Advertisment

Salaar: ଏହି ଦିନ ରିଲିଜ୍ ହେବ ‘ସାଲାର ୨’; ଜାଣନ୍ତୁ କିପରି ହେବ କାହାଣୀ

ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ‘ସାଲାର : ପାର୍ଟ୍ ୧’ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍ ୨’କୁ ମଧ୍ୟ ଅପେକ୍ଷା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Prabhas movie salaar 2 will come in 2025

Prabhas movie salaar 2 will come in 2025

ପ୍ରଭାସଙ୍କ ଅଭିନୀତ ‘ସାଲାର : ପାର୍ଟ୍ ୧: ସିଜ୍‌ଫାୟାର୍’ ରିଲିଜ୍ ହେବା ପରଠାରୁ ହଇଚଇ ସୃଷ୍ଟି କରିଛି। ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍ ୨’କୁ ମଧ୍ୟ ଅପେକ୍ଷା କରିଛନ୍ତି।

Advertisment

ଏଭଳି ପରିସ୍ଥିତିରେ ‘ସାଲାର ୨’ ବିଷୟରେ ଅଧିକ ଜାଣିବାକୁ ଉତ୍ସାହିତ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ହୋମ୍ବଲେ ଫିଲ୍ମର ନିର୍ମାତା ବିଜୟ କିରାଗନ୍ଦୁର ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଯେ ‘ସାଲାର’ ସିକ୍ୱେଲ ୨୦୨୫ ଶେଷ ସୁଦ୍ଧା ବଡ ପରଦାକୁ ଆସିବ।

ନିକଟରେ ଏକ ସାକ୍ଷାତକାରରେ ନିର୍ମାତା ବିଜୟ କିରାଗନ୍ଧୁର ‘ସାଲାର ୨’ ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ ‘ସାଲାର ୨’ ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ଆମେ ଯେକୌଣସି ସମୟରେ ଫିଲ୍ମ ଆରମ୍ଭ କରିବୁ। ପ୍ରଭାସ ଏହାକୁ ଯଥାଶୀଘ୍ର ଆଗକୁ ନେବାକୁ ଚାହୁଁଛନ୍ତି ଏବଂ ପ୍ରଶାନ୍ତ ମଧ୍ୟ ତାହା କରିବାକୁ ଚାହୁଁଛନ୍ତି। ଆମେ ନିଶ୍ଚିତ ଭାବରେ ୨୦୨୫ରେ ‘ସାଲାର ୨’ ରିଲିଜ୍ କରିବୁ, ଯାହା ବର୍ତ୍ତମାନଠାରୁ ପ୍ରାୟ ୧୮ ମାସ ପରେ।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ “ସାଲାର ସମଗ୍ର ବିଶ୍ୱରେ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଏକ ଉତ୍ସବ। ସଂଖ୍ୟା ଏବଂ ପ୍ରତିକ୍ରିୟାରେ ଆମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ। ଅବଶ୍ୟ କିଛି ନକରାତ୍ମକ କଥା ଅଛି କିନ୍ତୁ ମେକିଂ, ସମୟ ଏବଂ ଡ୍ରାମାକୁ ନେଇ କେହି ଅଭିଯୋଗ କରିନାହାଁନ୍ତି। ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଲୋକମାନେ ପ୍ରଭାସଙ୍କୁ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍ ଭାବରେ ଦେଖିବାକୁ ପାଇଲେ।”

ସେ ଏହା ମଧ୍ୟ କହିଛନ୍ତି ଯେ “ପ୍ରଭାସ ମଧ୍ୟ ପୂରା ଉତ୍ସାହିତ ଅବସ୍ଥାରେ ଅଛନ୍ତି ଏବଂ ପାର୍ଟ ୨ ର କାର୍ଯ୍ୟସୂଚୀ ବିଷୟରେ ପଚାରୁଛନ୍ତି। ସେ ଏହି ଫିଲ୍ମକୁ ନେଇ ବହୁତ ଖୁସି ଏବଂ ଶୀଘ୍ର ‘ସାଲାର ୨’ ଆରମ୍ଭ କରିବାକୁ ଚାହୁଁଛନ୍ତି।”

‘ସାଲାର୍ ୨’କୁ ନେଇ ନିର୍ମାତା ଆହୁରି ମଧ୍ୟ କହିଛନ୍ତି ଯେ ସାଲାର୍ ୧ ହେଉଛି ଏହାର ଦ୍ୱିତୀୟ ଭାଗର ଏକ ଝଲକ। ଏହାକୁ ପାର୍ଟ ୨ର ଏକ ଟେଲର୍ ଭାବେ ନେଇପାରିବେ ବୋଲି ସେ କହିଛନ୍ତି। ଆକ୍ସନ ଏବଂ ସ୍କେଲ୍ ଦୃଷ୍ଟିରୁ ପାର୍ଟ ୨ ବହୁତ ବଡ ହେବ।

ସବୁଠାରୁ କୌତୂହଳର କଥା ହେଉଛି, ‘ସାଲାର ୨’ରେ ଦୁଇଜଣ ଭଲ ବନ୍ଧୁ, ପ୍ରଭାସ ଏବଂ ପୃଥ୍ୱୀରାଜଙ୍କୁ ସବୁଠାରୁ ବଡ ଶତ୍ରୁଭାବେ ଦେଖିବାକୁ ମିଳିବ। ଖାନସରରେ ଘଟୁଥିବା ରାଜନୈତିକ ଦିଗ ଯୋଗୁଁ ସେମାନେ ପରସ୍ପରର ଶତ୍ରୁ ହୋଇ ଠିଆହେବେ ବୋଲି କୁହାଯାଇଛି।

Prabhas Salaar
Advertisment
Advertisment