Advertisment

‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି’

‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି।

author-image
Rajalaxmi Sahoo
Prakruti’s Father Manmath Mishra Responds After Lodging Police Complaint

Prakruti’s Father Manmath Mishra Responds After Lodging Police Complaint

ଓଲିଉଡ୍ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହୋଇଛି। ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ସହ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। 

Advertisment

ରାସ୍ତା ଉପରେ କାର୍‌ରେ ବସିଥିବା ବାବୁସାନଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ଝଗଡ଼ା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଛି। ଅଧିକ ଝଗଡ଼ା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗାଡ଼ିରୁ ଓହ୍ଲାଇ ଦୌଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା’ କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଝିଅର ମାନହାନି ହୋଇଥିବା ନେଇ ଦୁହେଁ ଅଭିଯୋଗ କରିଛନ୍ତି।   

ଖାରବେଳନଗର ଥାନାରେ ଏତଲା ପରେ ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅଙ୍କ ସହ ଆସି ୮ଜଣ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି।”

Advertisment

ମନ୍ମଥ ଆହୁରି କହିଛନ୍ତି, ‘ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।’

Manmath Mishra Babushan Mohanty Babushan Mohanty Prakruti Mishra Viral Video Prakruti Mishra
Advertisment
Advertisment