Advertisment

ଦୁଇ ଫ୍ଲପ୍ ଫିଲ୍ମ ପରେ ବି ପ୍ରଭାସଙ୍କ ହାତରେ ରହିଛି ୧୨୦୦ କୋଟିରୁ ଅଧିକ ଟଙ୍କାର ଫିଲ୍ମ

ଆଜିକାଲି ପାନ୍‌ ଇଣ୍ଡିଆ ସୁପର୍‌ଷ୍ଟାର୍ ପ୍ରଭାସ୍‌ଙ୍କ ଡିମାଣ୍ଡ କହିଲେ ନସରେ। ତାଙ୍କୁ ଏବେ ସବୁ ନିର୍ମାତା ନେବାକୁ ଇଛା କରୁଛନ୍ତି। ଏହା ଭିତରେ ସେ ୨ଟି ଫ୍ଲପ୍‌ ଫିଲ୍ମ ଦେଇଥିଲେ ବି ତାଙ୍କ ଉପରେ ଏହାର କୌଣସି ଫରକ ପଡିନି। ଏବେ ବି ତାଙ୍କ ହାତରେ ୧୨୦୦ କୋଟିରୁ ଅଧିକ ବଜେଟ୍‌ର ଫିଲ୍ମ ଅଛି। ଜାଣନ୍ତୁ କ’ଣ ସବୁ…

author-image
Pramod Behera
Prabhas has more than rs 1200 crore riding on his films

Prabhas has more than rs 1200 crore riding on his films

ପ୍ରଭାସ ଦେଶର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ଏସ୍ଏସ୍ ରାଜାମୌଲିଙ୍କ ‘ବାହୁବଲୀ’ ଫ୍ରାଞ୍ଚାଇଜର ମେଗା ସଫଳତା ତେଲୁଗୁ ଅଭିନେତାଙ୍କୁ ଭାରତୀୟ ସିନେମାର ବହୁ ଚର୍ଚ୍ଚିତ ତାରକା ଭାବରେ ପ୍ରତିଷ୍ଠିତ କରିଛି। ସେ ତାଙ୍କର ସ୍ୱତନ୍ତ୍ର ଅଭିନୟ ଓ ସିଗ୍ନେଚର ଷ୍ଟାଇଲ୍ ନେଇ ବେଶ ଜଣାଶୁଣା।

Advertisment

ସେ ଅନେକ ହିଟ୍ ଫିଲ୍ମ ଦେଇଥିଲେ ବି ସାହୋ ଓ ରାଧେଶ୍ୟାମ ଭଳି ଫ୍ଲପ୍ ଫିଲ୍ମ ଦେଇଛନ୍ତି। ଏହା ସତ୍ତ୍ୱେ ବି ତାଙ୍କ ଡିମାଣ୍ଡ୍ କମିଯାଇନି। ବର୍ତ୍ତମାନ ମଧ୍ୟ ତାଙ୍କ ହାତରେ ଅନେକ ମହଙ୍ଗା ବଜେଟ୍ ଫିଲ୍ମ ଅଛି। ସବୁଠାରୁ କୌତୁହଳର ବିଷୟ ଯେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ମୋଟ ବଜେଟ୍ ହେଉଛି ୧୨୦୦ କୋଟି କୋଟିରୁ ଅଧିକ। ତେବେ ଆସନ୍ତୁ ତାଙ୍କର ୪୩ ତମ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ମହଙ୍ଗା ଚଳଚ୍ଚିତ୍ର ବିଷୟରେ ନଜର ପକେଇନେବା।

ଆଦିପୁରୁଷ:

ଏବେ ପ୍ରଭାସ ତାଙ୍କର ବହୁ ପ୍ରତୀକ୍ଷିତ 3D ଲାଇଭ୍ ଆକ୍ସନ୍ ଫିଲ୍ମ 'ଆଦିପୁରୁଷ'ରେ ରାଘବ ବା ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୫୦୦ କୋଟି ଟଙ୍କାରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଓମ୍ ରାଓତଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ତାଙ୍କର ଆଜି ଜନ୍ମଦିନ ଥିବାରୁ ଏହି ଅବସରରେ ଫିଲ୍ମର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି।

Advertisment

ଏଥିରେ କୃତି ସାନନ ସୀତା ଭୂମିକାରେ ଏବଂ ସୈଫ୍‌ ଅଲି ଖାନ ଦଶାନନ ରାବଣ ଭୂମିକାରେ ନଜର ଆସିଛନ୍ତି। ତେବେ ‘ଆଦିପୁରୁଷ’କୁ ଏହାର VFX ପାଇଁ ଟ୍ରୋଲ୍‌ କରାଯାଉଛି ଏବଂ ଏହା ଜାନୁଆରୀ ୨୦୨୩ ରେ ପ୍ରେକ୍ଷାଳୟକୁ ଆସିବ। ଏବେ ଦେଖିବାକୁ ବାକି ରହିଲା ଯେ, ପ୍ରଭାସ କିପରି ତାଙ୍କ ଚରିତ୍ରରେ ଦର୍ଶକଙ୍କୁ ପ୍ରଭାବିତ କରିପାରିବେ।

ପ୍ରୋଜେକ୍ଟ କେ:Upcoming film of Prabhasପ୍ରଭାସଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟ୍ କେ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ‘ପ୍ରୋଜେକ୍ଟ କେ’ରେ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ଏହାକୁ ମଧ୍ୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର ପ୍ରମୁଖ ଅଂଶ ହାଇଦ୍ରାବାଦର ପ୍ରସିଦ୍ଧ ରାମୋଜି ରାଓ ଫିଲ୍ମ ସିଟିରେ ସହରରେ ନିର୍ମିତ ଏକ ନିଆରା ସେଟ୍‌ରେ ସୁଟିଂ କରାଯାଇଛି। ବୈଜୟନ୍ତୀ ମୁଭିଜ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ୨୦୨୩ ଶେଷ କିମ୍ବା ୨୦୨୪ ଆରମ୍ଭରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛି।

ସାଲାର:

କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ‘ସାଲାର’ରେ ପ୍ରଭାସ ଓ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି, ଯାହାର ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି। ଏଥି ସହିତ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। କେଜିଏଫ୍ ଫ୍ରାଞ୍ଚାଇଜ୍‌ର କିଛି ପ୍ରତିଷ୍ଠିତ ଚେହେରାଙ୍କୁ ମଧ୍ୟ ‘ସାଲାର’ରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ପ୍ରଭାସଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ୨୦୨୩ ରେ ବଡ ପରଦାକୁ ଆସିବ।

‘ବାହୁବଲୀ’ ପରେ ପ୍ରଭାସଙ୍କ କ୍ୟାରିୟର:

‘ବାହୁବଲୀ’ର ବୃହତ ସଫଳତା ପରେ ବର୍ତ୍ତମାନ ପାନ ଇଣ୍ଡିଆ ସୁପର୍‌ଷ୍ଟାର୍‌ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ପ୍ରଭାସଙ୍କ ଦୁଇଟି ଚଳଚ୍ଚିତ୍ର ‘ସାହୋ’ ଏବଂ ‘ରାଧେଶ୍ୟାମ’ ବ୍ୟବସାୟିକ ଭାବରେ ବିଫଳ ହୋଇଥିଲା। ଅଗଷ୍ଟ ୨୦୧୯ ରେ ପ୍ରେକ୍ଷାଳୟକୁ ଆସିଥିବା ‘ସାହୋ’ ୩୫୦ କୋଟି ଟଙ୍କାରେ ତିଆରି ହୋଇଥିବା ବେଳେ ମାତ୍ର ୪୫୦ କୋଟି ଟଙ୍କା ରୋଜଗାର କରିଥିଲା।

Flop Film Saahoଫ୍ଲପ୍ ଫିଲ୍ମ ସାହୋ

ଫିଲ୍ମର ଉଦଘାଟନ ବହୁତ ଭଲ ଥିଲେ ବି ରିଲିଜ୍ ପରେ ଲୋକମାନେ ଏହା ବିଷୟରେ ନକାରାତ୍ମକ ମତାମତ ଦେଇଥିଲେ। ସେହିଭଳି ‘ରାଧେଶ୍ୟାମ’ ୩୦୦ କୋଟି ଟଙ୍କାର ମୂଲ୍ୟରେ ନିର୍ମାଣ ହୋଇଥିଲେ ବି ଏହା ମଧ୍ୟ ନିର୍ମାତାଙ୍କ ଆଶା ପୂରଣ କରିନଥିଲା।

Flop Film Radhe Syamଫ୍ଲପ୍ ଫିଲ୍ମ ରାଧେ ଶ୍ୟାମ

ଅନ୍ୟପକ୍ଷରେ ପ୍ରଭାସଙ୍କ ‘ଆଦିପୁରୁଷ’ ରିଲିଜ ହେବା ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଛି। ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ସେ ଆଗାମୀ ପ୍ରୋଜେକ୍ଟରେ ପ୍ରଶଂସକ ଏବଂ ନିର୍ମାତାଙ୍କୁ ଖୁସି କରିବାରେ ସକ୍ଷମ ହେଉଛନ୍ତି କି ନାହିଁ।

Bahubali Bollywood Adipurush Prabhas Saaho
Advertisment
Advertisment