• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୋଟିଏ ଝଲକ ସାରା ଦେଶରେ ଝଡ଼ ସୃଷ୍ଟି କରିଛି । ଗୋଟିଏ ଟ୍ରେଲର ସବୁ ରେକର୍ଡକୁ ଭାଙ୍ଗିଛି । ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ ‘ସାଲାର’ର ଟିଜର୍‌ । ପ୍ରଭାସଙ୍କୁ ପୁଣି ଥରେ ସେଇ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛି । କୁହାଯାଊଛି ବ୍ଲକବଷ୍ଟର KGF ସହ ଏହାର ବଡ଼ ଲିଙ୍କ୍ ରହିଛି ।

ସେଇ ବ୍ଲାକ ସ୍ୟାଡୋ ଡିଜାଇନ୍..ଖଣି..ଆକ୍ସନ ଆକ୍ସନ ଆଉ ଆକ୍ସନ । ସାମ୍ନାକୁ ଆସିଛି ପାନ ଇଣ୍ଡିଆର ଆଉ ଏକ ବହୁ ପ୍ରତିକ୍ଷିତ ଫିଲ୍ମ ସାଲାରର ଟିଜର । କମବ୍ୟାକ୍ କରିବେ ବାହୁବଳୀ ଷ୍ଟାର୍ ପ୍ରଭାସ । ନିଜ ପୁରୁଣା ଅନ୍ଦାଜ, ଯାହା ଦର୍ଶକଙ୍କ ପସନ୍ଦ ସେହିଭଳି ଅବତାରକୁ ଫେରିଛନ୍ତି ଡାଲିଂ ଷ୍ଟାର । ଟିଜରରେ ଫିଲ୍ମର ଝଲକ ଏତେ ପ୍ରଭାବିତ କରିଛି କି ସାରା ବିଶ୍ୱର ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି ସାଲାର୍ ।

କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି । ୪ ଶହ କୋଟିରୁ ଅଧିକ ବଜେଟରେ ତିଆରି ହୋଇଥିବା ଫିଲ୍ମ ଭାରତ ସମେତ ମିଡଲ୍ ଇଷ୍ଟ, ଆଫ୍ରିକାରେ ସୁଟିଂ ହୋଇଛି । ତେଣୁ ଅନୁମାନ ହେଉଛି କେଜିଏଫରେ ରକି ଭାଇଙ୍କ ଟେରିଟୋରୀ ସହ ଏହାର ରହିଛି ବଡ଼ ସଂଯୋଗ । କେଜିଏଫ-ସଲାରକୁ ମିଶାଇ ଏକ ବଡ଼ ଫିଲ୍ମ ୟୁନିଭର୍ସ ବନାଇବା ଯୋଜନା ରହିଛି । ପ୍ରଭାସଙ୍କ ସହ ପୃଥିବୀରାଜ୍ ସୁକୁମାର ବି ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବେ ।