Advertisment

ପୋଷ୍ଟର୍ ପାଇଁ ଟ୍ରୋଲ୍ ହେଲେ ପ୍ରଭାସ; ଏମିତି କହିଲେ ଲୋକେ

'ଆଦିପୁରୁଷ'ର ପୋଷ୍ଟର୍‌ ରିଲିଜ୍‌ ହୋଇଛି। ପ୍ରଶଂସକମାନେ ଏହି ପୋଷ୍ଟର୍‌କୁ ପସନ୍ଦ କରୁନାହାଁନ୍ତି। ଏନେଇ ପ୍ରଭାସଙ୍କୁ ଟ୍ରୋଲ୍‌ ହେବାକୁ ପଡୁଛି। ଲୋକେ କହୁଛନ୍ତି ସାର୍, ଏହି ଫିଲ୍ମକୁ…

author-image
Pramod Behera
ଅଦ୍ୟତନ ହୋଇଛି
Prabhas Trolled For Adipurush Poster

Prabhas fans are not happy with adipurush poster

ରାମ ନବମୀ ଅବସରରେ ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ପୋଷ୍ଟର୍‌ ରିଲିଜ୍‌ ହୋଇଛି। ଏହି ପୋଷ୍ଟର୍‌ ରିଲିଜ୍ ପାଇଁ ଦୀର୍ଘ ସମୟ ଧରି ପ୍ରସ୍ତୁତି ଚାଲିଥିଲା। କିନ୍ତୁ ପ୍ରଶଂସକମାନେ ଏହି ପୋଷ୍ଟର୍‌କୁ ପସନ୍ଦ କରୁନାହାଁନ୍ତି ଏବଂ ବିଶେଷକରି ପ୍ରଭାସଙ୍କ ପ୍ରଶଂସକମାନେ ଏହି ପୋଷ୍ଟର୍‌ ଦେଖି ବହୁତ ନିରାଶ ହୋଇଛନ୍ତି।

Advertisment

ଏହି ଚଳଚ୍ଚିତ୍ରରେ ପ୍ରଭାସ ରାମ ଭୂମିକାରେ ଅଭିନୟ କରୁଥିବାବେଳେ ସୀତାଙ୍କ ଭୂମିକାରେ କ୍ରିତି ସାନନ୍, ଲକ୍ଷ୍ମଣ ଭୂମିକାରେ ସନି ସିଂହ, ରାବଣ ଭୂମିଆରେ ସୈଫ୍‌ ଅଲ୍ଲୀ ଖାନ, ହନୁମାନ ଭୂମିକାରେ ଦେବଦତ୍ତା ନାଗେ ଏବଂ ଇନ୍ଦ୍ରଜିତ ଭୂମିକାରେ ବତ୍ସଲ୍ ସେଟ୍‌ଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଓମ୍‌ ରାଓତ। ଚଳଚ୍ଚିତ୍ରଟି ରାମାୟଣ ଉପରେ ଆଧାରିତ ହୋଇଥିବ ବେଳେ ଏହା ଜୁନ୍ ୧୬ରେ ମୁକ୍ତିଲାଭ କରିବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ୍‌ ତାରିଖ; ଜାଣନ୍ତୁ କେବେ ପରଦାକୁ ଆସିବ

Advertisment

ଲାଗୁଛି ପ୍ରଶଂସକମାନେ ଫିଲ୍ମର ପୋଷ୍ଟର୍‌କୁ ପସନ୍ଦ କରିନାହାଁନ୍ତି। ପ୍ରଶଂସକମାନେ ପୋଷ୍ଟର୍‌ରେ ଅନେକ ତ୍ରୁଟି ଖୋଜୁଛନ୍ତି ଏବଂ ଏହାକୁ ବିରୋଧ କରୁଛନ୍ତି। ଜଣେ ପ୍ରଶଂସକ ପ୍ରଭାସଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି, “ସାର୍, ଏହି ଫିଲ୍ମ ରିଲିଜ୍ କରନ୍ତୁ ନାହିଁ।”
ପ୍ରଭାସଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, “ଥରେ ଭାବନ୍ତୁ ପ୍ରଭାସଙ୍କ ‘ବାହୁବଲୀ’ ଲୁକ୍‌ର ଲମ୍ବା ଚୁଟିରେ ପ୍ରଭୁ ରାମଙ୍କ ଚେହେରା। ଏହା ଖୁବ ଆଶ୍ଚର୍ଯ୍ୟଜନକ। ଏ ଓମ୍ ରାଓତ ପ୍ରଭାସଙ୍କ ସମସ୍ତ ସାମର୍ଥ୍ୟକୁ ଗ୍ରହଣ ଲଗେଇଦେଲେ। ଏହି ବ୍ୟକ୍ତିଙ୍କ ଯୋଗୁଁ ପ୍ରଭାସଙ୍କୁ ପ୍ରଥମ ଥର ପାଇଁ ଟ୍ରୋଲ୍‌ କରାଯାଉଛି।”

ସେହିପରି ଆଉ ଜଣେ ମତଦେଇ ପ୍ରଶ୍ନ କହିଛନ୍ତି, “ଯଦି ଲକ୍ଷ୍ମଣଙ୍କର ଦାଢି ଅଛି ତେବେ ରାମଙ୍କର କାହିଁକି ନାହିଁ? ପ୍ରଭାସ ଦାଢି ଲୁକ୍‌ରେ ଖୁବ୍ ଆଶ୍ଚର୍ଯ୍ୟଜନକ ଦେଖାଯାଇଥାନ୍ତେ। ତୁମେ ତ ପୂରା ରାଇତା କରିଦେଲେ।”

‘ଆଦିପୁରୁଷ’ କୁ ନେଇ ଆଉ ଏକ ମନ୍ତବ୍ୟ ଆସିଛି “ଲାଗୁଛି ଯେ ପୋଷ୍ଟର ସଂପୂର୍ଣ୍ଣ ଏଡିଟ୍ ହୋଇଛି। ଶରୀର ଉପରେ ପରେ ଚେହେରା କଟାଯାଇ ପେଷ୍ଟ କରାଯାଇଛି। ତେବେ କ୍ରିତି ମ୍ୟାଡାମ୍‌ଙ୍କ ମୁହଁରୁ ସ୍ୟାଡୋ ହଟାଇବାକୁ ଭୁଲିଗଲେ। ବହୁତ ଖରାପ ଏଡିଟିଂ ସ୍କିଲ୍।”

Prabhas Bollywood Adipurush
Advertisment
Advertisment