେଳେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ମଧ୍ୟ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଏହା ସମୁଦାୟ ୧୦୮୫ କୋଟି ଟଙ୍କା ପ୍ରି-ରିଲିଜ୍ ଆୟ କରିଛି।

author-image
Pramod Behera
Pre release collection of allu arjun most awaited film pushpa 2 the rule

Pre release collection of allu arjun most awaited film pushpa 2 the rule

‘ପୁଷ୍ପା ୨: ଦ ରୁଲ୍’ ହେଉଛି ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ, ଯାହାକୁ ଦେଖିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ସହିତ ଜାତୀୟ ପୁରସ୍କାର ବିଜେତା ଅଲୁ ଅର୍ଜୁନ ତାଙ୍କର ଅନନ୍ୟ ତଥା ସ୍ମରଣୀୟ ଚରିତ୍ର ପୁଷ୍ପରାଜଙ୍କ ସହିତ ଫେରି ଆସୁଛନ୍ତି।

Advertisment

ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦିନକୁ ଦିନ ବଢୁଥିବାବେଳେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ମଧ୍ୟ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଏହା ସମୁଦାୟ ୧୦୮୫ କୋଟି ଟଙ୍କା ପ୍ରି-ରିଲିଜ୍ ଆୟ କରିଛି। ‘ପୁଷ୍ପା: ଦି ରାଇଜ୍’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତି ଅଲୁ ଅର୍ଜୁନ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ।

ବର୍ତ୍ତମାନ, ସେ ‘ପୁଷ୍ପା ୨: ଦ ରୁଲ୍’ ସହିତ ବକ୍ସ ଅଫିସରେ ରାଜ୍ କରିବାକୁ ପ୍ରସ୍ତୁତ ଅଛନ୍ତି, ଏବଂ ଏହିପରି ଭାବେ ଫିଲ୍ମଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ପରିଣତ ହୋଇସାରିଛି।

Advertisment

‘ପୁଷ୍ପା’ର ଏହି ଚମତ୍କାର ସଫଳତା ହେଉଛି ଏକ ରେକର୍ଡ ଭାଙ୍ଗିବା ଭଳି ଡିଲ୍ ଏବଂ ଏହା ଭାରତରେ ହୋଇଥିବା ସବୁଠାରୁ ଲାଭଜନକ ଫିଲ୍ମ କାରବାର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ରିପୋର୍ଟ ଅନୁଯାୟୀ, ଏହାର ଥିଏଟ୍ରିକାଲ୍ ରାଇଟ୍ ୬୪୦ କୋଟିରେ ବିକ୍ରି ହୋଇଛି। ଏହା ସହିତ ‘ପୁଷ୍ପା ୨’ ଏକ ବୃହତ ଡିଜିଟାଲ ଡିଲ୍ କରିଛି ଯେଉଁଥିରେ ନେଟ୍‌ଫ୍ଲିକ୍ସ ୨୭୫ କୋଟି ଟଙ୍କାରେ ଫିଲ୍ମର ଅଧିକାର କିଣିଛି।

ଯଦି ଆମେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨: ଦ ରୁଲ୍’ ର ମୋଟାମୋଟି ପ୍ରି-ରିଲିଜ୍ ବିଜିନେସ୍ ଦେଖିବା ତେବେ ଏହି ଫିଲ୍ମ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୨୨୦କୋଟି, ଉତ୍ତର ଭାରତରେ ୨୦୦ କୋଟି, ତାମିଲନାଡୁରେ ୫୦ କୋଟି, କର୍ଣ୍ଣାଟକରେ ୩୦ କୋଟି, କେରଳରେ୨୦ କୋଟି ଏବଂ ବୈଦେଶିକ ବଜାରରେ ୧୪୦କୋଟି ଟଙ୍କା ରୋଜଗାର କରିଛି।

ଏହା ବ୍ୟତୀତ ସଂଗୀତ ଅଧିକାର ୬୫ କୋଟିରେ ଏବଂ ସାଟେଲାଇଟ୍ ଅଧିକାର ୮୫ କୋଟିରେ ବିକ୍ରି ହୋଇଛି। ଏହି ଫିଲ୍ମଟି ଏହାର ନନ୍-ଥିଏଟ୍ରିକାଲ୍ ରାଇଟ୍‌ରୁ ୪୨୫ କୋଟି ଟଙ୍କା ରୋଜଗାର କରିଛି।

‘ପୁଷ୍ପା ୨’ ଡିସେମ୍ବର ୦୬ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ‘ପୁଷ୍ପା ୨’କୁ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମ ରିଲିଜ୍ ପାଇଁ ଦେଢ଼ ମାସ ବାକି ଥିବାବେଳେ ଅଲୁ ଅର୍ଜୁନ ଏବେଠାରୁ ଏକ ଦମଦାର ଆରମ୍ଭ କରିସାରିଛନ୍ତି।

Allu Arjun Pushpa South Indian Films
Advertisment
Advertisment